Home ଜିଲ୍ଲା ପରିକ୍ରମା ରାଜ୍ୟସ୍ତରୀୟ ନୟାଗଡ଼ କପ୍ ଫୁଟବଲ ଟୁର୍ଣ୍ଣମେଂଟରେ ନୟାଗଡ଼ ଠାରୁ ଫୁଲବାଣୀ ୧-୦ ଗୋଲରେ ପରାସ୍ତ

ରାଜ୍ୟସ୍ତରୀୟ ନୟାଗଡ଼ କପ୍ ଫୁଟବଲ ଟୁର୍ଣ୍ଣମେଂଟରେ ନୟାଗଡ଼ ଠାରୁ ଫୁଲବାଣୀ ୧-୦ ଗୋଲରେ ପରାସ୍ତ

131

ନୟାଗଡ଼,୩ା୨(ଓଡ଼ିଆପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ଖେଳ ପଡ଼ିଆରେ ଚାଲିଥିବା ରାଜ୍ୟସ୍ତରୀୟ ନୟାଗଡ଼ କପ୍ ଫୁଟବଲ୍ ଟୁର୍ଣ୍ଣାମେଂଟର ଦ୍ୱିତୀୟ ଦିବସରେ ଫୁଟବଲ୍ ଆସୋସିଏସନ ଫୁଲବାଣୀକୁ  ଜିଲ୍ଲା ଆଥ୍ଲେଟିକ ଆସୋସିଏସନ ନୟାଗଡ଼ ୧-୦ ଗୋଲରେ ପରାସ୍ତ କରିଛି । ଖେଳ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ବହୁ ସଂଘର୍ଷପୂର୍ଣ୍ଣ ଥିଲାବେଳେ ଖେଳର ଦ୍ୱିତୀୟାର୍ଦ୍ଧରେ ନୟାଗଡ଼ ଜିଲା ଆଥ୍ଲେଟିକ୍ ଆସୋସିଏସନର ଜର୍ସିନଂ ୬ର ଖେଳାଳୀ ଶିବ ରଂଜନ ନାୟକ  ଏକମାତ୍ର ଗୋଲ ଦେଇ ଦଳକୁ ବିଜୟୀ କରି ଫୁଲବାଣି ଦଳକୁ ପରାସ୍ତ କରିଥିଲେ  । ଖେଳରେ ଧାରବିବରଣୀ ସାମ୍ବାଦିକ ରାମକୃଷ୍ଣ ରଥ ଓ ଶେଖ୍ ଖାଲିକ୍  ପ୍ରଦାନ କରିଥିଲାବେଳେ  ଖେଳକୁ ପରିଚାଳନା କରିଥିଲେ ରେଫରି ଟି.ମୋହନ ରାଓ,ପିକେ ପାଲ୍,କେ.ଦାଶ,ରାଜୁ ମହାନ୍ତି ଓ ମ୍ୟାଚ କମିଶନର ପ୍ରଶାନ୍ତ କୁମାର ବରାଡ଼ । ଅନୁଷ୍ଠିତ ଏହି ଖେଳରେ ନୟାଗଡ଼ ତରଫରୁ ଜର୍ସିନଂ ୫ରେ ଖେଳୁଥିବା  ପିଂଟୁ ସାମଲ ଖେଳରେ ମ୍ୟାନ ଅଫ ଦି ମ୍ୟାଚ  ହୋଇ ହଜରତ ଅଲ୍ଲୀଙ୍କ ଦ୍ୱାରା ପ୍ରଦତ୍ତ ପାଂଚ ଶହ ଟଙ୍କା ଅର୍ଥ ରାଶି ସହ ନଗରପାଳ ଗୁରୁପ୍ରସାଦ ଜେନାଙ୍କ ହସ୍ତରୁ ପଦକ ଗ୍ରହଣ କରିଥିଲେ । ଆରଟିଓ ପ୍ରଭାକର ପାଣିଗ୍ରାହୀ ଓ ଜିଲ୍ଲା କ୍ରିଡ଼ା ଅଧିକାରୀ ସୁଶ୍ରୀ ସୁଜାତା ସାହୁ ଅତିଥିଭାବେ ଯୋଗଦେଇ ଖେଳାଳୀମାନଙ୍କ ସହ କର ମର୍ଦ୍ଦନ କରିଥିଲେ । ସମାଜସେବୀ ପ୍ରମୋଦ ପଟ୍ଟନାୟକ ପରିଚାଳନାରେ ଅନୁଷ୍ଠିତ ଏହି ଖେଳରେ ସରିଫ ଖାଁ,ଅନୱର ଅଲ୍ଲୀ,ଶାରଦା ପ୍ରସାଦ ମହାନ୍ତି,ବିନାୟକ ପ୍ରସାଦ ରାଓ,ଭବାନୀ ଶଙ୍କର ଦାସ,ଶେଖ ନଇମ,ଅରିଫ ଖାଁ,ଟୁଟୁ ଦାଶ ପ୍ରମୁଖ  ଖେଳ ପରିଚାଳନାରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.