Home ଓଡ଼ିଶା ସରକାରୀ ଓ ଘରୋଇ ଭାଗୀଦାରୀତାରେ ରେଳପଥର ଉନ୍ନତି, ସମ୍ପୂର୍ଣ୍ଣ ରୋଲିଂ ଷ୍ଟକ ନିର୍ମାଣ ଓ ଯାତ୍ରୀ...

ସରକାରୀ ଓ ଘରୋଇ ଭାଗୀଦାରୀତାରେ ରେଳପଥର ଉନ୍ନତି, ସମ୍ପୂର୍ଣ୍ଣ ରୋଲିଂ ଷ୍ଟକ ନିର୍ମାଣ ଓ ଯାତ୍ରୀ ପରିବହନ ସେବା ପାଇଁ କେନ୍ଦ୍ର ବଜେଟରେ ପ୍ରସ୍ତାବ

551

– ସହରତଳି ଅଂଚଳରେ ରେଳବାଇ ନିମନ୍ତେ ସ୍ୱତନ୍ତ୍ର ଯାନ ପାଇଁ ପ୍ରସ୍ତାବ
– ୨୦୨୨ ସୁଦ୍ଧା ଉତ୍ସର୍ଗୀକୃତ ରେଳବାଇ ମାଲ ପରିବହନ ପ୍ରକଳ୍ପଗୁଡିକୁ ସମ୍ପୂର୍ଣ୍ଣ କରିବାକୁ ପ୍ରସ୍ତାବ
– ଚଳିତ ବର୍ଷ ରେଳ ଷ୍ଟେସନଗୁଡିକର ଆଧୁନୀକିକରଣ ଲାଗି ବ୍ୟାପକ କାର୍ଯ୍ୟକ୍ରମ
– ସରକାରୀ ଓ ଘରୋଇ ଭାଗୀଦାରୀତାରେ ମେଟ୍ରୋ ରେଳ ପ୍ରକଳ୍ପଗୁଡିକୁ ତ୍ୱରାନ୍ୱିତ କରାଯିବ

ନୂଆ ଦିଲ୍ଲୀ ୫-୭ (ଓଡ଼ିଆ ପୁଅ) କେନ୍ଦ୍ର ଅର୍ଥ ଓ କର୍ପୋରେଟ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଆଜି ୨୦୧୯-୨୦ ବଜେଟ ଉପସ୍ଥାପନ କରି ସରକାରୀ ଓ ଘରୋଇ ଭାଗୀଦାରୀତାରେ ରେଳପଥଗୁଡିକର ଉନ୍ନତି, ସମ୍ପୂର୍ଣ୍ଣ ରୋଲିଂ ଷ୍ଟକ ନିର୍ମାଣ ଓ ଯାତ୍ରୀ ପରିବହନ ସେବା ପାଇଁ କେନ୍ଦ୍ର ବଜେଟରେ ପ୍ରସ୍ତାବ ରଖିଥିବା ପ୍ରକାଶ କରିଛନ୍ତି।

ଶ୍ରୀମତୀ ସୀତାରମଣ କହିଛନ୍ତି ଯେ, ୨୦୧୮-୨୦୩୦ ମଧ୍ୟରେ ରେଳବାଇର ଭିତିଭୂମି ବିକାଶ ପାଇଁ ପ୍ରାୟ ୫୦ ଲକ୍ଷ କୋଟି ଟଙ୍କା ଆବଶ୍ୟକ ହେବ। ଏହି ବ୍ୟୟ ଅଟକଳକୁ ହିସାବକୁ ନେଲେ ବର୍ଷକୁ ୧.୫୦ ଲକ୍ଷ କୋଟିରୁ ଉର୍ଦ୍ଧ୍ୱ ଅର୍ଥ ଖର୍ଚ୍ଚ ହେବ ଓ ଏହି କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପାଇଁ ବହୁ ବର୍ଷ ଲାଗିଯିବ। ଅର୍ଥମନ୍ତ୍ରୀ ଆହୁରି କହିଛନ୍ତି ଯେ, ମୁମ୍ବାଇ ଓ ଅନ୍ୟାନ୍ୟ ସହରରେ ରେଳବାଇ ଜନସାଧାରଣଙ୍କୁ ଯଥେଷ୍ଟ ସେବା ଯୋଗାଇ ଆସୁଛି। ସହରତଳି ରେଳପଥର ବିକାଶ ପାଇଁ ସ୍ୱତନ୍ତ୍ର ଉଦ୍ଦେଶ୍ୟଯୁକ୍ତ ଯାନ (ଏସପିଭି)ର ଉପଯୋଗ ପାଇଁ ରେଳବାଇକୁ ପ୍ରୋତ୍ସାହିତ କରାଯିବ। ଏଗୁଡିକ ମଧ୍ୟରୁ ଦିଲ୍ଲୀ-ମିରଟ ରାସ୍ତାରେ ଦ୍ରୁତ ଆଂଚଳିକ ପରିବହନ ପଦ୍ଧତି (ଆରଆରଟିଏସ)ର ଉପଯୋଗ ପାଇଁ ପ୍ରସ୍ତାବ ରଖାଯାଇଛି। ସରକାରୀ ଓ ଘରୋଇ ଭାଗୀଦାରୀତାରେ ଅସମ୍ପୂର୍ଣ୍ଣ ପ୍ରକଳ୍ପଗୁଡିକୁ ସମ୍ପୂର୍ଣ୍ଣ କରିବା ପାଇଁ ମଧ୍ୟ ପ୍ରସ୍ତାବ ରହିଛି। ମନ୍ତ୍ରୀ ଆହୁରି କହିଛନ୍ତି ଯେ, ରେଳବାଇର ମାଲ ପରିବହନ ପ୍ରକଳ୍ପଗୁଡିକୁ ୨୦୨୨ ମସିହା ସୁଦ୍ଧା ସମ୍ପୂର୍ଣ୍ଣ କରାଯିବ। ସାଧାରଣ ନାଗରିକମାନଙ୍କ ସୁଖପ୍ରଦ ରେଳଯାତ୍ରା ପାଇଁ ଚଳିତ ବର୍ଷ ରେଳ ଷ୍ଟେସନଗୁଡିକର ଆଧୁନିକୀକରଣ ନିମନ୍ତେ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଯିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.