Home ଅପରାଧ ପୁରୀ: ବିପୁଳ ପରିମାଣର କଫସିରଫ ଜବତ

ପୁରୀ: ବିପୁଳ ପରିମାଣର କଫସିରଫ ଜବତ

147

ପୁରୀ ୨୧-୮ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ)ବେଆଇନ ଭାବେ କଫସିରଫ ବିକ୍ରି ଅଭିଯୋଗରେ ପୁରୀ ବାସେଳୀ ସାହି ଥାନା ପୋଲିସ ୪ ଜଣଙ୍କୁ ଗିରଫ କରିବା ସହ ୨ ଟି ଚାରିଚକିଆ ଯାନ ସମେତ ୮ ହଜାର ୫ ଶହ ଟଙ୍କା ଜବତ କରିଛି। ଗିରଫ ବ୍ୟକ୍ତି ମାନେ ହେଲେ ଖୋର୍ଦ୍ଧା ବାଲିପାଟଣା ଅଂଚଳର ମୃତ୍ୟୁଞ୍ଜୟ ସାହୁ, ଲିଙ୍ଗରାଜ ଥାନା ଅଂଚଳର ଦେବାଶିଷ ରାୟ, ଖଣ୍ଡିଗିରି ଥାନା ଅଂଚଳର ମନୋଜ କୁମାର ଭୁଆଁ ଓ ପିପିଲି ଥାନା ଅଂଚଳର ଜ୍ୟୋତିଷ କୁମାର କାନୁନଗୋ। ଚଳିତ ମାସ ୧୭ ତାରିଖ ଦିନ ମଙ୍ଗଳାଘାଟ ଛକରେ ବାସେଳୀ ସାହି ଥାନା ପୋଲିସ ଗାଡି ମୋଟର ଯାଂଚ ସମୟରେ ୨ ଟି କାରକୁ ଅଟକାଇ ଯାଂଚ ପରେ ୧୦୦ ମିଲିଲିଟର ବିଶିଷ୍ଟ ୩ ହଜାର ୫ ଶହ କଫସିରଫ ଓ ଗିରଫ ବ୍ୟକ୍ତିମାନଙ୍କ ସୂଚନା ଆଧାରରେ ଭୁବନେଶ୍ୱରରେ ଚଢାଉ କରି ଅବଶିଷ୍ଟ ୫ ହଜାର କଫସିରଫ ଜବତ କରିଥିବା ପୋଲିସ କହିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.