ନୂଆ ଦିଲ୍ଲୀ ୭-୧୧ (ଓଡ଼ିଆ ପୁଅ) ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଶନିବାର କରୋନାଭାଇରସ୍ ରୁ ସୁସ୍ଥ ହୋଇଛନ୍ତି। ତାଙ୍କର ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିଛି। ଆସନ୍ତା ସପ୍ତାହରେ ସେ କାର୍ଯ୍ୟାଳୟରେ ଯୋଗଦେବେ। ଅକ୍ଟୋବର ୨୫ ରେ ଶ୍ରୀ ଦାସ ରୋନା ଆଖ୍ରାନ୍ତ ହୋଇଥିଲେ।
ଶ୍ରୀ ଦାସ ଟୁଇଟ୍ କରି କହିଛନ୍ତିଯେ, “ମୋର COVID-19 ଟେଷ୍ଟ ନେଗେଟିଭ୍ ଆସିଛି। ଆସନ୍ତା ସପ୍ତାହରେ ଅଫିସକୁ ଫେରିବି। ମୋର ଆରୋଗ୍ୟ କାମନା କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ”।