Home Top News ଆଜି ଠାରୁ ୨୪X୭ ଉପଲବ୍ଧ ହେବ RTGS ସୁବିଧା – ଡିଜିଟାଲ୍ କାରବାର ପାଇଁ ବଡ଼...

ଆଜି ଠାରୁ ୨୪X୭ ଉପଲବ୍ଧ ହେବ RTGS ସୁବିଧା – ଡିଜିଟାଲ୍ କାରବାର ପାଇଁ ବଡ଼ ଲାଭ

43

ନୂଆଦିଲ୍ଲୀ ୧୪-୧୨ (ଓଡ଼ିଆ ପୁଅ) RTGS (ରିଅଲ୍ ଟାଇମ୍ ଗ୍ରସ୍ ସେଟେଲମେଣ୍ଟ ସିଷ୍ଟମ୍) ସୁବିଧା ଆଜି ରାତି ୧୨.୩୦ ରୁ ୨୪ ଘଣ୍ଟା ପର୍ଯ୍ୟନ୍ତ କାର୍ଯ୍ୟ ଆରମ୍ଭ କରିବ। ଏହା ଡିଜିଟାଲ୍ କାରବାର କରୁଥିବା ଲୋକଙ୍କୁ ବହୁତ ସହଜ କରିବ। ଏହି ସୂଚନା ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ଦ୍ୱାରା ଟୁଇଟ୍ ମାଧ୍ୟମରେ ଦିଆଯାଇଛି। ଏହି ଟୁଇଟ୍‌ରେ ଶ୍ରୀ ଦାସ ସେବା ସହଭାଗୀମାନଙ୍କୁ ଏହି ସଫଳତା ପାଇଁ ଅଭିନନ୍ଦନ ଜଣାଇଛନ୍ତି।

ଭାରତରେ RTGS ବ୍ୟବସ୍ଥା ୧୪ ଡିସେମ୍ବରରୁ ଏକ ପୂର୍ଣ୍ଣକାଳୀନ କାର୍ଯ୍ୟ ପ୍ରଣାଳୀରେ ପରିଣତ ହେବ। ଅକ୍ଟୋବରରେ ଆରଟିଜିଏସ୍ ସିଷ୍ଟମକୁ ୨୪ ଘଣ୍ଟିଆ ସିଷ୍ଟମ କରିବାକୁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଘୋଷଣା କରିଥିଲା। ସୂଚନାଯୋଗ୍ୟଯେ, NEFT ର ସୁବିଧା ପୂର୍ବରୁ ୨୪X୭ ଉପଲବ୍ଧ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.