Home ଓଡ଼ିଶା ସରପଞ୍ଚ ପାର୍ଥିଙ୍କ ଅଭିଯୋଗ: ସରକାରୀ କର୍ମଚାରୀ କରୁଛନ୍ତି ନିର୍ବାଚନ ପ୍ରଚାର

ସରପଞ୍ଚ ପାର୍ଥିଙ୍କ ଅଭିଯୋଗ: ସରକାରୀ କର୍ମଚାରୀ କରୁଛନ୍ତି ନିର୍ବାଚନ ପ୍ରଚାର

77

ଭୁବନେଶ୍ୱର/ଯାଜପୁର: ସରକାରୀ କର୍ମଚାରୀ କରୁଛନ୍ତି ନିର୍ବାଚନ। ଏପରି ଅଭିଯୋଗ ଆଣିଛନ୍ତି ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ୍ ଅନ୍ତର୍ଗତ ସୁକିନ୍ଦାଗଡ଼ ଗ୍ରାମ ପଞ୍ଚାୟତରୁ ସରପଞ୍ଚ ଭାବେ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥି ସତ୍ୟଜିତ ଦାଶ। ସୁକିନ୍ଦା ବ୍ଲକ୍ ନିର୍ବାଚନ ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରି ସତ୍ୟଜିତ କହିଛନ୍ତି, ସରକାର ନିର୍ବାଚନକୁ ସ୍ବଚ୍ଛ କରିବା ଦିଗରେ ଅନେକ ପଦକ୍ଷେପ ଗ୍ରହଣ କରୁଥିଲେ ମଧ୍ୟ କେତେକ ନ୍ୟସ୍ତ ସ୍ବାର୍ଥ ସରକାରୀ/ସରକାରୀ ଅନୁଦାନପ୍ରାପ୍ତ ସଂସ୍ଥାର କର୍ମଚାରୀ ନିର୍ବାଚନ ପ୍ରଚାର କରୁଥିବା ଦେଖିବାକୁ ମିଳୁଛି। ଯାହାକି ନିର୍ବାଚନ ନିୟମକୁ ଖୋଲା ଉଲ୍ଲଙ୍ଘନ କରୁଛି। ଏହିପରି ଏକ ଘଟଣା ସୁକିନ୍ଦାଗଡ଼ ଗ୍ରାମ ପଞ୍ଚାୟତରେ ଘଟୁଛି। ଓଡ଼ିଶା ଜୀବିକା ମିଶନରେ ସିଆରପି ଭାବରେ କାର୍ଯ୍ୟ କରୁଥିବା ବୈଜୟନ୍ତୀ ସେଠୀ ସୁକିନ୍ଦାଗଡ଼ ଗ୍ରାମ ପଞ୍ଚାୟତରେ ସିଧା ସଳଖ ଭାବରେ ବିଜୁ ଜନତା ଦଳର ପ୍ରଚାର କରୁଛନ୍ତି। ବିଭିନ୍ନ ଗ୍ରାମକୁ ଯାଇ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ଗୁଡ଼ିକୁ ଋଣ ଯୋଗାଇଦେବାର ଲୋଭ ଦେଖାଇବା ସହିତ ବିଜେଡିକୁ ଭୋଟ୍ ନଦେଲେ କୌଣସି ସରକାରୀ ସହାୟତାରୁ ବଞ୍ଚିତ କରାଯିବ ବୋଲି ଧମକ ଦେଉଛନ୍ତି। ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ନିର୍ବାଚନକୁ ସ୍ବଚ୍ଛ କରିଵା ସହିତ ସତ୍ୟଜିତ ନ୍ୟାୟ ପାଇଁ ଦାବୀ କରିଛନ୍ତି।
/-DevDr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.