Home ଓଡ଼ିଶା ଜାମ୍ମୁ କାଶ୍ମୀର: ଉମର ଅବଦୁଲ୍ଲା ଏବଂ ମହବୁବା ମୁଫ୍ତୀଙ୍କ ବିରୁଦ୍ଧରେ PSA ଅନୁଯାୟୀ ମାମଲା ରୁଜୁ

ଜାମ୍ମୁ କାଶ୍ମୀର: ଉମର ଅବଦୁଲ୍ଲା ଏବଂ ମହବୁବା ମୁଫ୍ତୀଙ୍କ ବିରୁଦ୍ଧରେ PSA ଅନୁଯାୟୀ ମାମଲା ରୁଜୁ

191

ନୂଆ ଦିଲ୍ଲୀ ୬-୨ (ଓଡ଼ିଆ ପୁଅ) ଗତ ବର୍ଷ ପାଞ୍ଚ ଅଗଷ୍ଟରୁ ଗିରଫ ହୋଇଥିବା ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲା ଏବଂ ମହବୁବା ମୁଫ୍ତୀଙ୍କ ବିରୁଦ୍ଧରେ ଗୁରୁବାର (୬ ଫେବ୍ରୁଆରୀ) ରେ କଡ଼ା ଜନ ସୁରକ୍ଷା ଆଇନ (ପିଏସଏ) ଅନୁଯାୟୀ ମାମଲା ରୁଜୁ କରାଯାଇଛି।

ଏହା ପୂର୍ବରୁ ଜାମ୍ମୁ କାଶ୍ମୀରର କିଛି ଅନ୍ୟ ନେତାମାନଙ୍କ ବିରୁଦ୍ଧରେ ମଧ୍ୟ ପିଏସଏ ଅନୁଯାୟୀ ମାମଲା ରୁଜୁ କରାଯାଇଥିଲା। ଏହି ନେତାମାନଙ୍କ ମଧ୍ୟରେ ନ୍ୟାସନାଲ କନ୍ଫ୍ରେଂସ ର ନେତା ଏବଂ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଉମର ଅବ୍ଦୁଲ୍ଲା, ପୂର୍ବତନ ମନ୍ତ୍ରୀ ଅଲୀ ମହମ୍ମଦ ସାଗର, ନ୍ୟାସନାଲ କନ୍ଫ୍ରେଂସର ପୂର୍ବତନ ବିଧାୟକ ବଶୀର ଅହମ୍ମଦ ବୀରୀ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ପିଡିପି ପ୍ରମୁଖ ମହବୁବା ମୁଫ୍ତୀଙ୍କର ମାମା ସରତାଜ ମଦନୀ ସାମିଲ ଥିଲେ।
ତାଙ୍କର ଛଅ ମାସ ନଜରବନ୍ଦୀ ଗୁରୁବାର (୬ ଫେବ୍ରୁଆରୀ)ରେ ସମାପ୍ତ ହେଉଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.