Home ଓଡ଼ିଶା ରାଜ୍ୟସଭା ନିର୍ବାଚନ – ଜାଣନ୍ତୁ ଫଳାଫଳ – କିଏ କେଉଁ ରାଜ୍ୟରୁ ବିଜୟୀ

ରାଜ୍ୟସଭା ନିର୍ବାଚନ – ଜାଣନ୍ତୁ ଫଳାଫଳ – କିଏ କେଉଁ ରାଜ୍ୟରୁ ବିଜୟୀ

587

ନୂଆଦିଲ୍ଲୀ ୧୯।୬ (ଓଡ଼ିଆ ପୁଅ) : ୧୯ ଆସନ ପାଇଁ ରାଜ୍ୟସଭା ନିର୍ବାଚନ ହୋଇଥିଲା। ସେଥିମଧ୍ୟରୁ ଆନ୍ଧ୍ର ପ୍ରଦେଶର ୪, ଗୁଜରାଟର ୪, ମଧ୍ୟପ୍ରଦେଶର ୩, ରାଜସ୍ଥାନର ୩, ଝାଡ଼ଖଣ୍ଡର ୨, ମଣିପୁର ୧, ମିଜୋରାମ ୧ ମଘୋଳୟରରୁ ଗୋଟିଏ ଆସନ ପାଇଁ ଭୋଟ ଗ୍ରହଣ କରାଯାଇଥିଲା।

ଦେଶର ୮ ରାଜ୍ୟରେ ୧୯ ରାଜ୍ୟ ସଭା ଆସନ ପାଇଁ ହୋଇଥିବା ନିର୍ବାଚନର ଫଳାଫଳ ଧିରେ ଧିରେ ଆସିବାରେ ଲାଗିଛି। ତେବେ ମିଳିଥିବା ସୂଚନାରୁ

ମଧ୍ୟପ୍ରଦେଶ – ତିନୋଟି ଆସନରୁ ଭାରତୀୟ ଜନତା ପାର୍ଟିକୁ ୨ଟି ଆସନ ମିଳିଥିବା ବେଳେ କଂଗ୍ରେସ ଗୋଟିଏ ଆସନରେ ବିଜୟୀ ହୋଇଛି। କଂଗ୍ରେସର ବରିଷ୍ଠ ନେତା ଦୀଗବିଜୟ ସିଂ ଏବଂ ଜ୍ୟୋତିରାଦିତ୍ୟ ସିନ୍ଧିଆ, ସମର ସିଂ ସୋଲାଙ୍କି (ବିଜେପି) ଶୁକ୍ରବାର ଦିନ ବିଜୟ ହାସଲ କରିଛନ୍ତି। ଦୀଗବିଜୟ ସିଂ(କଂଗ୍ରେସ)ଙ୍କୁ 57 ଭୋଟ, ଜ୍ୟୋତିରାଦିତ୍ୟ ସିନ୍ଧିଆ(ବିଜେପି) ଙ୍କୁ 56 ଭୋଟ, ସମର ସିଂ ସୋଲାଙ୍କି (ବିଜେପି)ଙ୍କୁ 55 ଭୋଟ ମିଳିଥିବା ବେଳେ ଫୁଲ ସିଂ ବରାୟା (କଂଗ୍ରେସ)ଙ୍କୁ 36ଟି ଭୋଟ ମିଳିଥିଲା।

ଝାଡ଼ଖଣ୍ଡ – ୨ ଟି ଆସନରେ ଭାଜପା ଏବଂ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ଗୋଟିଏ ଲେଖାଏଁ ବିଜୟୀ ହୋଇଛନ୍ତି। ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ସଭାପତି ଶିବୁ ସୋରେନ୍ ଏବଂ ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ଦୀପକ ପ୍ରକାଶ ଝାଡ଼ଖଣ୍ଡରୁ ରାଜ୍ୟସଭାକୁ ନିର୍ବାଚିତ ହେଇଛନ୍ତି। ସୋରେନ୍‌ଙ୍କୁ ୩୧ ଟି ଭୋଟ୍ ମିଳିଥିବା ବେଳେ ବିଜେପି ପ୍ରାର୍ଥୀଙ୍କୁ ୩୦ ଖଣ୍ଡ ମିଳିଥିଲା ଏବଂ ବିଜୟୀ ହୋଇ ସଂସଦର ଉପର ସଦନକୁ ନିର୍ବାଚିତ ହୋଇଛନ୍ତି। କିନ୍ତୁ କଂଗ୍ରେସ ପ୍ରାର୍ଥୀ ଶାହଜଦ ଅନଓ୍ୱା ମୋଟ୍ ୧୮ ଖଣ୍ଡ ଭୋଟ୍ ପାଇଥିଲେ।

