Home Top News ଟିମ୍ ଇଣ୍ଡିଆ ପାଇଁ ଝଟକା : ଇଂଲଣ୍ଡ ବିପକ୍ଷରେ ପୂରା ଟେଷ୍ଟ ସିରିଜରେ ଖେଳି ପାରିବେ...

ଟିମ୍ ଇଣ୍ଡିଆ ପାଇଁ ଝଟକା : ଇଂଲଣ୍ଡ ବିପକ୍ଷରେ ପୂରା ଟେଷ୍ଟ ସିରିଜରେ ଖେଳି ପାରିବେ ନାହିଁ ରବିନ୍ଦ୍ର ଜାଡେଜା

73

ଚେନ୍ନାଇ ୧୧-୨ (ଓଡ଼ିଆ ପୁଅ) : ଇଂଲଣ୍ଡ ବିପକ୍ଷରେ ପ୍ରଥମ ଟେଷ୍ଟ ମ୍ୟାଚରେ ଲଜ୍ଜାଜନକ ପରାଜୟର ସମ୍ମୁଖୀନ ହୋଇଥିବା ଟିମ୍ ଇଣ୍ଡିଆକୁ ଆଉ ଏକ ବଡ଼ ଝଟକା ଲାଗିଛି। ବାସ୍ତବରେ ଭାରତୀୟ ଦଳର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଆହତ ହେବା କାରଣରୁ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜର ଅବଶିଷ୍ଟ ଦୁଇଟି ମ୍ୟାଚ୍ ଖେଳି ପାରିବେ ନାହିଁ।

ଇଂଲଣ୍ଡ ବିପକ୍ଷରେ ପ୍ରଥମ ଦୁଇଟି ଟେଷ୍ଟରେ ରବିନ୍ଦ୍ର ଜାଡେଜା ମଧ୍ୟ ଅନ୍ତର୍ଭୁକ୍ତ ହୋଇନଥିଲେ ଏବଂ ସିରିଜର ତୃତୀୟ ତଥା ଚତୁର୍ଥ ଟେଷ୍ଟ ମ୍ୟାଚରେ ଆଉ ଖେଳିବେ ନାହିଁ। ସମଗ୍ର ଟେଷ୍ଟ ସିରିଜରୁ ରବିନ୍ଦ୍ର ଜାଡେଜାଙ୍କ ବାହାର ହେବା ଟିମ୍ ଇଣ୍ଡିଆ ପାଇଁ ଏକ ବଡ଼ ଝଟକା। ପ୍ରଥମ ଟେଷ୍ଟ ମ୍ୟାଚରେ ମଧ୍ୟ ଭାରତରେ ରବିନ୍ଦ୍ର ଜାଡେଜାଙ୍କ ଅଭାବ ବାରି ହେଉଥିଲା।

ରବିନ୍ଦ୍ର ଜାଡେଜା ଭାରତ ପାଇଁ ୫୧ ଟି ଟେଷ୍ଟରେ ୧୯୫୪ ରନ୍ ସଂଗ୍ରହ କରିଛନ୍ତି, ଯେଉଁଥିରେ ହାରାହାରି ୩୬.୧୯ ରହିଛି, ସେଥିମଧ୍ୟରେ ଗୋଟିଏ ଶତକ ରହିଛି। ଏହି ସମୟ ମଧ୍ୟରେ ତାଙ୍କର ଶ୍ରେଷ୍ଠ ସ୍କୋର ୧୦୦ ରନ୍ ଥିଲା। ଟେଷ୍ଟ ମ୍ୟାଚ୍‌ରେ ଜାଡେଜାଙ୍କ ୨୨୦ ୱିକେଟ୍ ରହିଛି ଏବଂ ତାଙ୍କର ସର୍ବୋତ୍ତମ ପ୍ରଦର୍ଶନ ହେଉଛି ୪୮ ରନ୍ ନେଇ ୭ ୱିକେଟ୍।

ସୂଚନାଯୋଗ୍ୟଯେ, ଗତ ମାସରେ ଅଷ୍ଟ୍ରେଲିଆରେ ଖେଳାଯାଇଥିବା ଚାରି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ଜାଡେଜାଙ୍କୁ ଦେଖିବାକୁ ମିଳିଥିଲା। ଏହି ସିରିଜ୍ ସମୟରେ ଜାଡେଜାଙ୍କ ଆଙ୍ଗୁଠିରେ ଫାଟି ଯାଇଥିଲା। କ୍ରିକବିଜ୍ ରିପୋର୍ଟ ଅନୁଯାୟୀ, ଜାଡେଜା ଆଘାତରୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇନାହାଁନ୍ତି ଏବଂ ସିରିଜର ଅବଶିଷ୍ଟ ମ୍ୟାଚ୍ ଖେଳିପାରିବେ ନାହିଁ।

ଇଂଲଣ୍ଡ ବିପକ୍ଷରେ ପ୍ରଥମ ଟେଷ୍ଟ ମ୍ୟାଚରେ ଶାହାବାଜ ନଦିମଙ୍କୁ ଜାଡେଜାଙ୍କ ସ୍ଥାନରେ ଦଳରେ ରଖାଯାଇଥିଲା, କିନ୍ତୁ ତାଙ୍କର ପ୍ରଦର୍ଶନ ଅତ୍ୟନ୍ତ ଖରାପ ଥିଲା। ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ପୂର୍ବରୁ ଅକ୍ଷର ପଟେଲଙ୍କ ଟ୍ରେନିଂ ଦେଖିବାକୁ ମିଳିଥିଲା। ପରବର୍ତ୍ତୀ ଟେଷ୍ଟ ମ୍ୟାଚରେ ଅକ୍ଷର ପଟେଲ ନଦିମଙ୍କ ସ୍ଥାନରେ ଅନ୍ତର୍ଭୁକ୍ତ ହୋଇପାରନ୍ତି। ଦ୍ୱିତୀୟ ଟେଷ୍ଟ ଚେନ୍ନାଇରେ ୧୩ ଫେବୃଆରୀରେ ଖେଳାଯିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.