Home Top News ଆରମ୍ଭ ହେବ ନୂଆ ଅଧ୍ୟାୟ: ବଦଳିଯିବ ସମୀକରଣ! ଚର୍ଚ୍ଚାରେ ଭଦ୍ରକ ବିଜେପିରେ ଏକ ସାମ୍ଭାବ୍ୟ ନ୍ୟୁଏଣ୍ଟ୍ରି...

ଆରମ୍ଭ ହେବ ନୂଆ ଅଧ୍ୟାୟ: ବଦଳିଯିବ ସମୀକରଣ! ଚର୍ଚ୍ଚାରେ ଭଦ୍ରକ ବିଜେପିରେ ଏକ ସାମ୍ଭାବ୍ୟ ନ୍ୟୁଏଣ୍ଟ୍ରି ..

192

ଭୁବନେଶ୍ୱର/ଭଦ୍ରକ: ଆରମ୍ଭ ହେବ ଏକ ନୂଆ ଅଧ୍ୟାୟ, ବଦଳିଯିବ ଭଦ୍ରକ ବିଜେପି ରାଜନୈତିକ ସମୀକରଣ! ଭଦ୍ରକ ବିଜେପିରେ ଏକ ସାମ୍ଭାବ୍ୟ ନୂଆ ଏଣ୍ଟ୍ରିକୁ ନେଇ କିଛି ଦିନ ହେଲା ଚର୍ଚ୍ଚା ଚାଲିଛି। ଚନ୍ଦୁ ଭାଇନା ବା ଚନ୍ଦୁ ନନା ଭାବରେ ଭଦ୍ରକ ମାଟିର ଏକ ଅତି ପରିଚିତ ଚେହେରା ତଥା “ସହିଦ୍ ଭଗତ ସେନା” ଆବାହକ ସୀତାଂଶୁ ଶେଖର ମହାପାତ୍ର ରାଜନୀତିରେ ପ୍ରବେଶ କରିବେ ଏବଂ ବିଜେପିରେ ଯୋଗଦେବେ ବୋଲି କିଛି ଦିନ ହେଲା ଆଲୋଚନା ହୋଇଆସୁଛି। ବାସ୍ତବରେ ସୀତାଂଶୁ ରାଜନୀତିକୁ ଆସନ୍ତୁ ବୋଲି ଅନେକ ଯୁବଗୋଷ୍ଠୀ ଚାହୁଁଛନ୍ତି। “ଭଦ୍ରକରେ ନୂତନ ଅଧ୍ୟାୟ ଆରମ୍ଭ ହେବାକୁ ଯାଉଛି। ସେହି ନୂତନ ଅଧ୍ୟାୟ ଆରମ୍ଭ କହିବେ ଚନ୍ଦୁ ନନା। ଭଦ୍ରକ ଜିଲ୍ଲା ରାଜନୀତିକୁ କ୍ଷଣିକେ ପରିବର୍ତ୍ତନ କରିବାର ଦକ୍ଷତା ରଖୁଥିବା ସୀତାଂଶୁ ମହାପାତ୍ର (ଚନ୍ଦୁ ନନା) ନାମ ହିଁ ଯଥେଷ୍ଟ। ଥରେ ଖାଲି ଆଦେଶ ଆସୁ ଦଳ, ବ୍ୟକ୍ତି, ଜାତି ସବୁ ଭୁଲି ଯିବୁ।” ଏହିପରି ସବୁ ସୀତାଂଶୁଙ୍କ ସମର୍ଥନରେ କ୍ୟାପ୍ସନ୍ ଥିବା ଲେଖା ସୋସିଆଲ୍ ମିଡିଆରେ ବିଭିନ୍ନ ସମୟରେ ପୋଷ୍ଟ୍ ହୋଇଥିବାର ଦେଖିବାକୁ ମିଳେ। ବାସ୍ତବରେ ସୀତାଂଶୁ ମହାପାତ୍ରଙ୍କର ଭଦ୍ରକ ନିର୍ବାଚନ ମଣ୍ଡଳୀରେ ଏକ ବଡ଼ ପ୍ରଭାବ ରହିଛି। ବିଶେଷ କରି ତାଙ୍କ ହାତରେ ଏକ ବଡ଼ ଯୁବଗୋଷ୍ଠୀ ରହିଛନ୍ତି। “ସହିଦ୍ ଭଗତ ସେନା” ନାମରେ ଏକ ସାମାଜିକ ସଙ୍ଗଠନ ମାଧ୍ୟମରେ ଯୁବ ଗୋଷ୍ଠୀଙ୍କୁ ଏକତ୍ରିତ କରି ସୀତାଂଶୁ ଅନେକ ସାମାଜିକ କାର୍ଯ୍ୟକ୍ରମରେ ଜଡ଼ିତ ରହି ଆସୁଛନ୍ତି।