Home ଓଡ଼ିଶା ସମ୍ବଲପୁର: ରଥଯାତ୍ରା ପ୍ରସ୍ତୁତି ଚୂଡ଼ାନ୍ତ : ନବଯୌବନ ବେଶରେ ଦର୍ଶନ ଦେଲେ ଭାବଗ୍ରାହୀ

ସମ୍ବଲପୁର: ରଥଯାତ୍ରା ପ୍ରସ୍ତୁତି ଚୂଡ଼ାନ୍ତ : ନବଯୌବନ ବେଶରେ ଦର୍ଶନ ଦେଲେ ଭାବଗ୍ରାହୀ

179

ସମ୍ବଲପୁର, ୨/୭ (ଓଡ଼ିଆ ପୁଅ) – ସମ୍ବଲପୁର ଜିଲ୍ଳାର ପୁରପଲ୍ଲୀରେ ଶ୍ରୀଗୁଣ୍ଡିଚା ରଥଯାତ୍ରା ପାଇଁ ରଥପ୍ରସ୍ତୁତି ଓ ଅନ୍ୟାନ୍ୟ ରୀତିନୀତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଚତୁର୍ଦ୍ଧାମୂର୍ତ୍ତିଙ୍କ ନବଯୌବନ ବେଶ ପାଇଁ ପ୍ରସ୍ତୁତି ହୋଇଛି। ଠାକୁରମାନଙ୍କର ନବଯୌବନ ବେଶ ପାଇଁ ଭକ୍ତମାନଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଛି। ଅଣସର ଘରୁ ଆସିବା ପରେ ନୂଆ ରୂପରେ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରା ଗମ୍ଭୀରା ମଣ୍ଡପମାନଙ୍କରେ ବିଜେ ହେବା ପରେ ସ୍ୱତନ୍ତ୍ର ହୋମ ଓ ପୂଜାର୍ଚ୍ଚନାର କାର୍ଯ୍ୟକ୍ରମ ରହିଛି। ଆସନ୍ତାକାଲି ପ୍ରାତଃ କଳେ ନେତ୍ରୋତ୍ସବ ଏବଂ ନବଯୌବନ ଦର୍ଶନ ବଳବତ୍ତର ରହିବ। ୪ ତାରିଖ ଗୁରୁବାର ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରେ ପୂର୍ବାହ୍ନରୁ ବିଭିନ୍ନ ମନ୍ଦିରରେ ପହଣ୍ଡି ଉତ୍ତାରୁ ମହାପ୍ରଭୁ ରଥାସୀନ ହେବେ ଓ ତତ୍ପରେ ରଥଟଣା ଆରମ୍ଭ କରାଯିବାକୁ ସ୍ଥିର କରାଯାଇଛି।

ସହରରେ ୨୭ଟି ମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତି ପୂଜା ପାଆନ୍ତି। ଏଥିରୁ ୨୫ଟି ମନ୍ଦିରରେ ଶ୍ରୀଗୁଣ୍ଡିଚା ଓ ବାହୁଡ଼ା ଯାତ୍ରାର ଆୟୋଜନ କରାଯାଇଛି। ଝାଡ଼ୁଆପଡ଼ାର ବ୍ରହ୍ମପୁରା, ମହାନ୍ତିପଡ଼ାର ଦଧିବାମନ, କୁଞ୍ଜେଲପଡ଼ାର ହୋତାପଡ଼ା, ହାଟପଡ଼ାର ସତ୍ୟବାଦୀ, ଦଲେଇପଡ଼ାର ମଦନମୋହନ ଓ ଲିଆଖାଇ, ଯଜ୍ଞବରାହ, ଗୁରୁପଡ଼ାର ଟିମ୍ନି, ମୁଦିପଡ଼ା, ମଠପାଲି, ଭତରା, କମଳିବଜାର ଓ ଧନୁପାଲିର ଗୋପାଳଜୀ, ବୁଢ଼ାରଜା, ଧନକଉଡ଼ା, ଗୋଲବଜାର, କ୍ଷେତରାଜପୁର, ସାକ୍ଷୀଗୋପୀନାଥପଡ଼ାର ରାଧାମଦନଗୋପାଳ ମନ୍ଦିରରେ ରଥଯାତ୍ରା ଅନୁଷ୍ଠିତ ହେଉଛି। ରଥଯାତ୍ରା ସମ୍ପୂର୍ଣ୍ଣ ହେବାପରେ ରଥଗୁଡ଼ିକରେ ବିଗ୍ରହମାନେ ଗୁଣ୍ଡିଚା ଘରକୁ ଆସିବେ। ସେଠାରେ ବିଭିନ୍ନ ବେଶରେ ସଜ୍ଜିତ ହୋଇ ୭ ଦିନ ଭକ୍ତମାନଙ୍କୁ ଦର୍ଶନ ଦେବା ଉତ୍ତାରୁ ବାହୁଡା ଯାତ୍ରାରେ ବାହାରିବେ। ସୂଚନାଯୋଗ୍ୟ ଯେ ସମ୍ବଲପୁର ଜିଲ୍ଲାରେ ୨୨୦ ଜଗନ୍ନାଥ ମନ୍ଦିର ରହିଥିବା ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.