Home କେନ୍ଦ୍ରାପଡ଼ା ଭିଜିଲାନ୍ସ ଜାଲରେ ରାଜସ୍ୱ ନୀରିକ୍ଷକ

ଭିଜିଲାନ୍ସ ଜାଲରେ ରାଜସ୍ୱ ନୀରିକ୍ଷକ

21

କେନ୍ଦ୍ରାପଡା, ୧୪/୧୨ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – ଜମିର କାଗଜପତ୍ର କରାଇଦେବା ପାଇଁ ୫ହଜାର ଟଙ୍କା ଲାଂଚ ନେଉଥିବା ବେଳେ ଦୁର୍ନିତୀ ନିବାରଣ ବିଭାଗ ହାତରେ ଧରାପଡି ଗିରଫ ହୋଇଛନ୍ତି ଜଣେ ମହିଳା ରାଜସ୍ୱ ନୀରିକ୍ଷକ। ଅଭିଯୋଗ ଅନୁଯାଇ କେନ୍ଦ୍ରାପଡା ଜିଲ୍ଲାର ରାଜକନିକା ତହସିଲ ଅନ୍ତର୍ଗତ ବରାଡିଆ ରାଜସ୍ୱ ସର୍କଳର ରାଜସ୍ୱ ନୀରିକ୍ଷକ ସବିତା ମଲ୍ଲିକ ବରାଡିଆ ଗ୍ରାମର ଅନିତା ତରାଇଙ୍କ ଠାରୁ ତାଙ୍କ ଘରବାରୀ ଜମିଜମା ଓ ଏକ ଅନାବାଦୀ ଜମିକୁ ତାଙ୍କ ନାମରେ କରାଇଦେବାକୁ ପ୍ରତିଶୃତି ଦେଇ ୫ହଜାର ଟଙ୍କା ଲାଂଚ ନେଉଥିବା ବେଳେ କଟକ ଭିଜିଲାନ୍ସ ଟିମ ଦ୍ୱାରା ଆଜି ଧରାପଡି ଗିରଫ ହୋଇଥିବା ସୂଚନା ମିଳିଛି। ରାଜସ୍ୱ ନୀରିକ୍ଷକ ସବିତା ମଲ୍ଲିକଙ୍କ ଠାରୁ ଲାଂଚଅର୍ଥ ଜବତ ହୋଇଥିବା ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.