ରାଜସ୍ଥାନ – କଂଗ୍ରେସକୁ ୨ଟିଆସନ ଏବଂ ଭାଜପାକୁ ଗୋଟିଏ ଆସନ ମିଳିଛି। କଂଗ୍ରେସ ପ୍ରାର୍ଥୀ କେ-ସି ବେଣୁଗୋପାଲ ଏବଂ ନୀରଜ ଡାଙ୍ଗି ଏବଂ ବିଜେପିର ରାଜେନ୍ଦ୍ର ଗେହଲୋତ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି। ତେବେ ବିଜେପିର ଦ୍ୱିତୀୟ ପ୍ରାର୍ଥୀ ତଥା ପୂର୍ବତନ ରାଜ୍ୟସଭା ସଦସ୍ୟ ଓଙ୍କାର ସିଂ ଲଖାୱାତ୍ ନିର୍ବାଚନରେ ହାରିଯାଇଛନ୍ତି।

ମେଘାଳୟ – ମେଘାଳୟ ଡେମୋକ୍ରାଟିକ ଆଲାଏନ୍ସର ଡା- ଡବ୍ଲୁ ଆର୍‌ଖରଲୁଖି ବିଜୟୀ ହୋଇଛନ୍ତି।

ଆନ୍ଧ୍ରପ୍ରଦେଶ – ଶାସକ YSR କଂଗ୍ରେସ ଆନ୍ଧ୍ରପ୍ରଦେଶର ସମସ୍ତ ଚାରିଟି ରାଜ୍ୟସଭା ଆସନରେ ବିଜୟଲାଭ କରିଛି। ପରିମଲ ନାଥୱାନି, ଭେଙ୍କଟ ରମଣ, ପିଲି ବୋଷ ଏବଂ ଏଏ ରମି ରେଡ୍ଡୀ ରାଜ୍ୟ ସଭାକୁ ନିର୍ବାଚିତ ହୋଇଛନ୍ତି।

ଅରୁଣାଚଳ ପ୍ରଦେଶ – ବିଜେପିର ନବମ ରେବିଆ ବିଜୟୀ ହୋଇଛନ୍ତି।

ମଣିପୁର – ବିଜେପିର ମହାରାଜା ସନାଜୋବା ଲାଇସେମ୍ବା ବିଜୟୀ ହୋଇଛନ୍ତି।

କର୍ଣ୍ଣାଟକ (୪ ଟି ଆସନ) – ୨ଟି ଆସନରେ ବିଜେପି, ଗୋଟିଏ ଜେଡିଏସ୍ ଏବଂ ଗୋଟିଏ ଆସନରେ କଂଗ୍ରେସ ବିଜୟୀ ହୋଇଛି। ବିଜେପିର ଅଶୋକ ଗାସ୍ତି, ଇରାନନା ବି କାଦାଡି ବିଜୟୀ ହୋଇଛନ୍ତି। JDS ରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍-ଡି-ଦେବଗୌଡ଼ା ଏବଂ କଂଗ୍ରେସ ଦଳରୁ ମଲ୍ଲିକାର୍ଜୁନ୍ ଖଡଗେ ବିଜୟୀ ହୋଇଛନ୍ତି।

ମିଜୋରାମ – MNF ରୁ କେ ଭନଲାବେନା (K Vanlalvena) ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି।

ଗୁଜୁରାଟ ୪ଟି ଆସନ – ଫଳାଫଳ ଆସିବାକୁ ବାକିଅଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.