Home ଜିଲ୍ଲା ପରିକ୍ରମା ଆସନ୍ତା ୨୦ ତାରିଖରେ ଶିଶୁ ସଂପର୍କ ଯାତ୍ରା ଶୁଭାରମ୍ଭ

ଆସନ୍ତା ୨୦ ତାରିଖରେ ଶିଶୁ ସଂପର୍କ ଯାତ୍ରା ଶୁଭାରମ୍ଭ

28

ପୁରୀ, ୧୭/୦୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ଶିଶୁ ସଂପର୍କ ଯାତ୍ରା ଆସନ୍ତା ୨୦ ତାରିଖରେ ଶୁଭାରମ୍ଭ ହେବ। ଏଥି ନିମନ୍ତେ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ପକ୍ଷରୁ ଜିଲ୍ଲା ସ୍ତରୀୟ ଶୁଭାରମ୍ଭ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏଥିରେ ଆୟୋଗ ଅଧ୍ୟକ୍ଷା ସୁଶ୍ରୀ ସନ୍ଧ୍ୟାବତୀ ପ୍ରଧାନ ଅଧ୍ୟକ୍ଷତା କରିବେ ଏବଂ ଜନ ପ୍ରତିନିଧି ଓ ବରିଷ୍ଠ ଅଧିକାରୀ ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଅବହେଳିତ ଓ ଅପହଞ୍ଚ ଶିଶୁମାନଙ୍କ ବିକାଶ ନିମନ୍ତେ ସଚେତନତା ସୃଷ୍ଟି ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ରହିଛି। ଏଥିସହ ଆୟୋଗ ପକ୍ଷରୁ ଶିଶୁ ସୁରକ୍ଷାକୁ ନେଇ ଜିଲ୍ଲା ସ୍ତରୀୟ ସମୀକ୍ଷା ବୈଠକ କରାଯିବ। ଏହାପରେ ଆୟୋଗ ପକ୍ଷରୁ ପୁରୀରେ ବାସହୀନ ଶିଶୁ ମାନଙ୍କ ସ୍ଥିତି ସଂପର୍କରେ ଜାଣିବା ପାଇଁ ରାତ୍ରି ପରିଦର୍ଶନ କରାଯିବ। ଆସନ୍ତା ୨୧ ତାରିଖରେ ଆୟୋଗଙ୍କ ପକ୍ଷରୁ ଡ଼େଲାଙ୍ଗ ଓ ୨୨ ତାରିଖରେ କଣାସ, ପିପିଲି ବ୍ଲକ ପରିଦର୍ଶନ କରି ବିଭିନ୍ନ ଅଧିକାରୀମାନଭ୍‌କ ସହ ଶିଶୁ ସୁରକ୍ଷା ସଂପର୍କରେ ଆଲୋଚନା କରିବା ସହ ଏ ସଂକ୍ରାନ୍ତୀୟ ଆପତ୍ତି ଅଭିଯୋଗ ଗୁଡ଼ିକର ଶୁଣାଣି କରିବେ। ବିଭିନ୍ନ ଥାନାରେ ଥିବା ଶିଶୁ ସହାୟତା କେନ୍ଦ୍ର ଓ ଅଙ୍ଗନବାଡ଼ି କେନ୍ଦ୍ର ବୁଲି ଦେଖିବେ। ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ଶିଶୁ ମାନଙ୍କୁ ପୁରସ୍କୃତ କରିବା ନିମନ୍ତେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏଥିସହ ପିପିଲି ବ୍ଲକରେ ଛତୁଆ ପ୍ରସ୍ତୁତି କେନ୍ଦ୍ର ବୁଲି ଦେଖିବେ। ଏଥିନିମନ୍ତେ ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ଭିଡ଼ିଓ କନଫରେନ୍ସ ମାଧ୍ୟମରେ ସଂପୃକ୍ତ ବିଡ଼ିଓ ମାନଙ୍କ ସହ କଥାବାର୍ତ୍ତା କରି ଆବଶ୍ୟକୀୟ ନିର୍ଦ୍ଦେଶ ଦେଇଛନ୍ତି। ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ମନୋଜ କୁମାର ତ୍ରିପାଠୀ, ପର୍ଯ୍ୟଟନ ଅଧିକାର ଶ୍ରୀ ସରୋଜ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲା ଇ-ଗଭର୍ଣ୍ଣାନ୍ସ ମ୍ୟାନେଜର ଶ୍ରୀ ପିୟୂଷ ଚକ୍ରବର୍ତ୍ତୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.