Home ଜାତୀୟ ବାହାନଗାର ଝିଅ ଚିନ୍ମୟୀ ଭାରତୀୟ କୃଷି ଅନୁସନ୍ଧାନ ପରିଷଦର ସଦସ୍ୟା ମନୋନୀତ, ଦି‌ଲ୍ଲିରେ କରିବେ କାର‌୍ୟ୍

ବାହାନଗାର ଝିଅ ଚିନ୍ମୟୀ ଭାରତୀୟ କୃଷି ଅନୁସନ୍ଧାନ ପରିଷଦର ସଦସ୍ୟା ମନୋନୀତ, ଦି‌ଲ୍ଲିରେ କରିବେ କାର‌୍ୟ୍

105

ବାହାନଗା,୦୭ା୧୧(ଭାରତୀ ଦାସ/ ଓଡ଼ିଆ ପୁଅ ) : ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଚିତ୍ତଳ ଗ୍ରାମର ଝିଅ ସୁଶ୍ରୀ ମନିଷା ଚିନ୍ମୟୀ ବେହେରା ଭାରତ ସରକାରଙ୍କର ଭାରତୀୟ କୃଷି ଗବେଷଣା କେନ୍ଦ୍ରର (ଆଇସିଏଆର) ଏକ ଗୁରୁତ୍ୱପୂର୍ଣ୍ଣ ଗବେଷଣା କମିଟି (ଆଏମସି)ଏବଂ କେନ୍ଦ୍ରୀୟ ଗବେଷଣା ଅନୁଷ୍ଠାନ (ଆରଏସି)ର ପରିଚାଳନା କମିଟିର ସଭ୍ୟା ଗୂପେ ମନୋନୀତ ହୋଇଛନ୍ତି । କୃଷି ଓ କୃଷକ କଲ୍ୟାଣ ବିଭାଗ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଙ୍କ ନିର୍ଦ୍ଦେଶରେ ତାଙ୍କୁ ୩ବର୍ଷ ପାଇଁ ମନୋନୀତ କରାଯାଇ ଥିବାର ସେ ଗୋପାଳପୁର ସ୍ଥିତ ଆଦିତ୍ୟ କଲ୍ୟାଣ ମଣ୍ଡପରେ ଆୟୋଜିତ ଏକ ସମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତିି । । ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ସୋର ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ରାକେଶ କୁମାର ମଲ୍ଲିକ , ମୁଖ୍ୟ ବକ୍ତା ଭାବେ ବାହାନଗା ବ୍ଲକ ଅଧ୍ୟକ୍ଷା ସରସ୍ୱତୀ ମହାଳିକଙ୍କ ସହ ବହୁ ମାଣ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । କାର‌୍ୟ୍ୟକ୍ରମରେ ଅତିଥି ପ୍ରଦାନ ରାଜରାମ ମହାପାତ୍ର କରିଥିବା ବେଳେ ମଞ୍ଚ ପରିଚାଳନା କରିଥିଲେ ବିପ୍ଳବ କେଶରୀ ଯାଦବ । ମନିଷା ଚିନ୍ମୟୀ ତାଙ୍କ ବକ୍ତବ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ,ବିଭାଗ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଢଙ୍ଗୀ , ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କୁ କୃତଜ୍ଞତା ସହ ଧନ୍ୟବାଦ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.