Home ଓଡ଼ିଶା ଓଡ଼ିଶା ତେଜସ୍ୱିନୀ ମହିଳା ସଙ୍ଗଠନ ପକ୍ଷରୁ ଅସହାୟଙ୍କୁ ସହାୟତା ପ୍ରଦାନ

ଓଡ଼ିଶା ତେଜସ୍ୱିନୀ ମହିଳା ସଙ୍ଗଠନ ପକ୍ଷରୁ ଅସହାୟଙ୍କୁ ସହାୟତା ପ୍ରଦାନ

136

ଭୁବନେଶ୍ୱର: ଭଦ୍ରକ ଜିଲ୍ଲାର ଓଡ଼ିଶା ତେଜସ୍ୱିନୀ ମହିଳା ସଙ୍ଗଠନ ତରଫରୁ ଅସହାୟ ତଥା ନିରାଶ୍ରୟ ମହିଳାମାନଙ୍କୁ ସହାୟତାର ହାତ ବଢ଼ାଇ ବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ କରାଯାଇଛି। ସଙ୍ଗଠନର ଅଧ୍ୟକ୍ଷା କଳ୍ପନା ଜେନା, ଉପାଧ୍ୟକ୍ଷା ଚୈତାଳି ଖିଲାର, ମନୋରମା ରାୟ, ଉପଦେଷ୍ଟା ଜାନକୀ ପାଢ଼ୀ, ଦୀପାଳି ମିଶ୍ର, ସମ୍ପାଦିକା ଅଞ୍ଜନା ମିଶ୍ର, ସହ ସମ୍ପାଦିକା ସଂଯୁକ୍ତା ମହାନ୍ତି, ଟି ଭି ରାଜଲକ୍ଷ୍ମୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଦୋଳସାହି, ପାଳିଆ, ଅଲ୍ଲିନଗର, ତିହିଡ଼ି, ତାଳପଦା ଆଦି ଅଞ୍ଚଳରେ ଶାଢ଼ୀ ବଣ୍ଟନ କାର୍ଯ୍ୟକ୍ରମ କରାଯାଇଛି। କରୋନା ଆତଙ୍କ ଏବଂ ଲକ୍ ଡାଉନ୍ ଘୋଷଣା ଭିତରେ ଲୋକେ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ବେଳେ “ତେଜସ୍ୱିନୀ” ପକ୍ଷରୁ ଏପରି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି।

ସଙ୍ଗଠନର ଆବାହକ ରେଣୁବାଳା ଖିଲାରଙ୍କ ମାର୍ଗଦର୍ଶନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରବି ନାରାୟଣ ଖିଲାର, ଅଧ୍ୟାପକ ନୀହାର ରଞ୍ଜନ କର, ଭଦ୍ରକ ଜିଲ୍ଲାର ବିଶିଷ୍ଟ ଚିତ୍ରଶିଳ୍ପୀ ପ୍ରଭାତ କୁମାର ଜେନା, ସନ୍ତୋଷ ଦାସ, ଦୀପକ ସେନ୍ ଆଦି ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। “ତେଜସ୍ୱିନୀ” ପକ୍ଷରୁ ଏପରି ସାମାଜିକ କାର୍ଯ୍ୟକ୍ରମକୁ ଅଞ୍ଚଳରେ ପ୍ରଶଂସା କରାଯାଇଛି। ତିନିଦିନ ଧରି ଏହି କାର୍ଯ୍ଯକ୍ରମ କରାଯାଇଛି।। /-ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.