ନୂଆଦିଲ୍ଲୀ ୨୬-୪ (ଓଡ଼ିଆ ପୁଅ) : ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ସଞ୍ଜୟ କୋଠାରୀ ଆଜି ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସମାରୋହରେ ମୁଖ୍ୟ ଭିଜିଲାନ୍ସ କମିଶନର ଭାବେ ଶପଥ ଗ୍ରହଣ କରିଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶପଥ ଗ୍ରହଣ କରାଇଛନ୍ତି। କୋଠାରୀ ହେଉଛନ୍ତି ହରିୟାଣା କ୍ୟାଡରର ୧୯୭୮ ବ୍ୟାଚ୍ (ଅବସରପ୍ରାପ୍ତ) ଆଇଏଏସ୍ ଅଧିକାରୀ। ମୁଖ୍ୟ ଭିଜିଲାନ୍ସ କମିଶନର ହେବା ପୂର୍ବରୁ ସଞ୍ଜୟ କୋଠରୀ ରାଷ୍ଟ୍ରପତିଙ୍କ ସଚିବ ଥିଲେ।
ଏହି ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଉପରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।