Home ଓଡ଼ିଶା ପୂର୍ବ ଭାରତର ପ୍ରଥମ ବିଶ୍ୱବିଦ୍ୟାଳୟ ଭାବେ କ୍ୟୁଏସ୍ ଆଇ-ଗଜ୍ ଡାଇମଣ୍ଡ ୟୁନିଭର୍ସିଟି ରେଟିଂରେ ସ୍ଥାନ ପାଇଲା...

ପୂର୍ବ ଭାରତର ପ୍ରଥମ ବିଶ୍ୱବିଦ୍ୟାଳୟ ଭାବେ କ୍ୟୁଏସ୍ ଆଇ-ଗଜ୍ ଡାଇମଣ୍ଡ ୟୁନିଭର୍ସିଟି ରେଟିଂରେ ସ୍ଥାନ ପାଇଲା ସୋଆ

66

ଭୁବନେଶ୍ୱର, ୩୦/୭ (ଓଡ଼ିଆ ପୁଅ) : ଆଉ ଏକ ସଫଳତା ସାଉଁଟିଛି ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସଟି)। କ୍ୟୁଏସ୍ ଆଇ-ଗଜ୍ ପକ୍ଷରୁ ଡାଇମଣ୍ଡ ୟୁନିଭର୍ସିଟି ରେଟିଂ ହାସଲ କରିଛି ସୋଆ। ଏହି ସଫଳତା ହାସଲ କରିବା ପରେ କ୍ୟୁଏସ୍ ଆଇ-ଗଜ୍ ପକ୍ଷରୁ କୁହାଯାଇଛି ଯେ ଡାଇମଣ୍ଡ ରେଟିଂ ହାସଲ କରିବା ନେଇ ସୋଆ ଅଭୁତପୂର୍ବ ପାରଦର୍ଶିତା ପ୍ରଦର୍ଶନ କରିଛି। ପୂର୍ବ ଭାରତର ଏକମାତ୍ର ବିଶ୍ୱବିଦ୍ୟାଳୟ ଭାବେ ଏହି ସଫଳତା ହାସଲ କରିଛି ସୋଆ।

ଏହି ରେଟିଂର ପ୍ରାଥମିକ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ଶିକ୍ଷା ପ୍ରଦାନ ଏବଂ ଶିକ୍ଷା ଗ୍ରହଣ, ଗବେଷଣା, ସାମାଜିକ ଦାୟିତ୍ୱ, ଫ୍ୟାକଲ୍ଟିମାନଙ୍କ ଗୁଣବତା, ଛାତ୍ରଛାତ୍ରୀମାନଙ୍କର ନିଯୁକ୍ତି ନିମନ୍ତେ ଯୋଗ୍ୟତା ଓ ଉପଲବ୍ଧ ସୁବିଧା ସୁଯୋଗ ଇତ୍ୟାଦିର ମୂଲ୍ୟାୟନ କରାଯାଇଥିବା ବେଳେ ବିଶ୍ୱବିଦ୍ୟାଳୟର ପ୍ରଦର୍ଶନ ରହିଥିଲା। ଏହି ସମସ୍ତ ମାପଦଣ୍ଡକୁ ନେଇ ସୋଆ ଡାଇମଣ୍ଡ ରେଟିଂ ହାସଲ କରିଛି ବୋଲି କ୍ୟୁଏସ୍ ଆଇ-ଗଜ୍ ପକ୍ଷରୁ କୁହାଯାଇଛି। ଉନ୍ନତମାନର ଗୁଣବତା ଏବଂ ଉଚ୍ଚ ପାରଦର୍ଶିତାକୁ ନେଇ ସୋଆ କ୍ୟୁଏସ୍ ଆଇ-ଗଜ୍ ରେଟିଂରେ ପୂର୍ବ ଭାରତର ପ୍ରଥମ ବିଶ୍ୱବିଦ୍ୟାଳୟ ଭାବେ ଡାଇମଣ୍ଡ ରେଟିଂ ହାସଲ କରିଥିବାରୁ ଏହି ସଫଳତା ପାଇଁ ମୁଁ ଅତ୍ୟନ୍ତ ଆନନ୍ଦିତ ଏବଂ ସୋଆକୁ ଶୁଭେଚ୍ଛା ଜଣାଉଛି ବୋଲି କହିଛନ୍ତି କ୍ୟୁଏସ୍ ଆଇ-ଗଜ୍‌ର କ୍ଲାଏଂଟ ରିଲେସନ୍‌ସ ନିର୍ଦ୍ଦେଶକ ଶ୍ରୀ ଶୁଭାୟୁ ନାଏକ।

କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ୨୦୨୦ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁସ୍‌ନାଲ୍ ର‌୍ୟାଙ୍କିଙ୍ଗ୍‌ ଫ୍ରେମୱାର୍କରେ ଦେଶର ଶ୍ରେଷ୍ଠ ୨୦ତମ ବିଶ୍ୱବିଦ୍ୟାଳୟ ଭାବେ ସୋଆ ସ୍ଥାନୀତ ହୋଇଥିବା ବେଳେ ନ୍ୟାକ୍‌ ଦ୍ୱାରା ଏ ଗ୍ରେଡ୍‌ରେ ସ୍ୱୀକୃତି ପାଇଛି ସୋଆ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.