ନୂଆ ଦିଲ୍ଲୀ ୨୭ ଜୁଲାଇ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ସରକାର ମଙ୍ଗଳବାର ଦିନ ରାକେଶ ଆସ୍ତାନାଙ୍କୁ ନୂଆଦିଲ୍ଲୀ ପୋଲିସ କମିଶନର ଭାବେ ନିଯୁକ୍ତି ଦିଆଯାଇଛି। ସେ ଗୁଜୁରାଟ କ୍ୟାଡରର ୧୯୮୪-ବ୍ୟାଚ୍ ଆଇପିଏସ୍ ଅଧିକାରୀ। ଆସ୍ଥାନା ସୀମା ସୁରକ୍ଷା ବଳ (ବିଏସ୍ଏଫ୍) ର ମହାନିର୍ଦ୍ଦେଶକ ଥିଲେ। ଡିଜି-ଆଇଟିବିପି ଏସ୍ ଦେଶୱାଲଙ୍କୁ ନିୟମିତ (ବିଏସ୍ଏଫ୍) ର ମହାନିର୍ଦ୍ଦେଶକଙ୍କ ନିଯୁକ୍ତି ପର୍ଯ୍ୟନ୍ତ ଡିଜି-ବିଏସ୍ଏଫ୍ ର ଅତିରିକ୍ତ ଦାୟିତ୍ତ୍ୱ ଗ୍ରହଣ କରିବାକୁ ନିଯୁକ୍ତ କରାଯାଇଛି।