Home ଓଡ଼ିଶା Sai Ra Narasimha Reddyର ଟିଜର ରିଲିଜ

Sai Ra Narasimha Reddyର ଟିଜର ରିଲିଜ

450

ମୁମ୍ବାଇ,୨୩/୦୮,(ଓଡ଼ିଆ ପୁଅ /ପଙ୍କଜିନୀ ନାୟକ): ଅମିତାଭ ବଚ୍ଚନଙ୍କ ପ୍ରଥମ ତେଲୁଗୁ ଫିଲ୍ମ ‘Sai Ra Narasimha Reddy’ ର ଟିଜର ମଙ୍ଗଳବାର ମୁମ୍ବାଇରେ ରିଲିଜ୍ ହୋଇଯାଇଛି । ଟିଜର ଲଞ୍ଚ ଇଭେଣ୍ଟରେ ଫିଲ୍ମର ଲିଡ୍ ଆକ୍ଟର ଚିରଞ୍ଜୀବଙ୍କ ସମେତ ତମନ୍ନା ଭାଟିଆ, ଫରହାନ୍ ଅଖତର୍,କିଚ୍ଚା ସୁଦୀପ୍,ପ୍ରଡ୍ୟୁସର ରାମଚରଣ ତେଜା ଏବଂ ଡାଇରେକ୍ଟର ସୁରେନ୍ଦ୍ର ରେଡ୍ଡୀ ଉପସ୍ଥିତ ରହିଥିଲେ ।

ଅମିତାଭ ଏହି ଇଭେଣ୍ଟରେ ଅନୁପସ୍ଥିତ ରହିଥିଲେ । ଅନ୍ୟପଟେ ଏହି ଇଭେଣ୍ଟରେ ତମନ୍ନା ଏକ ସୁନ୍ଦର ଗାଉନ୍ ପିନ୍ଧିଥିବାର ନଜର ଆସିଥିଲେ। ଏହାସହିତ ସେ ହାତ ଯୋଡି ମିଡିଆକୁ ସ୍ବାଗତ କରିଥିଲେ । ଚିରଞ୍ଜୀବ ବ୍ଳାକ୍ ପୋଲକା ଡଟ୍ ସାର୍ଟ ପିନ୍ଧିଥିଲେ । ସେ ଫିଲ୍ମ ଏବଂ ସେଥିରେ କରିଥିବା ନିଜର ଚିରିତ୍ରକୁ ନେଇ କଥା ହୋଇଥିଲେ । ଚିରଞ୍ଜୀବଙ୍କ ପୁଅ ରାମଚରଣ ଏହି ଫିଲ୍ମର ପ୍ରଡ୍ୟୁସର ଅଟନ୍ତି ।

ରବିକିସନ୍ ଏବଂ କିଚ୍ଚା ସୁଦୀପ୍ ଫିଲ୍ମରେ ଗୁରୁତ୍ବପୂର୍ଣ୍ଣ ଭୂମୀକାରେ ନଜର ଆସିବେ । ଟିଜର ଲଞ୍ଚରେ ଏହି ଦୁଇ କଳାକାର ନିଜ ଭିତରେ କଥାବର୍ତ୍ତାରେ ମସଗୁଲ୍ ରହିଥିବାର ଦେଖିବାକୁ ମିଳିଥିଲା । ଫିଲ୍ମର ମ୍ୟୁଜିକ୍ ଅମିତ୍ ତ୍ରୀଦେବୀ ଏବଂ ଜୁଲିୟସ୍ ପୋକିଅମ୍ ଦେଇଛନ୍ତି । ଏହି ଇଭେଣ୍ଟରେ ଜୁଲିୟସ୍ ଦେଖାଯାଇନଥିଲେ ହେଲେ ଅମିତ୍ ଉପସ୍ଥିତ ରହିଥିଲେ । ଫିଲ୍ମର ଡିଷ୍ଟିବ୍ୟୁଟର ଅନିଲ୍ ଥଡାନି ମଧ୍ୟ ଇଭେଣ୍ଟରେ ଯୋଗ ଦେଇଥିଲେ। ଫରହାନ୍ ଅଖତର ମଧ୍ୟ ଏହି ଫିଲ୍ମର ପ୍ରଡ୍ୟୁସର ଭାବେ କାର୍ଯ୍ୟ ଭାର ଉଠାଛନ୍ତି

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.