Home ଓଡ଼ିଶା ଚଳଚ୍ଚିତ୍ର ପ୍ରଦର୍ଶନ ପାଇଁ ଏସଓପି ଜାରି କଲେ ଶ୍ରୀ ପ୍ରକାଶ ଜାଭଡେକର – ୫୦% ଦର୍ଶକଙ୍କ...

ଚଳଚ୍ଚିତ୍ର ପ୍ରଦର୍ଶନ ପାଇଁ ଏସଓପି ଜାରି କଲେ ଶ୍ରୀ ପ୍ରକାଶ ଜାଭଡେକର – ୫୦% ଦର୍ଶକଙ୍କ ସହ ସିନେମା ହଲ୍ ଖୋଲିବାକୁ ଅନୁମତି

48

ନୂଆ ଦିଲ୍ଲୀ ୭-୧୦ (ଓଡ଼ିଆ ପୁଅ) କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର ଆଜି ଚଳଚ୍ଚିତ୍ର ପ୍ରଦର୍ଶନ ପାଇଁ ମାନକ ସଞ୍ଚାଳନ ପ୍ରକ୍ରିୟା (ଏସଓପି) ଜାରି କରିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସହ ଆଲୋଚନା ପରେ ଚଳଚ୍ଚିତ୍ର ପ୍ରଦର୍ଶନ ପୂର୍ବରୁ ନିଆଯିବାକୁ ଥିବା ପ୍ରତିଷେଧକ ମୂଳକ ବ୍ୟବସ୍ଥା ପାଇଁ ଏହି ଏସଓପି ପ୍ରସ୍ତୁତ କରାଯାଇଛି।

ଏସଓପି ଜାରି କରି ମନ୍ତ୍ରୀ କହିଥିଲେ, କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ନିଷ୍ପତ୍ତି କ୍ରମେ ଅକ୍ଟୋବର ୧୫ ତାରିଖରୁ ସିନେମା ହଲ ଗୁଡ଼ିକ ଖୋଲା ଯାଇପାରିବ ଏବଂ ସେଥିପାଇଁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଏସଓପି ପ୍ରସ୍ତୁତ କରିଛି।

ପ୍ରସ୍ତୁତ ହୋଇଥିବା ନିୟମାବଳୀର ମୁଖ୍ୟାଂଶ ମଧ୍ୟରେ ଅଛି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ୱାରା ଧାର୍ଯ୍ୟ ହୋଇଥିବା ନିୟମ, ଯଥା; ସମସ୍ତ ଦର୍ଶକ/ କର୍ମଚାରୀଙ୍କ ଥର୍ମାଲ ସ୍କ୍ରିନିଂ, ଯଥେଷ୍ଟ ଶାରିରୀକ ଦୂରତ୍ୱ, ମୁହଁ ଘୋଡ଼ାଇବା/ମାସ୍କ ପିନ୍ଧିବା, କ୍ରମାଗତ ହାତ ଧୋଇବା, ହ୍ୟାଣ୍ଡ ସାନିଟାଇଜର ଉପଲବ୍ଧ କରାଇବା ଇତ୍ୟାଦି ଏବଂ ଚଳଚ୍ଚିତ୍ର ପ୍ରଦର୍ଶନ ପାଇଁ ଜଡ଼ିତ ବ୍ୟବହାରିକ ନିୟମ ପାଳନ। ଆନ୍ତର୍ଜାତିକ ସ୍ତରରେ ପାଳନ କରାଯାଉଥିବା ନିୟମ ଆଧାରରେ ମନ୍ତ୍ରଣାଳୟ ଏହି ଏସଓପି ପ୍ରସ୍ତୁତ କରିଛି। ଏହା ମଧ୍ୟରେ ରହିଛି ଶାରିରୀକ ଦୂରତ୍ୱ, ଧାଡ଼ି କରି ପ୍ରବେଶ ଓ ପ୍ରସ୍ଥାନ, ସାନିଟାଇଜେସନ, କର୍ମଚାରୀଙ୍କ ନିରାପତ୍ତା ଏବଂ ଅତି କମ୍ ସଂସ୍ପର୍ଶରେ ଆସିବା। ମୋଟ ଦର୍ଶକ କ୍ଷମତାର ୫୦% ଦର୍ଶକଙ୍କୁ ଅନୁମତି ମିଳିବ। ମଲ୍ଟିପ୍ଲେକ୍ସରେ ସୋ ସମୟକୁ ନିୟନ୍ତ୍ରଣ କରାଯିବ ଯେପରିକି ଭିଡ଼ ହେବନାହିଁ। ହଲରେ ତାପମାତ୍ରା ୨୪ରୁ ୩୦ ଡିଗ୍ରୀ ମଧ୍ୟରେ ରଖାଯିବ।

ଚଳଚ୍ଚିତ୍ର ପ୍ରଦର୍ଶନ ବେଳେ ଜାରି ହୋଇଥିବା ଏସଓପି ସମସ୍ତ ରାଜ୍ୟ, ଅନ୍ୟାନ୍ୟ ଅଂଶୀଦାର କିମ୍ବା ଚଳଚ୍ଚିତ୍ର ପ୍ରଦର୍ଶନ ଆରମ୍ଭ କରାଗଲେ ରାଜ୍ୟ ସରକାରମାନଙ୍କ ଦ୍ୱାରା ଗ୍ରହଣୀୟ ହୋଇପାରିବ।

ଚଳଚ୍ଚିତ୍ର ପ୍ରଦର୍ଶନ ଏକ ବୃହତ ଆର୍ଥିକ କାର୍ଯ୍ୟ ଯାହାକି ଦେଶର ଅଭିବୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ କରିଥାଏ। ବର୍ତ୍ତମାନର କୋଭିଡ-୧୯ ମହାମାରୀ ସମୟରେ, ଚଳଚ୍ଚିତ୍ର ପ୍ରଦର୍ଶନ ସହ ଜଡ଼ିତ ଥିବା ବିଭିନ୍ନ ଅଂଶୀଦାର ସେମାନଙ୍କ କାର୍ଯ୍ୟକଳାପ ଜାରି ରଖିବା ସହ ସଂକ୍ରମଣ ରୋକିବା ଦିଗରେ ପଦକ୍ଷେପ ନେବା ଗୁରୁତ୍ୱପୂର୍ଣ୍ଣ।

କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ୨୦୨୦ ସେପ୍ଟେମ୍ବର ୩୦ ତାରିଖର ନିଷ୍ପତ୍ତି ଅନୁସାରେ, ଏହି ନିର୍ଦ୍ଦେଶାବଳୀ ପ୍ରସ୍ତୁତ ହୋଇଛି, ଯାହାଦ୍ୱାରାକି କଣ୍ଟେନମେଣ୍ଟ ଜୋନ୍ ବାହାରେ ୨୦୨୦ ଅକ୍ଟୋବର ୧୫ରୁ ୫୦% ଦର୍ଶକ କ୍ଷମତା ସହ ସିନେମା/ ଥିଏଟର/ମଲ୍ଟିପ୍ଲେକ୍ସ ଗୁଡ଼ିକ ଖୋଲାଯାଇପାରିବ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.