Home Top News ସୁପ୍ରିମକୋର୍ଟଙ୍କ ବଡ ନିଷ୍ପତ୍ତି: ସମସ୍ତ ରାଜ୍ୟରେ ୩୧ ଜୁଲାଇ ସୁଦ୍ଧା ଗୋଟିଏ ରାଷ୍ଟ୍ର ଗୋଟିଏ ରେସନ...

ସୁପ୍ରିମକୋର୍ଟଙ୍କ ବଡ ନିଷ୍ପତ୍ତି: ସମସ୍ତ ରାଜ୍ୟରେ ୩୧ ଜୁଲାଇ ସୁଦ୍ଧା ଗୋଟିଏ ରାଷ୍ଟ୍ର ଗୋଟିଏ ରେସନ କାର୍ଡ ବ୍ୟବସ୍ଥା ଲାଗୁ କର

108

ନୂଆ ଦିଲ୍ଲୀ ୨୯-୬ (ଓଡ଼ିଆ ପୁଅ) ଆଜି ସୁପ୍ରିମକୋର୍ଟ ଏକ ବଡ ନିଷ୍ପତ୍ତି ଶୁଣାଇଛନ୍ତି। ସମସ୍ତ ରାଜ୍ୟରେ ୩୧ ଜୁଲାଇ ସୁଦ୍ଧା ଗୋଟିଏ ରାଷ୍ଟ୍ର ଗୋଟିଏ ରେସନ କାର୍ଡ ବ୍ୟବସ୍ଥା ଲାଗୁ କରିବାକୁ କୋର୍ଟ ନିଷ୍ପତ୍ତି ଶୁଣାଇଛନ୍ତି।

ସୂଚନାଯୋଗ୍ୟଯେ, ଏହା ବର୍ତ୍ତମାନ କେବଳ ୧୭ ଟି ରାଜ୍ୟରେ ଲାଗୁ କରାଯାଇଛି। ଦିଲ୍ଲୀ, ପଶ୍ଚିମବଙ୍ଗ, ଛତିଶଗଡ, ମହାରାଷ୍ଟ୍ର ଭଳି ରାଜ୍ୟ ଏହାକୁ କାର୍ଯ୍ୟକାରୀ କରିନାହାଁନ୍ତି।

ଏହା ବ୍ୟତୀତ ପ୍ରବାସୀ ଶ୍ରମିକଙ୍କ ସମ୍ବନ୍ଧରେ ଏକ ‘ବଡ ଆଦେଶ’ ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ। ତେବେ ଜୁଲାଇ ୩୧ ସୁଦ୍ଧା ଅଣସଂଗଠିତ ତଥା ପ୍ରବାସୀ ଶ୍ରମିକଙ୍କ ପଞ୍ଜୀକରଣ ପାଇଁ ପୋର୍ଟାଲ ଲଞ୍ଚ କରିବାକୁ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମ କୋର୍ଟ।

ଏତଦ୍ ବ୍ୟତୀତ ସୁପ୍ରିମ କୋର୍ଟ କହିଛନ୍ତି ଯେ, ଜୁଲାଇ ୨୦୨୧ ସୁଦ୍ଧା ସମସ୍ତ ରାଜ୍ୟରେ ୱାନ ନେସନ ୱାନ ରେସନ ଯୋଜନା କାର୍ଯ୍ୟକାରୀ କରିବା ଉଚିତ।

ଏହା ସହିତ ରାଜ୍ୟମାନଙ୍କୁ ଅତିରିକ୍ତ ଖାଦ୍ୟ ଶସ୍ୟ ବଣ୍ଟନ ପାଇଁ କେନ୍ଦ୍ରକୁ ନିର୍ଦ୍ଦେଶ ଦେଉଥିବାବେଳେ କୁହାଯାଇଛି ଯେ ରାଜ୍ୟଗୁଡ଼ିକ ପ୍ରବାସୀମାନଙ୍କୁ ଶୁଷ୍କ ରାସନ ବଣ୍ଟନ ପାଇଁ ଏକ ଯୋଜନା ଆଣିବା ଉଚିତ୍।

ମହାମାରୀ ଶେଷ ହେବା ପର୍ଯ୍ୟନ୍ତ ରାଜ୍ୟ ପ୍ରବାସୀ ଶ୍ରମିକମାନଙ୍କ ପାଇଁ ସାମୁହିକ ରୋଷେଇ ଚଳାଇବା ଉଚିତ୍।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.