Home ଆନ୍ତର୍ଜାତୀୟ TikTok ଉପରେ ବ୍ୟାନ ହଟିବ ! ମାଡ୍ରାସ ହାଇକୋର୍ଟକୁ ୨୪ ଅପ୍ରିଲ ପର୍ଯ୍ୟନ୍ତ ନିଷ୍ପତି ନେବାକୁ...

TikTok ଉପରେ ବ୍ୟାନ ହଟିବ ! ମାଡ୍ରାସ ହାଇକୋର୍ଟକୁ ୨୪ ଅପ୍ରିଲ ପର୍ଯ୍ୟନ୍ତ ନିଷ୍ପତି ନେବାକୁ କହିଲେ ସୁପ୍ରୀମ କୋର୍ଟ

1726

ନୂଆ ଦିଲ୍ଲୀ ୨୨-୪ (ଓଡ଼ିଆ ପୁଅ) ସୁପ୍ରୀମ କୋର୍ଟ ମାଡ୍ରାସ ହାଇକୋର୍ଟକୁ TikTok ଉପରେ କରିଥିବା ବ୍ୟାନକୁ ନେଇକରି ୨୪ ଅପ୍ରିଲ ପର୍ଯ୍ୟନ୍ତ ନିର୍ଣ୍ଣୟ ନେବାକୁ ସମୟ ଦେଇଛନ୍ତି। ଯଦି ମାଡ୍ରାସ ହାଇକୋର୍ଟ ୨୪ ଅପ୍ରିଲ ପର୍ଯ୍ୟନ୍ତ ନିଷ୍ପତି ନ ନିଅନ୍ତି ତେବେ TikTok ଉପରେ ବ୍ୟାନ ହଟିବ ବୋଲି ସୁପ୍ରୀମ କୋର୍ଟ ନିଜ ନିଷ୍ପତ୍ତିରେ ଆଜି ଶୁଣାଇଛନ୍ତି।

ସୂଚନାଯୋଗ୍ୟ, ଭାରତ ସହିତ ଦୁନିଆ ଅନେକ ଦେଶରେ ଲୋକପ୍ରିୟ ସର୍ଟ ଭିଡ଼ିଓ ଆପ TikTok ଉପରେ ଲାଗିଥିବା ବ୍ୟାନ୍ ହଟିପାରେ। ସୁପ୍ରୀମ କୋର୍ଟ ଟିକ ଟକ ଉପରେ ଲାଗିଥିବା ବ୍ୟାନ୍ ବିରୁଦ୍ଧରେ ଦାଖଲ ଯାଚିକା ଉପରେ ଶୁଣାଣି କରି ମାଡ୍ରାସ ହାଇକୋର୍ଟ କୁ ୨୪ ଅପ୍ରିଲ ପର୍ଯ୍ୟନ୍ତ ବ୍ୟାନ୍ ର ଆଦେଶ ଉପରେ ବିଚାର କରିବାପାଇଁ ନିର୍ଦେଶ ଦେଇଛନ୍ତି। ସୁପ୍ରୀମ କୋର୍ଟ ସ୍ପଷ୍ଟ କରିଛନ୍ତିଯେ, ଯଦି ମାଡ୍ରାସ ହାଇକୋର୍ଟ ୨୪ ଅପ୍ରିଲ ପର୍ଯ୍ୟନ୍ତ ଏହା ଉପରେ ବିଚାର କରିବେ ନାହିଁ ତେବେ ଏହା ଉପରେ ଲାଗିଥିବା ରୋକ ହଟିଯିବ।

ପୁନଶ୍ଚ ସୂଚନାଯୋଗ୍ୟଯେ, ଭାରତର ଇଲେକ୍ଟ୍ରନିକ୍ସ ଏବଂ ସୂଚନା ପ୍ରୌଦ୍ୟୋଗିକୀ ମନ୍ତ୍ରଣାଳୟ (MeitY) ଗୁଗୁଲ୍ ଏବଂ ଆପଲ୍ କୁ ଆପ୍ ଷ୍ଟୋରରୁ ଚାଇନା ଭିଡ଼ିଓ ଆପ୍ଲିକେସନ TikTok କୁ ହଟାଇବା ପାଇଁ କୁହାଯାଇଥିଲା। ଏହି ନିର୍ଦ୍ଦେଶ ପରେ ଗୁଗୁଲ୍ ପ୍ଲେ ଷ୍ଟୋର ଏବଂ ଅପଲ ଷ୍ଟୋରରୁ TikTok ଆପ୍ କୁ ବ୍ଲକ କରିଦିଆଯାଇଛି। ଅର୍ଥାତ୍ ଅପଣ ଆଉ ଏହାକୁ ଭାରତରେ ଡାଉନଲେଡ୍ କରିପାରିବେ ନାହିଁ।

