Home ଓଡ଼ିଶା ୭୦ ବର୍ଷ ହୋଇପାରେ ଅବସର ବୟସ ସୀମା!

୭୦ ବର୍ଷ ହୋଇପାରେ ଅବସର ବୟସ ସୀମା!

1453

ନୂଆଦିଲ୍ଲୀ: ୭୦ ବର୍ଷ ହୋଇପାରେ ଅବସର ବୟସ ସୀମା! ଇକୋନମିକ ସର୍ଭେ ଅନୁଯାୟୀ ଭାରତରେ ବୟସ ଅନୁପାତ ବଢ଼ୁଥିବା ଯୋଗୁଁ ଭବିଷ୍ୟରେ ଅବସର ବୟସ ସୀମା ବଢ଼ିପାରେ।ସଂସଦରେ ଦାଖଲ ୨୦୧୯ ଆର୍ଥିକ ସର୍ଭେରେ କୁହାଯାଇଛି, ୨୦୩୧ – ୪୧ ମଧ୍ୟରେ ଭାରତର ଜନସଂଖ୍ୟା ୦.୫ ପ୍ରତିଶତ ବଢ଼ିବ।ଦେଶରେ ପ୍ରଜଜନ ଅନୁପାତରେ ହ୍ରାସ ଏବଂ ବୟସ ଅନୁପାତ ବଢ଼ୁଥିବା ଯୋଗୁଁ ଅବସର ସୀମା ବଢ଼ାଯାଇ ପାରେ।କିଛି ଦେଶ ଅବସର ସୀମା ବଢ଼ାଇ ସାରିଛନ୍ତି।ଭାରତ ବି ଏପରି କରିପାରେ।

ଯୋଗକୁ ଅନିବାର୍ଯ୍ୟ ଶିକ୍ଷାରେ ସାମିଲ କରାଯାଉ: ସଂସଦରେ ପ୍ରସ୍ତାବ ରଖିଲେ ସରୋଜା ପାଣ୍ଡେ

ସର୍ଭେରେ କୁହାଯାଇଛି, ଦେଶରେ ପେନସନ ଏବଂ ଅନ୍ୟ ରିଟାଏର୍ଡମେଣ୍ଟ ସୁବିଧାର ଆଡଭାନ୍ସ ପ୍ଲାନିଂ ସୁବିଧା ମଧ୍ୟ ଦିଆଯାଇ ପାରେ।ଭାରତରେ ପୁରୁଷ ଏବଂ ମହିଳାଙ୍କ ବୟସ ଅନୁପାତ ବଢ଼ିବା ଆଶଙ୍କା ସବୁବେଳେ ରହିଛି।ସେଥିପାଇଁ ଆଗକୁ ଅନ୍ୟ ଦେଶ ପରି ଭାରତରେ ମଧ୍ୟ ଅବସର ସୀମା ବଢ଼ାଇବା ପାଇଁ ବିଚାର ହୋଇପାରେ।ବଢ଼ୁଥିବା ବୟସ ସୀମା ଏବଂ ପେନସନ ଫଣ୍ଡ ଉପରେ ବଢ଼ୁଥିବା ବୋଝ ଯୋଗୁଁ କେତେକ ଦେଶ ଅବସର ସୀମା ବଢ଼ାଇବା ଆରମ୍ଭ କରିଦେଇଛନ୍ତି।

ସର୍ଭେ ଅନୁଯାୟୀ ଭାରତର ଜନସଂଖ୍ୟା ପ୍ରୋଫାଇଲ ଦେଖିଲେ ଜଣାପଡ଼ୁଛି ଆଗାମୀ ଦୁଇ ଦଶକରେ ଜନସଂଖ୍ୟା ବୃଦ୍ଧିରେ ହ୍ରାସ ଘଟିବ।୨୦୨୧-୩୧ ମଧ୍ୟରେ ୦.୫ ଏବଂ ୨୦୩୧- ୪୧ ମଧ୍ୟରେ ୧ ପ୍ରତିଶତ ଅନୁଯାଇ ବଢ଼ିବ।ସଂସଦରେ ଦାଖଲ ଆର୍ଥିକ ସର୍ଭେ ରିପୋର୍ଟରେ କୁହାଯାଇଛି, ଭାରତ ଜନସଂଖ୍ୟା ନିୟନ୍ତ୍ରଣ ଦିଗରେ ଆଗାମୀ ଯୁଗରେ ପ୍ରବେଶ କରିଗଲାଣି।ଆଗାମୀ ଦୁଇ ଦଶକରେ ଭାରତରେ କର୍ମଜୀବୀଙ୍କ ସଂଖ୍ୟାରେ ବୃଦ୍ଧି ଘଟିବ।//ଦେବଦତ୍ତ ରଥ

ଆର୍ଥିକ ସମୀକ୍ଷା ରିପୋର୍ଟ – ଭାରତକୁ ୨୦୨୪-୨୫ ସୁଦ୍ଧା ୫ ଟ୍ରିଲିୟନ ଆମେରିକୀୟ ଡଲାର ଅର୍ଥବ୍ୟବସ୍ଥା କରିବା ଲକ୍ଷ୍ୟ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.