Home Top News ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ କରୋନାରେ ପରଲୋକ

ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ କରୋନାରେ ପରଲୋକ

72

ଭୁବନେଶ୍ୱର ୧୯-୬ (ଓଡ଼ିଆ ପୁଅ) ଆଇପିଏସ୍ ଅଧିକାରୀ ତଥା ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀ ପରଲୋକ ଗମନ କରିଛନ୍ତି। କରୋନାରେ ଆକ୍ରାନ୍ତ ହେବା ପରେ ଆକ୍ରାନ୍ତ ହେବା ପରେ ସ୍ୱାସ୍ଥାବସ୍ଥା ଗୁରୁତର ହେବାରୁ ତାଙ୍କୁ ଏୟାର ଲିଫ୍ଟ କରାଯାଇଥିଲା କୋଲକାତାକୁ। ତେବେ କୋଲକାତାରେ ଚାଲିଥିଲା ତାଙ୍କର ଚିକିତ୍ସା। କିନ୍ତୁ ସେ କରୋନା ସହ ଲଢ଼ି ହାରିଯାଇଛନ୍ତି। ତାଙ୍କର ମୃତ୍ୟୁରେ ଅନେକ ରବିଷ୍ଠ ପ୍ରଶାସକ ଶୋକ ପ୍ରକାଶ କରିଛନ୍ତି।

ସୂଚନାଯୋଗ୍ୟଯେ, କୋଭିଡରେ ସଂକ୍ରମିତ ହେବା ପରେ ଦେବାଶିଷ ଗୁରୁତର ହୋଇ ପଡ଼ିଥିଲେ। ନିଃଶ୍ୱାସ ପ୍ରଶ୍ୱାସରେ ଅସୁବିଧା ହେବାରୁ ଜୁନ ସାତରେ ତାଙ୍କୁ ଭୁବନେଶ୍ୱରରୁ ଏୟାରଲିଫ୍ଟ ଯୋଗେ କୋଲକାତା ନିଆଯାଇଥିଲା। ସେ କୋଭିଡରେ ସଂକ୍ରମିତ ହେବା ପରେ ପ୍ରଥମେ କଟକସ୍ଥିତ ଅଶ୍ୱିନୀ କୋଭିଡ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଦେବାଶିଷ ପାଣିଗ୍ରାହୀଙ୍କ ଫୁସଫୁସର ଜଟିଳତା ସୃଷ୍ଟି ହୋଇଥିବାରୁ ଡାକ୍ତରମାନେ ଇକମୋ ଚିକିତ୍ସା ପାଇଁ ପରାମର୍ଶ ଦେଇଥିଲେ।

୧୯୯୧ ବ୍ୟାଚର ଏହି ଆଇପିଏସ ଅଫିସରେ ଦୁଇଟି ଟିକା ନେଇ ସାରିଥିଲେ। ହେଲେ ମେ ମାସରେ କୋଭିଡରେ ସଂକ୍ରମିତ ହୋଇ ଗୁରୁତର ହୋଇପଡ଼ିଥିଲେ। ଏହାପରେ ପରେ ତାଙ୍କୁ ଆଇସିୟୁକୁ ସ୍ଥାନାନ୍ତର କରାଯାଇଥିଲା ଏବଂ ପରେ ଏକ ଭେଣ୍ଟିଲେଟରରେ ରଖାଯାଇଥିଲା।

ବାଲେଶ୍ବରରେ ଜନ୍ମଗ୍ରହଣ କରିଥିବା ଦେବାଶିଷ ପାଣିଗ୍ରାହୀ ରେଭେନ୍ସା କଲେଜରୁ ରାଜନୀତି ବିଜ୍ଞାନରେ ସ୍ନାତକ ଏବଂ ଉତ୍କଳ ବିଶ୍ବବିଦ୍ୟାଳୟରେ ସ୍ନାତକୋତ୍ତର କରିବା ସହିତ ଦିଲ୍ଲୀର ଜେଏନୟୁରେ ଏମଫିଲ୍ ଓ ପିଏଚ୍‌ଡି କରିଥିଲେ।

୧୯୯୧ରେ ସେ ଭାରତୀୟ ପୋଲିସ ସେବା (ଆଇପିଏସ୍)ରେ ଯୋଗ ଦେଇଥିଲେ ।

ସେ କଟକ, ଭୁବନେଶ୍ବର, ପୁରୀ, ଗଂଜାମ, କେନ୍ଦୁଝର ଭଳି ଗୁରୁତ୍ବପୂର୍ଣ୍ଣ ଜିଲ୍ଲାରେ ଏସ୍‌ପି ଭାବେ କାର୍ଯ୍ୟ କରିବା ସହିତ ପୁଲିସ ବିଭାଗର ଡିଆଇଜି (ପ୍ରଶାସନ), ଗୃହ ବିଭାଗର ସ୍ବତନ୍ତ୍ର ସଚିବ, ଆଇଜି (ମଡର୍ଣ୍ଣାଇଜେସନ୍), ଆଇଜି (ପର୍ସନେଲ୍), ଏଡିଜି (ପର୍ସନେଲ୍) ଭାବେ କାର୍ଯ୍ୟ କରି ୨୦୧୭ରୁ ଭିଜିଲାନ୍ସର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରି ଆସୁଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.