Home Top News PUBG ଖେଳିବାକୁ ମନାକରିବାରୁ ମା’କୁ ଗୁଳିକରି ହତ୍ୟା କଲା, ସାଙ୍ଗଙ୍କ ସହ ଘରେ ପାର୍ଟି କଲା,...

PUBG ଖେଳିବାକୁ ମନାକରିବାରୁ ମା’କୁ ଗୁଳିକରି ହତ୍ୟା କଲା, ସାଙ୍ଗଙ୍କ ସହ ଘରେ ପାର୍ଟି କଲା, ବାପା ରୋକିଥିଲେ ବି ବାପାଙ୍କୁ ମାରିଦେଇଥାନ୍ତି!

41

ଲକ୍ଷ୍ନୌ ୯-୬ (ଓଡ଼ିଆ ପୁଅ) ଜଣେ ୧୬ ବର୍ଷ ବୟସ୍କ ଗେମ୍‌ ଆଡ଼ିକ୍ଟ PUBG ଖେଳିବା ପାଇଁ ତାଙ୍କ ମା’ଙ୍କୁ ଗୁଳିକରି ହତ୍ୟା କରିବା ପରେ ନିଜଘରେ ସାନ ଭଉଣୀକୁ ଧମକଚମକ ