ନୂଆ ଦିଲ୍ଲୀ ୨୦ ଜୁଲାଇ (ଓଡ଼ିଆ ପୁଅ) ପ୍ରତିରକ୍ଷାମନ୍ତ୍ରୀ ଶ୍ରୀ ରାଜନାଥ ସିଂ ଆଜି ଜାମ୍ମୁ ଓ କାଶ୍ମୀରର ଦ୍ରାସଠାରେ ଥିବା କାରଗିଲ ଯୁଦ୍ଧ ସ୍ମାରକୀ ଗସ୍ତ କରିଛନ୍ତି। ଐତିହାସିକ କାର୍ଗିଲ ଯୁଦ୍ଧ ସ୍ମାରକୀରେ ଅପରେସନ ବିଜୟର ବୀର ସହିଦମାନଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ପୂର୍ବକ ପୁଷ୍ପମାଲ୍ୟ ଅର୍ପଣ କରି ପ୍ରତିରକ୍ଷାମନ୍ତ୍ରୀ ତାଙ୍କ ଗସ୍ତ ଆରମ୍ଭ କରିଥିଲେ। ଏହାପରେ ଏହି ସହିଦ ବୀରମାନଙ୍କ ସମ୍ମାନାର୍ଥେ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା।
ପରେ ସେ ସ୍ମାରକ ପରିସର ମଧ୍ୟରେ ଥିବା ‘ବୀର ଭୂମି’ ଓ ‘ସ୍ମୃତି କୁଟୀର’ ଗସ୍ତ କରିଥିଲେ। ଏହି ଗସ୍ତ ସମୟରେ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଅପରେସନ ବିଜୟ ସହିତ ଦ୍ରାସ, କାର୍ଗିଲ ଓ ବାଟାଲିକ କ୍ଷେତ୍ରରେ ଭାରତୀୟ ସୈନ୍ୟ କିପରି ଭାବେ ବୀରତାର ସହ ଶତ୍ରୁମାନଙ୍କ ଆକ୍ରମଣକୁ ବିଫଳ କରିଥିଲେ ସେ ଓ ସମ୍ବନ୍ଧରେ ସଂକ୍ଷିପ୍ତ ସୂଚନା ପ୍ରଦାନ କରାଯାଇଥିଲା।
କାରଗିଲ ବିଜୟ ଦିବସର ୨୦ତମ ବାର୍ଷିକ ଉତ୍ସବ ପାଳନର ଅଂଶବିଶେଷ ଭାବେ ଶ୍ରୀ ରାଜନାଥ ସିଂ ଏକ ସ୍ମାରକ ଉନ୍ମୋଚନ କରିଥିଲେ, ଯେଉଁଥିରେ କେତେକ ଗୁରୁତ୍ୱପୂର୍ଣ୍ଣ ଯୁଦ୍ଧ ସମ୍ବନ୍ଧରେ ସୂଚନା ରହିଛି। ଏହି ସ୍ମାରକରେ ଭାରତୀୟ ସୀମାରେ ଶତ୍ରୁମାନଙ୍କ ଅନୁପ୍ରବେଶ ରୋକିବା ପାଇଁ ଯୁଦ୍ଧ କରିଥିବା ଭାରତୀୟ ସୈନା ଅଧିକାରୀ, କନିଷ୍ଠ ପଦାଧିକାରୀ ଓ ଯବାନମାନଙ୍କ ବୀର ଗାଥା ସମ୍ବନ୍ଧରେ ବର୍ଣ୍ଣନା କରାଯାଇଛି।
ପରେ ଲେଫ୍ଟନାଂଟ ଜେନେରାଲ ୱାଇକେ ଯୋଶୀ ପ୍ରତିରକ୍ଷାମନ୍ତ୍ରୀଙ୍କୁ ୧୯୯୯ର କାରଗିଲ ଯୁଦ୍ଧ ସମୟରେ ହୋଇଥିବା ଅପରେସନ ବିଜୟ ସମ୍ବନ୍ଧରେ ସଂକ୍ଷିପ୍ତ ସୂଚନା ପ୍ରଦାନ କରିଥିଲେ। ସମ୍ପ୍ରତି ଏହି କ୍ଷେତ୍ରରେ ମୁତୟନ ହୋଇଥିବା ଯବାନଙ୍କ ସହିତ ମିଶି ପ୍ରତିରକ୍ଷାମନ୍ତ୍ରୀ ଚା ପିଇବା ସହ ସେମାନଙ୍କ ସହିତ ଭାବ ବିନିମୟ କରିଥିଲେ। ଆହ୍ୱାନପୂର୍ଣ୍ଣ ପରିସ୍ଥିତି ମଧ୍ୟରେ ସୀମାକୁ ସୁରକ୍ଷା ପ୍ରଦାନ କରୁଥିବା ସୈନିକମାନଙ୍କ ଉତ୍ସର୍ଗୀକୃତ ମନୋଭାବକୁ ସେ ପ୍ରଶଂସା କରିଥିଲେ। ଦେଶକୁ ସବୁବେଳେ ପ୍ରଥମରେ ରଖୁଥିବାରୁ ଭାରତୀୟ ସେନାକୁ ସେ ପ୍ରଶଂସା କରିଥିଲେ।
ଆଣବିକ ଶକ୍ତି ଓ ମହାକାଶ ବିଭାଗ ଏବଂ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ରାଷ୍ଟ୍ରମନ୍ତ୍ରୀ ଡଃ ଜିତେନ୍ଦ୍ର ସିଂ, ସ୍ଥଳ ସେନାମୁଖ୍ୟ ଜେନେରାଲ ବିପିନ ରାୱତ ଏବଂ ଉତର କମାଣ୍ଡ ସେନାମୁଖ୍ୟ ଲେଫ୍ଟନାଂଟ ଜେନେରାଲ ରଣବୀର ସିଂ ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ।

The Minister of State for Development of North Eastern Region (I/C), Prime Ministers Office, Personnel, Public Grievances & Pensions, Atomic Energy and Space, Dr. Jitendra Singh and the Chief of Army Staff, General Bipin Rawat are also seen.