Home Top News ରାଷ୍ଟ୍ର ସେବିକା ସମିତିର ପ୍ରାନ୍ତୀୟ ସମିତି ବୈଠକ ..

ରାଷ୍ଟ୍ର ସେବିକା ସମିତିର ପ୍ରାନ୍ତୀୟ ସମିତି ବୈଠକ ..

37

ଭୁବନେଶ୍ୱର: ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର (ଆରଏସ୍ଏସ୍) ମହିଳା ଶାଖା ରାଷ୍ଟ୍ର ସେବିକା ସମିତିର ଏକ ପ୍ରାନ୍ତୀୟ ରୂଦ୍ଧଦ୍ୱାର ବୈଠକ ସ୍ଥାନୀୟ ଉତ୍କଳ ବିପନ୍ନ ସହାୟତା ସମିତି (ୟୁବିଏସ୍ଏସ୍) ପରିସରରେ ଅନୁଷ୍ଠିତ ହୋଇଯାଇଛି। ସେବିକା ସମିତି ପ୍ରାନ୍ତ ପ୍ରଚାରିକା ସୁଶ୍ରୀ ଲତିକା ପାଢ଼ୀଙ୍କ ସଂଯୋଜନାରେ ଆୟୋଜିତ ଏହି ବୈଠକରେ ସେବିକା ସମିତି ପ୍ରାନ୍ତୀୟ ଟିମ୍ ଉପସ୍ଥିତ ଥିଲେ। ସୂଚନା ଅନୁଯାୟୀ ଜିଲ୍ଲା ଖଣ୍ଡ ତଥା ପ୍ରଖଣ୍ଡ ସ୍ତର ଯାଏଁ ସେବିକା ସମିତିର କାର୍ଯ୍ୟ କିପରି ପହଞ୍ଚି ପାରିବ ନେଇ ଆଲୋଚନା ହୋଇଥିଲା। ଆସନ୍ତା ୨୦୨୫ରେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର (ଆରଏସ୍ଏସ୍) ୧୦୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଏପରି ବୈଠକ ଆୟୋଜିତ ହେଉଛି ବୋଲି କୁହାଯାଉଥିଲେ ମଧ୍ୟ ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ସଂଘ ତାର ସବୁ ଆୟାମକୁ ସକ୍ରିୟ କରି ବିଜେପି ପାଇଁ ଅନୁକୂଳ ବାତାବରଣ ସୃଷ୍ଟି କରିବାକୁ ଚାହୁଁଛି। ରାଷ୍ଟ୍ର ସେବିକା ସମିତିର ଏହି ରୂଦ୍ଧଦ୍ୱାର ବୈଠକ ସେହି ଯୋଜନାର ଅଂଶ ବିଶେଷ ବୋଲି ଅନୁମାନ କରାଯାଉଛି। ସୂଚନାଯୋଗ୍ୟ ଯେ ନିକଟରେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର (ଆରଏସ୍ଏସ୍)ର ଏପରି ବୈଠକ ୟୁବିଏସ୍ଏସ୍ ପରିସରରେ ଅନୁଷ୍ଠିତ ହୋଇଥିଲା।
-/DevD®ath

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.