Home ଓଡ଼ିଶା ଜେଡିଏସ ଫ୍ୟାକ୍ଟର ? ସିଦ୍ଧାରମୈୟା କହିଲେ, ଦଳିତ ପାଇଁ ମୁଖ୍ୟମନ୍ତ୍ରୀର ପଦ ଛାଡ଼ିବାକୁ ପ୍ରସ୍ତୁତ

ଜେଡିଏସ ଫ୍ୟାକ୍ଟର ? ସିଦ୍ଧାରମୈୟା କହିଲେ, ଦଳିତ ପାଇଁ ମୁଖ୍ୟମନ୍ତ୍ରୀର ପଦ ଛାଡ଼ିବାକୁ ପ୍ରସ୍ତୁତ

109

ବାଙ୍ଗାଲୁରୁ ୧୩ ମଇ (ଓଡ଼ିଆ ପୁଅ) – କର୍ଣ୍ଣାଟକ ବିଧାନସଭା ନିର୍ବାଚନର ଫଳାଫଳ ଆସିବାକୁ ଦୁଇ ଦିନ ବାକୀ ଅଛି, କିନ୍ତୁ ରାଜନୈତିକ ସମୀକରଣକୁ ଠିକ୍ ରେ ବସାଇବା ପାଇଁ ଗୁଣାଭାଗ ତେଜ ହୋଇଅଛି। ଚିଫ ମିନିଷ୍ଟର ସିଦ୍ଧାରମୈୟା ବଡ଼ ବୟାନ ଦେଇ କହିଛନ୍ତିଯେ, ଯଦି ହାଇକମାଣ୍ଡ କୌଣସି ଦଳିତ ନେତାକୁ ମୁଖ୍ୟମନ୍ତ୍ରୀ ପଦରେ ବସାଇବାକୁ ଚାହୁଁଛନ୍ତି ତେବେ ସେ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବାକୁ ପ୍ରସ୍ତୁତ ଅଛନ୍ତି। ଏଥିରେ କଂଗ୍ରେସ ତରଫରୁ ଜେଡିଏସକୁ ମନାଇବା ପାଇଁ ଚେଷ୍ଟା କରାଯାଉଥିବା ନଜରରେ ଦେଖା ଯାଉଛି। ମାନା ଯାଉଛିଯେ, ସିଦ୍ଧାରମୈୟାଙ୍କର ନାମ ଉପରେ କଂଗ୍ରେସକୁ ସମର୍ଥନ ଦେବାକୁ ଡେଡ଼ିଏସ୍ ପ୍ରସ୍ତୁତ ହେବନାହିଁ। ‘ଟିଭି 9’ କନ୍ନଡ଼ର ରିପୋର୍ଟ ମୁତାବକ ସିଦ୍ଧାରମୈୟା କହିଲେ କି ମୁଁ କୌଣସି ଦଳିତ ପାଇଁ ମୁଖ୍ୟମନ୍ତ୍ରୀ ପଦ ତ୍ୟାଗ କରିବା ପାଇଁ ପ୍ରସ୍ତୁତ ଅଛି। ଆଜି ପର୍ଯ୍ୟନ୍ତ କଂଗ୍ରେସ ବିଜୟର ଦାବି କରୁଥିବା ସିଦ୍ଧାରମୈୟାଙ୍କର ଏହି ବୟାନକୁ ପାର୍ଟିର କମଜୋର ପ୍ରଦର୍ଶନର ଆଶଂକାରେ ଜୋଡ଼ିକରି ଦେଖା ଯାଉଛି।

ରାଜନୈତିକ ପଣ୍ଡିତମାନଙ୍କ ମୁତାବକ ଗଠବନ୍ଧନର ସ୍ଥିତିରେ କଂଗ୍ରେସ ପାର୍ଟି ନିଜେ ଦଳିତ ମୁଖ୍ୟମନ୍ତ୍ରୀ ଦେଇକରି ସମର୍ଥନ ହାସଲ କରିବାର ପ୍ରୟାସ କରି ବାକୁ ଚେଷ୍ଟା କରିବ। ଏପରି ସ୍ଥଳେ ଗଠବନ୍ଧନର ମାହୌଲକୁ ପୂର୍ବରୁ ପ୍ରସ୍ତୁତ କରିବାର ରଣନୀତି ଅନୁଯାୟୀ ସିଦ୍ଧାରମୈୟାଙ୍କର ତରଫରୁ ଏହି ବୟାନ ଆସିଛି। ମତଦାନ ପରେ ଶନିବାରଦିନ ସଂଧ୍ୟାରେ ଆସିଥିବା ଅଧିକତମ ଏଗ୍ଜିଟ ପୋଲ୍ସରେ କୌଣସି ମଧ୍ୟ ଦଳକୁ ବହୁମତ ନ ମିଳିବାର ଅନୁମାନ ଲଗାଯାଇଥିଲା। ଏପରି ସ୍ଥିତିରେ ଜନତା ଦଳ ସେକ୍ୟୁଲାରର ନେତା ଏଚଡି ଦେବଗୌଡ଼ା କିଙ୍ଗମେକର ରୂପରେ ଉପରେ ଉଭା ହୋଇପାରନ୍ତି।

