ମାଲକାନଗିରି ୭-୨ (ଓଡ଼ିଆ ପୁଅ) ପ୍ରଥମେ ସମଲିଙ୍ଗୀ ପ୍ରେମ ଓ ପରେ ବିଭାହ ଏଭଳି ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲାରେ। ଜିଲ୍ଲାର ୨ ଜଣ ଯୁବତୀ ପରସ୍ପରକୁ ଭଲ ପାଇବା ପରେ ଉଭୟ ବିବାହ ବନ୍ଦନ ରେ ନିଜକୁ ବାନ୍ଧିବା ପାଇଁ ନିଷ୍ପତ୍ତି ନେଲେ।
ଏହାପରେ ଜଣେ ଯୁବତୀ ନିଜ ଲିଙ୍ଗ ପରିବର୍ତ୍ତନ କରି ଉଭୟ ବିବାହ କରିଛନ୍ତି। ତେବେ ଏଥିରେ ସେମାନଙ୍କ ପରିବାର ଲୋକେ ବି ସହମତି ଦେଇଥିଲେ। ତେଣୁ ବୈଦିକ ରୀତିନୀତିରେ ବିବାହ ହୋଇଛି। ତେବେ ସେମାନେ ଏଇ କଥାକୁ ସମାଜଠାରୁ ଗୁପ୍ତ ରଖିଛନ୍ତି।








