Odiapua.com

“ପବ- ଜି” ମାନିଆ: ନେଟ୍ ପ୍ୟାକ୍ ପାଇଁ ଟଙ୍କା ନ’ ଦେବାରୁ ଶୋଇଥିବା ବାପର ମୁଣ୍ଡ କାଟି ଦେଲା ପୁଅ!

ନୂଆଦିଲ୍ଲୀ: “ପବ- ଜି” ଗେମ୍ ଖେଳିବାକୁ ଚାହୁଁଥିଲା ପୁଅ।ହେଲେ ମୋବାଇଲରେ ନେଟ୍ ପ୍ୟାକ୍ ସରି ଯାଇଥିଲା।ନେଟ୍ ପ୍ୟାକ୍ ପକାଇବା ପାଇଁ ବାପାଙ୍କୁ ମାଗିଲା ପଇସା।ହେଲେ ବାପା ଦେଲେନି ଟଙ୍କା।ଯୁକ୍ତି ତର୍କ ହେଲା।ଏଥିରେ କ୍ରୋଧାନ୍ୱିତ ହୋଇ ଶୋଇଥିବା ଅବସ୍ଥାରେ ବାପାଙ୍କ ମୁଣ୍ଡ କାଟିଦେଲା ପୁଅ।ଘଟଣାଟି ଘଟିଛି କର୍ଣ୍ଣାଟକର ବେଲଗାବୀ ଜିଲ୍ଲା କାକତି ଗ୍ରାମରେ।ଗେମ୍ ଖେଳିବା ପାଇଁ ମୋବାଇଲରେ ନେଟ୍ ପ୍ୟାକ୍ ପକାଇବାକୁ ଟଙ୍କା ନ’ ଦେବାରୁ ୨୫ ବର୍ଷୀୟ ପୁଅ ରଘୁବୀର ଶଙ୍କରପ୍ପା କୁମ୍ଭାର ତାର ୬୫ ବର୍ଷ ବୟସର ବାପା ଶଙ୍କର ଦେବପ୍ପା କୁମ୍ଭାରଙ୍କୁ ଶୋଇଥିବା ଅବସ୍ଥାରେ ହତ୍ୟା କରିଛି।ଶୋଇଥିବା ଅବସ୍ଥାରେ ବାପାଙ୍କର ମୁଣ୍ଡ କାଟିଦେବା ସହ ଗୋଡ଼ ମଧ୍ୟ କାଟି ଦେଇଥିଲା ପୁଅ।ପୋଲିସ୍ ଅଭିଯୁକ୍ତକୁ ଗିରଫ କରିଛି।//ଦେବଦତ୍ତ ରଥ

ହାପି ବାର୍ଥ ଡେ” ଅକ୍ଷୟ: ଇନକମରେ ଟପ୍; ହିଟ୍ ଦେବାରେ ବି ଟପ୍