ଦଳମତ ନିର୍ବିଶେଷରେ ତାଙ୍କର ଏକ ସ୍ୱତନ୍ତ୍ର ପ୍ରଭାବ ରହିଛି। ଯଦି ସେ ବିଜେପିରେ ଯୋଗ ଦିଅନ୍ତି ତେବେ ବିପକ୍ଷ ଦଳର ମଧ୍ୟ ଅନେକ ଯୁବକ ଆସି ସୀତାଂଶୁଙ୍କ ନେତୃତ୍ୱରେ ବିଜେପିରେ ଯୋଗଦେବାର ସମ୍ଭାବନା ମଧ୍ୟ ରହିଛି। ତେବେ, ସୀତାଂଶୁଙ୍କ ଜବରଦସ୍ତ ପ୍ରଭାବ କାରଣରୁ ଭଦ୍ରକ ଜିଲ୍ଲା ବିଜେପି ସଭାପତିଙ୍କ ସମେତ ସୀତାଂଶୁଙ୍କ ବିଜେପିରେ ପ୍ରବେଶରେ ନିଜ ପାଇଁ ଅସୁରକ୍ଷିତ ମଣୁଥିବା କିଛି ନେତା କୁଆଡ଼େ ସୀତାଂଶୁଙ୍କ ବିଜେପିରେ ପ୍ରବେଶ ହେଉ ବୋଲି ଚାହୁଁନାହାଁନ୍ତି। ସେମାନେ ସୀତାଂଶୁଙ୍କ ବାଟ ଓଗାଳି ଆସୁଛନ୍ତି ବୋଲି ଆଲୋଚନା ହୁଏ।ଏବେ କିନ୍ତୁ, ଓଡ଼ିଶା ବିଜେପିରେ ନେତୃତ୍ୱ ପରିବର୍ତ୍ତନ ହୋଇଯାଇଛି। ମନମୋହନ ସାମଲ ଏବେ ରାଜ୍ୟ ସଭାପତି। ଭଦ୍ରକ ତାଙ୍କର ଗୃହଜିଲ୍ଲା। ସୀତାଂଶୁଙ୍କ ସହିତ ମନମୋହନଙ୍କ ସଂପର୍କ ପୂର୍ବରୁ ଭଲ ରହି ଆସିଛି। ଆଉ ଏବେ ଉଭୟଙ୍କୁ ବାରମ୍ବାର ନିକଟତର ଦେଖାଯାଉଛି। ଭଦ୍ରକ ସମ୍ଭାଳିବା ପାଇଁ ମନମୋହନ ସୀତାଂଶୁଙ୍କ ହାତରେ ଦାୟିତ୍ୱ ଦେଇପାରନ୍ତି ବୋଲି ଆଲୋଚନା ହେଉଛି! ବାସ୍ତବରେ ସୀତାଂଶୁ ହିଁ ଭଦ୍ରକରେ ବିଜେଡିକୁ କଡ଼ା ଟକ୍କର ଦେଇପାରିବେ ଏବଂ ଯଦି ବାସ୍ତବରେ ସୀତାଂଶୁ ବିଜେପିରେ ଯୋଗ ଦିଅନ୍ତି, ତେବେ ଆରମ୍ଭ ହେବ ଏକ ନୂଆ ଅଧ୍ୟାୟ ଏବଂ ବଦଳିଯିବ ଭଦ୍ରକ ରାଜନୈତିକ ସମୀକରଣ ବୋଲି କୁହାଯାଉଛି।
/-Dev@Drath

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.