ପୂର୍ବତନ ପ୍ରଧାନମନ୍ତ୍ରୀ ଦେବଗୌଡ଼ାଙ୍କର ତରଫରୁ ବିଜେପି ସହିତ ଗଠବନ୍ଧନ ନ କରିବାର ସଂକେତ ଦିଆଯାଇଛି। ଏପରି କ୍ଷେତ୍ରରେ କଂଗ୍ରେସକୁ ତାଙ୍କ ସହିତ ଆସିବାର ଆଶା ଅଛି। ଜେଡିଏସର ବିଜେପି ସହିତ ଯିବାର ସମ୍ଭାବନା ଏଥିପାଇଁ ମଧ୍ୟ ଦେଖାଯାଉନାହିଁ କାରଣ ଦୁଇ ଦଳ ମଧ୍ୟରେ 2008 ରେ ଗଠବନ୍ଧନ ବଡ଼ କନ୍ଦଳ ଭିତରେ ସମାପ୍ତ ହୋଇଥିଲା।

ଅବଶ୍ୟ ଦେବଗୌଡ଼ାଙ୍କର କଂଗ୍ରେସ ସହିତ ଆସିବାରେ ସିଦ୍ଧାରମୈୟା ମଧ୍ୟ ଏକ ବଡ଼ ବାଧକ ହୋଇପାରନ୍ତି। ଏହି କାରଣରୁ ନିଜେ ଦେବଗୌଡ଼ା ହିଁ ସିଦ୍ଧାରମୈୟାଙ୍କୁ 2005 ରେ ଜେଡିଏସରୁ ବାହର କରିଥିଲେ। ତା’ ପରେ ସେ କଂଗ୍ରେସରେ ସାମିଲ ହୋଇଥିଲେ। ଏପରି ସମୟରେ ସିଦ୍ଧାରମୈୟାଙ୍କର ନାମ ଉପରେ ଦେବଗୌଡ଼ା ଅସହମତି ଦର୍ଶାଇପାରନ୍ତି। ଏହା ମଧ୍ୟ କୁହାଯାଉଛି କି ଦେବଗୌଡ଼ାଙ୍କ ତରଫରୁ ସିଦ୍ଧାରମୈୟାଙ୍କୁ ହଟାଇବା ଉପରେ ହିଁ କଂଗ୍ରେସକୁ ସମର୍ଥନ ଦିଆଯିବା ସର୍ତ୍ତ ରଖାଯାଇପାରେ।

ସୂଚନାଯୋଗ୍ୟଯେ, କି ରବିବାର ସକାଳେ ହିଁ ଦେବଗୌଡ଼ା କହିଥିଲେ କି ବର୍ତ୍ତମାନ ସେ କୌଣସି ମଧ୍ୟ କଥାକୁ ସ୍ଵୀକାର କରିବା କିମ୍ବା ଖାରଜ କରିବାର ସ୍ଥିତିରେ ନାହାଁନ୍ତି। ତାଙ୍କର ଏହି ବୟାନକୁ ଗଠବନ୍ଧନର ବିକଳ୍ପ ଖୋଲା ରଖିବାର ସଂକେତ ଭାବେ ଦେଖାଯାଉଛି। ଏପରି କ୍ଷେତ୍ରରେ ଏବେ ସିଦ୍ଧାରମୈୟାଙ୍କର ତରଫରୁ ଦଳିତ ବ୍ୟକ୍ତିଙ୍କ ପାଇଁ ମୁଖ୍ୟମନ୍ତ୍ରୀ ପଦ ତ୍ୟାଗ କରିବାର କଥା କରିବା ଏକ ବଡ଼ ସଂକେତ ଦେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.