Home ଓଡ଼ିଶା ଜୋର୍ ଧରିଛି ଚର୍ଚ୍ଚା: ବିଜେଡି ମୁହାଁ ବିଜେପି ନେତ୍ରୀ ହରପ୍ରିୟା!

ଜୋର୍ ଧରିଛି ଚର୍ଚ୍ଚା: ବିଜେଡି ମୁହାଁ ବିଜେପି ନେତ୍ରୀ ହରପ୍ରିୟା!

102

ଭୁବନେଶ୍ୱର/ଭଦ୍ରକ: ଶ୍ରୀରାମ ମହାଯଜ୍ଞ ସମିତି ପକ୍ଷରୁ ଭଦ୍ରକରେ ଆୟୋଜିତ ଶ୍ରୀରାମ ନବମୀ ମହୋତ୍ସବର ସମାପନ ଘଟିଛି। ମହୋତ୍ସବ ସିନା ସରିଯାଇଛି, କିନ୍ତୁ ମହୋତ୍ସବ ସମୟରେ ଭଦ୍ରକ ବିଜେଡି ବିଧାୟକ ସଞ୍ଜୀବ କୁମାର ମଲ୍ଲିକଙ୍କ ସହ ଭଦ୍ରକ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ହରପ୍ରିୟା ସାହୁଙ୍କ ଫଟୋକୁ ନେଇ ଚର୍ଚ୍ଚା ଜୋର୍ ଜୋର୍ ଧରିଛି। ନିଜର ଏକ ରାଷ୍ଟ୍ରବାଦୀ, ହିନ୍ଦୁତ୍ବବାଦୀ ଯୁବା ନେତ୍ରୀର ପରିଚୟ ସୃଷ୍ଟି କରିଥିବା ହରପ୍ରିୟା କ’ଣ ବିଜେଡିରେ ଯୋଗ ଦେବେ ବୋଲି ଚର୍ଚ୍ଚା ଆଲୋଚନା ଜୋର୍ ଜୋର୍ ଧରିଛି।ଭଦ୍ରକର ଐତିହ୍ୟ, ପରମ୍ପରା ଓ ସଂସ୍କୃତିର ପରିଚୟ ଦେଇଥାଏ ଶ୍ରୀରାମ ନବମୀ ମହୋତ୍ସବ। ସମସ୍ତଙ୍କ ଶ୍ରଦ୍ଧା, ବିଶ୍ୱାସ ଏବଂ ସ୍ୱାଭିମାନର ଅପୂର୍ବ ପ୍ରୟାସ ଯୋଗୁଁ ଚଳିତ ବର୍ଷ ଏହା ୩୨ ବର୍ଷରେ ପ୍ରଦାର୍ପଣ କରିଛି। ଭବ୍ୟ, ଦିବ୍ୟ, ଶୌର୍ଯ୍ୟ ଏବଂ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ “ଜୟ ଶ୍ରୀରାମ” ଧ୍ଵନିରେ ପ୍ରକମ୍ପିତ ହେଲା ଭଦ୍ରକ ସହର। ରାମମୟ ହୋଇଗଲା ଭଦ୍ରକ। ପ୍ରଭୂ ଶ୍ରୀରାମଙ୍କ ଜନ୍ମସ୍ଥାନ, ଅଯୋଧ୍ୟାର ଶ୍ରୀରାମ ଜନ୍ମଭୂମି ମୁକ୍ତି ଆନ୍ଦୋଳନକୁ ନେଇ ଗଢ଼ି ଉଠିଥିବା ଭଦ୍ରକର “ଶ୍ରୀରାମ ନବମୀ ମହୋତ୍ସବ”କୁ ନେଇ ଆମେ ଭଦ୍ରକବାସୀ ଗର୍ବିତ ବୋଲି କହିଛନ୍ତି ହରପ୍ରିୟା ସାହୁ।ଏଠି ରାଜନୀତିର ସ୍ଥାନ ନାହିଁ। ଦଳମତ ନିର୍ବିଶେଷରେ ଏଥିରେ ସବୁ ରାମଭକ୍ତ ସାମିଲ୍ ହେବା ଉଚିତ୍, ହୋଇଥିଲେ ମଧ୍ୟ। ସେଥିରେ ମଧ୍ୟ ସାମିଲ୍ ଥିଲେ ଭଦ୍ରକ ବିଧାୟକ ସଂଜୀବ କୁମାର ମଲ୍ଲିକ। ସେହି ସମୟରେ ମୁଁ ମଧ୍ୟ ସେଠାରେ ଥିଲି ଉପସ୍ଥିତ। ବିଜେପି ରାଜ୍ୟ ସଙ୍ଗଠନ ସମ୍ପାଦକ ମାନସ କୁମାର ମହାନ୍ତି, ବରିଷ୍ଠ ନେତା ମନମୋହନ ସାମଲ ଏବଂ ଅନ୍ୟାନ୍ୟ ନେତୃତ୍ୱ ମଧ୍ୟ ଥିଲେ ଉପସ୍ଥିତ। ସେଠାରେ ଉପସ୍ଥିତ ସମସ୍ତେ ଦଳମତରୁ ଉର୍ଦ୍ଦ୍ଵରେ ରହି କେବଳ ରାମଭକ୍ତିରେ ଲୀନ ଥିଲେ। ଏଠାରେ ରାଜନୀତିର ସ୍ଥାନ ନାହିଁ। କିଛି ଲୋକଙ୍କର କାମ ପ୍ରତ୍ୟେକ କଥାରେ ରାଜନିତୀ ଖୋଜିବା, ପରଚର୍ଚ୍ଚା, ଚୁଗୁଲିଚାପଟ କରିବା। ସେମାନେ ସେମାନଙ୍କ କାମ କରନ୍ତୁ, ମୁଁ ମୋ କାମ କରୁଛି ବୋଲି ଚର୍ଚ୍ଚା ଆଲୋଚନା ଉପରେ ନିଜର ପ୍ରତିକ୍ରିୟା ଦେଇ କହିଛନ୍ତି ହରପ୍ରିୟା ସାହୁ। ସୂଚନାଯୋଗ୍ୟ ଯେ କେନ୍ଦୁଝର ଜିଲ୍ଲା ଯୋଡ଼ାରେ ଘଟିଥିବା ସାଂପ୍ରଦାୟିକ ଉତ୍ତେଜନା ଉପରେ ବିଜେଡି ସରକାରକୁ ଟାର୍ଗେଟ୍ କରି ଆଜି ନିଜ ସୋସିଆଲ୍ ମିଡିଆ ଆକାଉଣ୍ଟରେ ପୋଷ୍ଟ୍ କରିଛନ୍ତି ହରପ୍ରିୟା।
-/Dr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.