Home Top News ଡନ୍ ଛୋଟା ରାଜନ ଏବଂ ଗ୍ୟାଙ୍ଗଷ୍ଟର ମୁନ୍ନା ବଜରଙ୍ଗୀର ଡାକଟିକେଟ ଜାରି କଲା କାନପୁର ଡାକ...

ଡନ୍ ଛୋଟା ରାଜନ ଏବଂ ଗ୍ୟାଙ୍ଗଷ୍ଟର ମୁନ୍ନା ବଜରଙ୍ଗୀର ଡାକଟିକେଟ ଜାରି କଲା କାନପୁର ଡାକ ବିଭାଗ – ଅଧିକାରୀ ନିଲମ୍ବିତ

61

ନୂଆ ଦିଲ୍ଲୀ ୨୯-୧୨ (ଓଡ଼ିଆ ପୁଅ) ଅଣ୍ଡରୱାର୍ଲ୍ଡ ମାଫିଆ ଡନ୍ ଛୋଟା ରାଜନ ଏବଂ କୁଖ୍ୟାତ ଗ୍ୟାଙ୍ଗଷ୍ଟର ମୁନ୍ନା ବଜରଙ୍ଗୀର ଡାକ ଟିକେଟ କାନପୁରର ମୁଖ୍ୟ ଡାକଘରୁ ରିଲିଜ୍ ହେବା ପରେ ଏହି ମାମଲାରେ ଦାୟୀତ୍ତୱ ହୀନତା କାରଣରୁ ବିଭାଗୀୟ କର୍ମଚାରୀଙ୍କୁ ନିଲମ୍ବିତ କରିଛି ଡାକ ବିଭାଗ।

ମଙ୍ଗଳବାର ଦିନ ଡାକ ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ, ସହରର ମୁଖ୍ୟ ଡାକଘରରେ ଛୋଟା ରାଜନ ଏବଂ ବଜରଙ୍ଗୀର ଫଟୋ ସହିତ ଡାକ ଟିକେଟ ଜାରି କରାଯାଇଛି। ରାଜନ ଏବଂ ବଜରଙ୍ଗୀର ୧୨-୧୨ ଟିକେଟ୍ ‘ମୋ ଷ୍ଟାମ୍ପ’ ସ୍କିମ୍ ଅଧୀନରେ ଛପା ଯାଇଥିଲା ଏବଂ ବିଭାଗ ଦ୍ୱାରା ମଧ୍ୟ ଜାରି କରାଯାଇଥିଲା।

ପୋଷ୍ଟମାଷ୍ଟର ଜେନେରାଲ ବିକେ ବର୍ମା ଛୋଟା ରାଜନ ଏବଂ ମୁନ୍ନା ବଜରଙ୍ଗୀଙ୍କ ଫଟୋ ଥିବା ଷ୍ଟାମ୍ପ ଜାରି କରିବାରେ ଭୁଲକୁ ସ୍ୱୀକାର କରିଛନ୍ତି। ବିକେ ବର୍ମା କହିଛନ୍ତି ଯେ ଅନିୟମିତତା ଏବଂ ତ୍ରୁଟିର ତଦନ୍ତ ଆରମ୍ଭ ହୋଇଛି। ବର୍ମା କହିଛନ୍ତି ଯେ ଡାକଘର ଷ୍ଟାମ୍ପ ପ୍ରଦାନ କରିବା ପୂର୍ବରୁ ଆବଶ୍ୟକ ପରିଚୟର ପ୍ରକ୍ରିୟା ପାଳନ ନକରି ଦାୟୀ କର୍ମଚାରୀମାନେ ଷ୍ଟାମ୍ପ ଜାରି କରିଥିଲେ। ସେ କହିଛନ୍ତି ଯେ ଏହି ମାମଲାରେ ଡାକ ବିଭାଗର ଫିଲାଟେଲି (ଡାକ ଟିକେଟ ସଂଗ୍ରହ) ବିଭାଗର ଦାୟିତ୍ୱରେ ଥିବା ରଜନୀଶ କୁମାରଙ୍କୁ ନିଲମ୍ବିତ କରାଯାଇଛି।

ପୋଷ୍ଟମାଷ୍ଟର ଜେନେରାଲ କହିଛନ୍ତି ଯେ ଆମେ ଏ ବାବଦରେ ଅନ୍ୟ କେତେକ କର୍ମଚାରୀଙ୍କୁ କାରଣ ଦର୍ଶାଅ ନୋଟିସ୍ ମଧ୍ୟ ଜାରି କରିଛୁ। ଭବିଷ୍ୟତରେ ଏଭଳି ତ୍ରୁଟି ଯେପରି ନହୁଏ ସେଥିପାଇଁ କଡା ପଦକ୍ଷେପ ନେବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟଯେ, କିଛି ବର୍ଷ ପୂର୍ବେ ବିଭାଗ ଦ୍ୱାରା ଆରମ୍ଭ ହୋଇଥିବା ‘ମୋ ଷ୍ଟାମ୍ପ’ ଯୋଜନା ଅଧୀନରେ, ଯେକେହି ୩୦୦ ଟଙ୍କା ଦେଇ ପୈଠ କରିପାରିବେ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ଡାକ ଷ୍ଟାମ୍ପରେ ମୁଦ୍ରଣ କରିବା ପାଇଁ ଆବେଦନ କରିପାରିବେ। କିନ୍ତୁ ଗୋଟିଏ ପୃଷା ୧୨ଟି ଷ୍ଟାମ୍ପ ରହିବ ଏବଂ ଏହାର ମୂଲ୍ୟ ହେବ ୩୦୦ ଟଙ୍କା। ଏଥିପାଇଁ ସର୍ବନିମ୍ନ ୫୦୦୦ ପୃଷ୍ଠାର ଷ୍ଟାମ୍ପ କିଣିବାକୁ ପଡ଼ିବ ଯାହାର ମୂଲ୍ୟ ହେବ ୧୫ ଲକ୍ଷ ଟଙ୍କା। କର୍ପୋରେଟ ପାଇଁ ୨୦ ପ୍ରତିଶତ ରିହାତି ରହିଛି। ଏଥି ନେଇ ଅନେକ ସର୍ତ୍ତାବଳୀ ରହିଛି ତାହା ପାଳନ କରିବାକୁ ପଡ଼ିବ।

ସୂଚନାଯୋଗ୍ୟ ଯେ ଛୋଟା ରାଜନ ମୁମ୍ବାଇର ଏକ ଜେଲରେ ଅଛି ଏବଂ ୨୦୧୮ ରେ ଉତ୍ତରପ୍ରଦେଶର ବାଗପାଟ ଜେଲରେ ମୁନ୍ନା ବଜରଙ୍ଗୀଙ୍କୁ ହତ୍ୟା କରାଯାଇଥିଲା। ବଜରଙ୍ଗୀ ଉପରେ ଭାରତୀୟ ଜନତା ପାର୍ଟି ବିଧାୟକ କୃଷ୍ଣାନନ୍ଦ ରାୟଙ୍କ ସମେତ ଅଧା ଡର୍ଜନରୁ ଅଧିକ ଲୋକଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.