Home ଓଡ଼ିଶା ମହାପ୍ରଭୁଙ୍କ ସ୍ନାନଯାତ୍ରା – ଜୁନ ୪ ତାରିଖ ରାତି ୧୦ଟାରୁ ୬ତାରିଖ ଦିନ ୨ଟା ଯାଏଁ...

ମହାପ୍ରଭୁଙ୍କ ସ୍ନାନଯାତ୍ରା – ଜୁନ ୪ ତାରିଖ ରାତି ୧୦ଟାରୁ ୬ତାରିଖ ଦିନ ୨ଟା ଯାଏଁ ପୁରୀରେ ଲାଗୁ ହେବ ୧୪୪ ଧାରା

163

ପୁରୀ ୨-୬ (ଓଡ଼ିଆ ପୁଅ) ଜୁନ୍‌ ୫ ତାରିଖରେ ମହାପ୍ରଭୁଙ୍କ ସ୍ନାନଯାତ୍ରା। ଆଜି ହୋଇଥିଲା ପରିଚାଳନା କମିଟି ବୈଠକ। କରୋନା କଟକଣା ଭିତରେ ଏଥର ସ୍ନାନଯାତ୍ରା ନୀତି ସମ୍ପନ୍ନ ହେବ। ସାଧାରଣ ଭକ୍ତମାନେ ସ୍ନାନଯାତ୍ରା ଦେଖିପାରିବେ ନାହିଁ। ଲୋକଙ୍କ ସୁବିଧା ପାଇଁ ସ୍ନାନଯାତ୍ରାର ସିଧାପ୍ରସାରଣ କରାଯିବ। ତେବେ ଜୁନ ୪ ତାରିଖ ରାତି ୧୦ଟାରୁ ୬ତାରିଖ ଦିନ ୨ଟା ଯାଏଁ ପୁରୀରେ ଲାଗୁ ହେବ ୧୪୪ ଧାରା । ଶ୍ରୀମନ୍ଦିର ଅଞ୍ଚଳର ଆଖପାଖ ଛଡ଼ା ମାର୍କେଟ ଛକରୁ ବଡ଼ଦାଣ୍ଡରେ ମନ୍ଦିର ଏବଂ ସେପଟେ କାକୁଡ଼ିଖାଇ ଯାଏଁ କଟକଣା ଲାଗିବା ସହ ଅନ୍ୟ ଶ୍ରୀମନ୍ଦିର ନିକଟସ୍ଥ ଅନ୍ୟ କେଉଁ କେଉଁ ଅଞ୍ଚଳରେ ଲାଗିବ କଟକଣା ତାହା ପ୍ରଶାସନ ସ୍ଥିର କରିବେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.