ଉଲ୍ଲେଖ କରାଯାଇପାରେଯେ, TikTok ଆପ୍ କୁ ଦୁନିଆରେ ପ୍ରାୟତଃ ୧୦୦ କୋଟିରୁ ଅଧିକ ଥର ଡାଉନଲୋଡ କରାଯାଇସାରିଲାଣି। ସୁପ୍ରୀମ କୋର୍ଟ ସୋମବାରଦିନ ଏହି ସମ୍ବନ୍ଧରେ ୩ ଅପ୍ରିଲରେ ଦିଆଯାଇଥିବା ମାଡ୍ରାସ ହାଇକୋର୍ଟର ଆଦେଶ ଉପରେ TikTok ର ଯାଚିକାକୁ ଖାରଜ କରିଦେଇଥିଲେ। ଯାହାଫଳରେ ଆପ୍ ର ଡାଉନଲୋଡ ଉପରେ ପ୍ରତିବନ୍ଧ ଲଗାଯାଇପାରିଛି।

ମାଡ୍ରାସ ହାଇକୋର୍ଟର ମଦୁରାଇ ପୀଠ ୩ ଅପ୍ରିଲରେ ଏକ ଆଦେଶ ପାରିତ କରି ସରକାରଙ୍କୁ ଦେଶରେ TikTok ର ଡାଉନଲୋଡ ଉପରେ ରୋକ ଲଗାଇବାପାଇଁ ନିର୍ଦେଶ ଦେଇଥିଲେ। କିନ୍ତୁ ଏହି ମାମଲାକୁ କମ୍ପାନୀ ତରଫରୁ ସୁପ୍ରୀମ କୋର୍ଟ ନିଆଯାଇଥିଲା, ଯାହାକି ଏହି ଆଧାର ଉପରେ ଆଦେଶକୁ ରୋକିବାପାଇଁ ମନାକରାଯାଇଥିଲା। ଏହି ମାମଲା ଏବେ ମଧ୍ୟ ବିଚାରାଧୀନ ଥିଲା ଏବଂ ୨୨ ଅପ୍ରିଲରେ ଏହି ମାମଲାର ଶୁଣାଣି ହୋଇଛି।

ଏକ ରିପୋର୍ଟ ଅନୁସାରେ, TikTok ଆଦେଶକୁ ଅପମାନଜନକ, ଭେଦଭାବପୂର୍ଣ୍ଣ ଏବଂ ମନମାନା କୁହାଯାଇଛି ଏବଂ ପ୍ରତିବନ୍ଧ ଉପରେ କୌଣସି ଟିପ୍ପଣୀ ଦିଆଯାଇନାହିଁ। ନିଜ ପକ୍ଷରୁ TikTok କହିଛିଯେ ଏଥିପାଇଁ TikTokକୁ ଉତ୍ତରଦାୟୀ କରାଯାଇପାରିବ ନାହିଁ କାରଣ ପ୍ଲାଟଫର୍ମ ଉପରେ ଥାର୍ଡ-ପାର୍ଟି ଅପଲୋଡ କରିଥାନ୍ତି।

TikTok ଆପ୍ ଏକ ବର୍ଷରେ ହିଁ କିଛି ଅଧିକ ଲୋକପ୍ରିୟ ହୋଇଯାଇଛି। କୁହାଯାଇପାରେଯେ, କି କମ୍ପାନୀ ପୂର୍ବରୁ ଏହାକୁ ମ୍ୟୁଜିକାଲୀ (musically) ନାମରେ ଲଞ୍ଚ କରିଥିଲା, କିନ୍ତୁ ପରେ ଏହାର ନାମ ବଦଲକର ଟିକ୍ ଟକ୍ (TikTok) ରଖିଥିଲା।

ଆପଣଙ୍କୁ କୁହାଯାଇପାରେଯେ, କି ଏହି କମ୍ପାନୀର ମାଲିକାନା ଚାଇନା କମ୍ପାନୀ ବାଇଟଡାଂସ (Bytedance) ନିକଟରେ ଅଛି, ଯିଏ କି ଦୁନିଆର ସବୁଠାରୁ ଅଧିକ ଭ୍ୟାଲ୍ୟୁବାଲା ଷ୍ଟାର୍ଟଅପ କମ୍ପାନୀ ମଧ୍ୟରୁ ଗୋଟିଏ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.