Home Top News ଲୋକପ୍ରିୟ ଅଭିନେତା ତଥା ସ୍କ୍ରିନ୍ ରାଇଟର୍ ଶିବ କୁମାର ସୁବ୍ରମଣ୍ୟମଙ୍କର ଦେହାନ୍ତ, ୨ ମାସ ପୂର୍ବରୁ...

ଲୋକପ୍ରିୟ ଅଭିନେତା ତଥା ସ୍କ୍ରିନ୍ ରାଇଟର୍ ଶିବ କୁମାର ସୁବ୍ରମଣ୍ୟମଙ୍କର ଦେହାନ୍ତ, ୨ ମାସ ପୂର୍ବରୁ ହୋଇଥିଲା ପୁଅର ମୃତ୍ୟୁ

73

ନୂଆ ଦିଲ୍ଲୀ ୧୧-୪ (ଓଡ଼ିଆ ପୁଅ) ବଲିଉଡର ଲୋକପ୍ରିୟ ଅଭିନେତା ତଥା ସ୍କ୍ରିନ୍ ରାଇଟର୍ ଶିବ କୁମାର ସୁବ୍ରମଣ୍ୟମଙ୍କ ଦେହାନ୍ତ ହୋଇଛି। ତାଙ୍କୁ ଗତ ବର୍ଷ ସାନିଆ ମଲହୋତ୍ରା ଅଭିନୀତ ‘ମୀନାକ୍ଷୀ ସୁନ୍ଦରଶ୍ୱର’ରେ ଦେଖିବାକୁ ମିଳିଥିଲା। ଶିବ କୁମାର ରାଣୀ ମୁଖାର୍ଜୀଙ୍କ ସହ ‘ହିଚ୍‌କୀ’ରେ ମଧ୍ୟ କାମ କରିଥିଲେ। ୨ ମାସ ପୂର୍ବରୁ ତାଙ୍କ ପୁଅଙ୍କର ବ୍ରେନ ଟ୍ୟୁମରରେ ମୃତ୍ୟୁ ହୋଇଥିଲା। ତାଙ୍କ ମୃତ୍ୟୁ ହେତୁ ସମଗ୍ର ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ଶୋକର ଲହରୀ ଖେଳିଯାଇଛି। ଶିବ କୁମାରଙ୍କ ମୃତ୍ୟୁର କାରଣ କ’ଣ ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ। ଶିବ କୁମାର ସୁବ୍ରମଣ୍ୟମ୍ ବିଦୁ ବିନୋଦ ଚୋପ୍ରାଙ୍କ ଫିଲ୍ମ ‘ପରିନ୍ଦା’ ଏବଂ ସୁଧୀର ମିଶ୍ରଙ୍କ ଫିଲ୍ମ ‘ହଜାରୋଂ ଖ୍ୱାଇସେଁ ଐସି’ର ସ୍କ୍ରିନ୍ ପ୍ଲେ ଲେଖିଥିଲେ। ଏହି ଚଳଚ୍ଚିତ୍ର ବ୍ୟତୀତ ଶିବ କୁମାରଙ୍କୁ ‘୨ ଷ୍ଟେଟ’, ‘ତିନ ପତି’, ‘ପ୍ରହାର’ ଏବଂ ରାଣୀ ମୁଖାର୍ଜୀ ଅଭିନୀତ ‘ହିଚ୍କି’ରେ ମଧ୍ୟ ଦେଖିବାକୁ ମିଳିଥିଲା। ଶିବ କୁମାର ସୁବ୍ରମଣ୍ୟମ୍ ଟିଭି ଶୋ ‘ମୁକ୍ତି ବନ୍ଧନ୍’ରେ ମଧ୍ୟ କାମ କରିଥିଲେ।

(#Shiv Kumar Subramaniam Passes away)

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.