Home ଓଡ଼ିଶା ଭଦ୍ରକ: ଡ. ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ୬୮ ତମ ପୂଣ୍ୟତିଥି ପାଳିତ ..

ଭଦ୍ରକ: ଡ. ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ୬୮ ତମ ପୂଣ୍ୟତିଥି ପାଳିତ ..

46

ଭଦ୍ରକ: ଭଦ୍ରକ ଜିଲ୍ଲା ବିଜେପି ପକ୍ଷରୁ ବିଭିନ୍ନ ସ୍ଥାନରେ ଡ. ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ୬୮ ତମ ପୂଣ୍ୟତିଥି ପାଳିତ ହୋଇଯାଇଛି। ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ରାଜ୍ୟ ସମ୍ପାଦକ ଅଭିମନ୍ୟୁ ସେଠୀ, ଡାଃ ପ୍ରଦୀପ କୁମାର ନାୟକ, ଭଣ୍ଡାରପୋଖରୀରେ ବଦ୍ରୀ ନାରାୟଣ ଧଳଙ୍କ ନେତୃତ୍ୱରେ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ପୂଣ୍ୟତିଥି ପାଳିତ ହୋଇଯାଇଛି। ସେହିପରି ମହିଳା ମୋର୍ଚ୍ଚା ପକ୍ଷରୁ ଜିଲ୍ଲା ସଭାନେତ୍ରୀ ହରପ୍ରିୟା ସାହୁଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ଉପ- ସଭାନେତ୍ରୀ ଉଷା ପାଢ଼ୀ, ସାଧାରଣ ସମ୍ପାଦିକା ଲିପିକା ବାରିକ, ବିଷ୍ଣୁପ୍ରିୟା ଲେଙ୍କା, ବିଷ୍ଣୁପ୍ରିୟା ଜେନା, ସ୍ମୃତିରେଖା ରାଉତ ଏବଂ ସ୍ୱର୍ଣ୍ଣଲତା ମିଶ୍ର ପ୍ରମୂଖ ସାମିଲ୍ ଥିଲେ। ଏହାସହ ଜିଲ୍ଲା ସଭାନେତ୍ରୀ ହରପ୍ରିୟା ସାହୁଙ୍କ ସଂଯୋଜନାରେ ମହିଳା ମୋର୍ଚ୍ଚା ପକ୍ଷରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ପୂଣ୍ୟତିଥି ପାଳିତ ହୋଇଯାଇଛି। ମହିଳା ମୋର୍ଚ୍ଚା ଜିଲ୍ଲା ଉପସଭାନେତ୍ରୀ ଉମାମଣୀ ସାହୁ, ଗୌରୀ ବେହେରା, ରଶ୍ମିତା ସାହୁ, ତପସ୍ୱିନୀ ସାହୁ, ସ୍ୱାଗତିକା ସାହୁ ଏବଂ ଦମୟନ୍ତୀ ସେଠୀ ପ୍ରମୂଖ ଜିଲ୍ଲାର ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ଆୟୋଜିତ କାର୍ଯ୍ୟକ୍ରମର ନେତୃତ୍ୱ ନେଇଥିଲେ। ଏହି ଅବସରରେ ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଛି।
– @Dr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.