Home ଆନ୍ତର୍ଜାତୀୟ ଦୁବାଇରେ ରଥଯାତ୍ରା

ଦୁବାଇରେ ରଥଯାତ୍ରା

807

ଦୁବାଇ ୬-୭ (ଓଡ଼ିଆ ପୁଅ) ଓଡ଼ିଆ ସମାଜ ୟୁ.ଏ.ଇ ଅନୁକୁଲ୍ୟରେ ଜଗତର ନାଥ ଶ୍ରୀ ଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ୍ୟ ବହୁ ଆଡମ୍ବରରେ ପାଳନ ହୋଇଯାଇଛି।
କାଳିଆ ଠାକୁର ଜଗନ୍ନାଥ ହେଉଛନ୍ତି ଓଡିଶାର ପରିଚୟ ଓ ବର୍ଷକୁ ଥରେ ସେ ରତ୍ନ ସିଂହାସନ ଛାଡି ବଡଭାଇ ବଳଭଦ୍ର ଓ ଗେହ୍ଲା ଭଉଣୀ ସୁଭଦ୍ରା ଙ୍କୁ ଧରି ଓହ୍ଲାଇ ଆସନ୍ତି ବଡଦାଣ୍ଡକୁ ଭକ୍ତମାନଙ୍କୁ ଦର୍ଶନ ଦେବାପାଇଁ। ଏ ସ୍ମୃତି ପଟଳକୁ ଜୀବନ୍ତ କରିବାଲାଗି ଦୁବାଇର ସିନ୍ଧି ମେମୋରିଆଲ ପରିସରରେ ରଥଯାତ୍ରାର ଆୟୋଜନ କରାଯାଇଥିଲା ଓ ବୈଦିକ ରୀତି ନୀତି ଅନୁଯାୟୀ ଯଥା ସମୟରେ ମହାପ୍ରଭୁଙ୍କ ଗୋଟି ପହଣ୍ଡି, ଛେରାପହଁରା ଏବଂ ପରେ ପରେ ରଥଟଣା ହୋଇଥିଲା। ଦୁବାଇ, ଶଓରଜା, ଆବୁଧାବି, ଆଜମାନରୁ ବହୁସଂଖ୍ୟାରେ ଓଡ଼ିଆ ଭାଇ ଓ ଭଉଣୀମାନେ ରଥଯାତ୍ରାରେ ଯୋଗଦାନ କରିଥିଲେ। ହରିନାମ, ସଂକୀର୍ତନର ତାଳେ ତାଳେ ଉପସ୍ଥିତ ଭକ୍ତମଣ୍ଡଳୀ ଝୁମି ଉଠିଥିଲେ। ଶଙ୍ଖଧ୍ୱନି, ହରିବୋଲ ଓ ହୁଳହୁଳିରେ ସମଗ୍ର ପରିବେଶ ଆଧ୍ୟାତ୍ମିକ ବାତାବରଣରେ ଭରିଉଠିଥିଲା ଓ ପରିଶେଷରେ ସମସ୍ତ ଭକ୍ତମଣ୍ଡଳୀ ଏକତ୍ର ବସି ଆନନ୍ଦର ସହ ପ୍ରସାଦ ସେବନ କରିଥିଲେ। ଓଡ଼ିଆ ସମାଜ ୟୁ.ଏ.ଇ ଦୀର୍ଘ ଆଠ ବର୍ଷ ଧରି ଏହି ରଥଯାତ୍ରା କାର୍ଯ୍ୟକ୍ରମକୁ ସୂଚାର ରୂପେ ଆୟୋଜନ କରି ଆସୁଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.