Home Top News ପୁରୀ ରଥଯାତ୍ରାରେ ଆରଏସ୍ଏସର ସେବାକାର୍ଯ୍ୟ: ୧୧୦୦ ସ୍ୱୟଂ ସେବକ ନିୟୋଜିତ

ପୁରୀ ରଥଯାତ୍ରାରେ ଆରଏସ୍ଏସର ସେବାକାର୍ଯ୍ୟ: ୧୧୦୦ ସ୍ୱୟଂ ସେବକ ନିୟୋଜିତ

40

ଭୁବନେଶ୍ୱର/ପୁରୀ: ଶ୍ରୀକ୍ଷେତ୍ର ପୁରୀ ରଥଯାତ୍ରାରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆରଏସ୍ଏସ୍) ତରଫରୁ ୮ ପ୍ରକାର ସେବାକାର୍ଯ୍ୟ ପ୍ରଦାନ କରାଯାଉଛି। ଏହି ସେବା କାର୍ଯ୍ୟରେ ୧୧୦୦ ସ୍ୱୟଂସେବକ ନିୟୋଜିତ ଅଛନ୍ତି। ଆହତ ଓ ମୂର୍ଚ୍ଚିତ ମାନଙ୍କୁ ଚିକିତ୍ସାଳୟରେ ଭର୍ତ୍ତି କରିବାରେ ଆମ୍ବୁଲାନ୍ସ ଯିବା ଆସିବା ନିମନ୍ତେ ଭିଡ଼ ଭିତରେ ଆମ୍ବୁଲାନ୍ସ ପାଇଁ ୫୦୦ ମିଟର ମାନବୀୟ ରାସ୍ତା ନିର୍ମାଣ କରିଛନ୍ତି ସଂଘର ସ୍ୱୟଂ ସେବକ। ଯାହା ଦ୍ୱାରା ରୋଗୀମାନଙ୍କୁ ଭିଡ଼ ମଧ୍ୟରେ ରଥ ପାଖରୁ ଆମ୍ବୁଲାନ୍ସ ନିକଟରେ ସହଜରେ ପହଞ୍ଚାଇ ଦିଆଯାଇ ପାରୁଥିଲା। ଏତଦ୍ ବ୍ୟତୀତ ପ୍ରାଥମିକ ଚିକିତ୍ସା, ଆମ୍ବୁଲାନ୍ସ ସେବା, ଷ୍ଟ୍ରେଚର ସେବା, ପାନୀୟ ଜଳ ବିତରଣ, ଭ୍ରାମ୍ୟମାଣ ପାନୀୟ ଜଳ ବିତରଣ, ଜଳ ସିଞ୍ଚନ, ଆମ୍ବୁଲାନ୍ସ ଗମନାଗମନ ପଥ, ହଜି ଯାଇଥିବା ବ୍ୟକ୍ତିଙ୍କୁ ଖୋଜି ଆଣିବା, ଡାକ୍ତରଖାନାରେ ରୋଗୀ ସହାୟତା ଆଦି ଯୋଗାଇ ଦିଆଯାଉଛି। ସ୍ୱୟଂ ସେବକମାନେ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ନିରବଛିନ୍ନ ଭାବରେ ସେବା କାର୍ଯ୍ୟ କରି ଆସୁଛନ୍ତି। ୨୦୦୫ ମସିହାରୁ ସଂଘ ପକ୍ଷରୁ ସ୍ୱୟଂ ସେବକମାନେ ଏପରି ଅନେକ କାର୍ଯ୍ୟ ପ୍ରଶାସନ ସହ ମିଶି କରି ଆସଛନ୍ତି। ଏହି ୮ ପ୍ରକାର ସେବା ମଧ୍ୟରୁ ପ୍ରାଥମିକ ଚିିକିତ୍ସା ଦୀର୍ଘ ୯ ଦିନ ବ୍ୟାପି ଚାଲିବ। ଭୁବନେଶ୍ୱର, କଟକ ଓ ବ୍ରହ୍ମପୁରର ଡାକ୍ତରମାନେ ଆସି ପ୍ରାଥମିକ ଚିକିତ୍ସା ପ୍ରଦାନ କରୁଛନ୍ତି। ଏହି ପ୍ରାଥମିକ ଚିକିତ୍ସା ଯୋଗୁଁ ସେହି ଡାକ୍ତର ମାନେ ଉତ୍ସାହିତ ହେବା ସହ ୯ ଦିନ ଧରି ସେବା ଯୋଗାଇଦେବା ପାଇଁ ପ୍ରତିଶୃତି ଦେଇଛନ୍ତି।

ଜୁନ୍ ୧୯ ତାରିଖ ସନ୍ଧ୍ୟା ସମୟରେ ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ଘୋଡା ବଜାର ଠାରେ ସଂଘର ଅଧିକାରୀ ମାନେ ସମସ୍ତ ସ୍ୱୟଂ ସେବକମାନଙ୍କୁ ୮ ଭାଗରେ ସେବାର ଗୁରୁ ଦାୟିତ୍ୱ ସମ୍ପର୍କରେ ପ୍ରଶିକ୍ଷିତ କରିଥିଲେ ବୋଲି ବୋଲି ସଂଘର ପ୍ରାନ୍ତ ପ୍ରଚାର (ମିଡିଆ ସେଲ୍) ପ୍ରମୁଖ ରବି ନାରାୟଣ ପଣ୍ଡା ସୂଚନା ଦେଇଛନ୍ତି। ଆଜି ପ୍ରାତଃ ୭ ଘଟିକା ସମୟରେ ଗୁଣ୍ଡିଚା ମନ୍ଦିର ନିକଟରେ ସମସ୍ତେ ଏକଜୁଟ ହୋଇ ସେବାକାର୍ଯ୍ୟ ଉଦ୍‌ଘାଟନ ପରେ ରଥଯାତ୍ରାରେ ସେବା ଯୋଗାଇ ଦେବା ପାଇଁ ସମସ୍ତ ସ୍ୱୟଂ ସେବକ ବାହାରିଥିଲେ।
-/DevD®ath

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.