Home ଓଡ଼ିଶା ସରକାର କା ମାଲ୍ ଦରିଆ ମେଁ ଡାଲ୍: କି’ କାମ, ହାତରେ ଉଠିଯାଉଛି ପିଚୁ ..

ସରକାର କା ମାଲ୍ ଦରିଆ ମେଁ ଡାଲ୍: କି’ କାମ, ହାତରେ ଉଠିଯାଉଛି ପିଚୁ ..

99

ଭୁବନେଶ୍ୱର/ପୁରୀ: ପୁରୀ ଜିଲ୍ଲା ପିପିଲି – କାକଟପୁର ଏବଂ ଅସ୍ତରଙ୍ଗ – କୋଣାର୍କ ଏହି ଦୁଇଟି ରୁଟରେ ଗତ ୧୫ ଦିନ ମଧ୍ୟରେ ୮୨ କୋଟି ଟଙ୍କାର ଖର୍ଚ୍ଚରେ ଜଣେ ଠିକାଦାରଙ୍କ ଅଧୀନରେ ସଡ଼କ ନିର୍ମାଣ କାମ ହୋଇଛି। କିନ୍ତୁ, ପରିତାପର ବିଷୟ କାମ ଏତେ ନିମ୍ନ ମାନର ହୋଇଛି ଯେ, ହାତରେ ପିଚୁ ଉଠିଯାଉଛି। ଏହି କାର୍ଯ୍ୟ ଜନସାଧାରଣଙ୍କ ହିତରେ ନହୋଇ କିଛି ହାତଗଣତି ଲୋକଙ୍କ ସ୍ୱାର୍ଥ ସାଧନରେ ହୋଇଛି ବୋଲି ବିଜେପି ଅଭିଯୋଗ କରିଛି। ଏହି ଭଳି ଦୁର୍ନୀତି ବିରୁଦ୍ଧରେ ଭାରତୀୟ ଜନତା ପାର୍ଟିର ଏକ ଟିମ୍ ବିଜେପି ରାଜ୍ୟ ଉପାଧ୍ୟକ୍ଷା ପ୍ରଭାତୀ ପରିଡ଼ାଙ୍କ ନେତୃତ୍ୱରେ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି। ଏପରି ଦୁର୍ନୀତି ବିରୁଦ୍ଧରେ ଆଗାମୀ ଦିନରେ କାକଟପୁର ଥାନାରେ ୪୨୦ ଦଫାରେ ଏହି କାମରେ ସମ୍ପୃକ୍ତ ସମସ୍ତ ଅଧିକାରୀ, ଠିକାଦାରଙ୍କ ବିରୁଦ୍ଧରେ ଲିଖିତ ଅଭିଯୋଗ କରିବା ସହ ଘଟଣାର ସମାଧାନ ନହେଲା ପର୍ଯ୍ୟନ୍ତ ରାଜରାସ୍ତାରେ ଆନ୍ଦୋଳନ କରାଯିବ ବୋଲି ପ୍ରଭାତୀ ପରିଡ଼ା କହିଛନ୍ତି। ରାଜ୍ୟ ଉପାଧ୍ୟକ୍ଷା ପ୍ରଭାତୀ ପରିଡ଼ାଙ୍କ ବ୍ୟତୀତ ଏହି ପ୍ରତିନିଧି ଦଳରେ ପୁରୀ ଜିଲ୍ଲା ବିଜେପି ସଭାପତି ଆଶ୍ରିତ ପଟ୍ଟନାୟକ, ପୂର୍ବତନ କାକଟପୁର ବିଧାୟକ ରବି ମଲ୍ଲିକ, ସନ୍ତୋଷ ପରିଡ଼ା, ରମେଶ ଜେନା ଏବଂ ଦିଲ୍ଲୀପ ପାତ୍ର ପ୍ରମୂଖ ଉପସ୍ଥିତ ଥିଲେ।
-@Dr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.