Home ଓଡ଼ିଶା ରଥଯାତ୍ରାରେ କେଶରୀୟା ହିନ୍ଦୁ ପରିଷଦ ପକ୍ଷରୁ ସେବା କାର୍ଯ୍ୟ

ରଥଯାତ୍ରାରେ କେଶରୀୟା ହିନ୍ଦୁ ପରିଷଦ ପକ୍ଷରୁ ସେବା କାର୍ଯ୍ୟ

23

ଭୁବନେଶ୍ୱର/ପୁରୀ: ରଥଯାତ୍ରା ଅବସରରେ ପୁରୀର ତାଳବଣିଆ ଠାରେ କେଶରୀୟା ହିନ୍ଦୁ ପରିଷଦ ପକ୍ଷରୁ ବ୍ୟାପକ ସେବାକାର୍ଯ୍ୟ କରାଯାଇଛି। ରଥଯାତ୍ରା ଦିନ ଶ୍ରଦ୍ଧାଳୁଙ୍କ ପାଇଁ ଜଳପାନ ବ୍ୟବସ୍ଥା ସହିତ ପାନୀୟ ଜଳ ଓ କୋଭିଡ୍ ସଂକ୍ରମଣ ସୁରକ୍ଷା ପାଇଁ ମାସ୍କ ବଣ୍ଟନ କରାଯାଇଥିଲା। ଏହି ଶିବିରରେ ପୁରୀ ଜିଲ୍ଲା କାର୍ଯ୍ୟକର୍ତ୍ତାଙ୍କ ସମେତ ସଂସ୍ଥାପକ ଜ୍ଞାନ ରଞ୍ଜନ ଜେନା, ସାଧାରଣ ସମ୍ପାଦକ ରାଜେଶ ନନ୍ଦ, ମିହିର ପାଣି, ମହିଳା ବାହିନୀ ରାଜ୍ୟ ସଭାନେତ୍ରୀ ରଶ୍ମିମୟୀ ପଟ୍ଟନାୟକ, ଉପସଭାନେତ୍ରୀ ସଜିତା ତ୍ରିପାଠୀ, ପୁରୀ ଜିଲ୍ଲା ସଭାପତି ବିଶୁଦ୍ଧାନନ୍ଦ ଜେନା, ମହିଳା ବାହିନୀ ସଭାନେତ୍ରୀ ଲିନା ମହାନ୍ତି, ମଞ୍ଜୁଲତା ସ୍ୱାଇଁ, ବୀଣା ଷଡ଼ଙ୍ଗୀ, ସଞ୍ଜୟ ଦାସ, ବିନୟ ମଣ୍ଡି , ଅନୁଷ୍କା ପଟ୍ଟନାୟକ, ଇତିଶ୍ରୀ ଶ୍ରୀଚନ୍ଦନ, ଅନୁ ମିଶ୍ର, ସଞ୍ଜୟ ଦାସ ପ୍ରମୁଖ ଉପସ୍ଥିତ ରହି ସେବାକାର୍ଯ୍ୟ ତୁଲାଇଥିଲେ। ଏଥିରେ ସମାଜସେବୀ ତଥା ବିଜେପି ନେତା ମୁରଲୀ ଶର୍ମା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସେହିପରି ବାହୁଡା଼ ଯାତ୍ରା ଏବଂ ସୁନାବେଶରେ ମଧ୍ୟ ପରିଷଦ ପକ୍ଷରୁ ସେବା କାର୍ଯ୍ୟ ଜାରୀ ରହିଥିଲା।
/-Dr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.