Home Top News ମୌସୁମୀ ଅଧିବେଶନର ତୃତୀୟ ଦିନରେ ଗୃହକାର୍ଯ୍ୟ ବାଧାପ୍ରାପ୍ତ, ଲୋକସଭା ଏବଂ ରାଜ୍ୟସଭା ୧୨ଟା ଯାଏଁ ମୁଲତବୀ

ମୌସୁମୀ ଅଧିବେଶନର ତୃତୀୟ ଦିନରେ ଗୃହକାର୍ଯ୍ୟ ବାଧାପ୍ରାପ୍ତ, ଲୋକସଭା ଏବଂ ରାଜ୍ୟସଭା ୧୨ଟା ଯାଏଁ ମୁଲତବୀ

136

ନୂଆ ଦିଲ୍ଲୀ ୨୨-୭ (ଓଡ଼ିଆ ପୁଅ) ମୌସୁମୀ ଅଧିବେଶନ ତୃତୀତୀୟ ଦିନରେ ମଧ୍ୟ ଗୃହକାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ରାଜ୍ୟସଭା ମଧ୍ୟାହ୍ନ ୧୨ଟା ଯାଏ ମୁଲତବୀ କରାଯାଇଛି।
ଦୈନିକ ଭାସ୍କର କାର୍ଯାଳୟ ଉପରେ ରେଡ୍, କୃଷକ ସମସ୍ୟା ଏବଂ ପୋଲାଭାରାମ ପ୍ରକଳ୍ପ ସହ ଜଡିତ ବିଭିନ୍ନ ପ୍ରସଙ୍ଗ ଉପରେ ବିରୋଧିଙ୍କର ହଁଗାମାକୁ ନେଇ ରାଜ୍ୟସଭା ୧୨ ପର୍ଯ୍ୟନ୍ତ ମୁଲଚବୀ ହୋଇଛି।

ସୂଚନାଯୋଗ୍ୟଯେ, ସଂସଦର ମୌସୁମୀ ଅଧିବେଶନର ଆଜି ତୃତୀୟ ଦିନ। କୃଷି ଆଇନ, କରୋନାଭାଇରସ୍ ରୋଗ (କୋଭିଡ୍ -୧୯) ମହାମାରୀ ଏବଂ ପେଗାସସ୍ ପ୍ରସଂଙ୍ଗକୁ ନେଇ ବିରୋଧୀ ଦଳ ପୁଣି ଥରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଇଦ୍ ପର୍ବ ହେତୁ ବୁଧବାର ସଂସଦରେ କୌଣସି ଅଧିବେଶନ ହୋଇନଥିଲା।

ଆଜି କେନ୍ଦ୍ର ଆଇ-ଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରାଜ୍ୟସଭାରେ ପେଗାସସ୍ ହ୍ୟାକିଂ ବିବାଦ ବିଷୟରେ କହିବେ ବୋଲି ଆଶା କରାଯାଉଛି।

କେନ୍ଦ୍ରର ତିନୋଟି ନୂତନ କୃଷି ଆଇନକୁ ନେଇ ବିରୋଧୀ ଦଳର ହଂଗାମା ମଧ୍ୟ ଲୋକସଭା ଅଧିବେଶନ ଆରମ୍ଭ ହୋଇଛି।

କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ଦଳର ଅନ୍ୟ ସାଂସଦମାନେ ସଂସଦରେ କେନ୍ଦ୍ରର ତିନୋଟି ନୂତନ କୃଷି ଆଇନକୁ ବିରୋଧ କରୁଛନ୍ତି ଏବଂ କଂଗ୍ରେସ ସାଂସଦ କୃଷକ ପ୍ରସଙ୍ଗରେ ଲୋକସଭାରେ ମୁଲତବୀ ପ୍ରସ୍ତାବ ଦେଇଛନ୍ତି।

ପେଗାସସ୍ ପ୍ରସଂଗକୁ ନେଇ କଂଗ୍ରେସ ସାଂସଦ ମନୀଷ ତିୱାରୀ ଲୋକସଭାରେ ମୁଲତବୀ ପ୍ରସ୍ତାବ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.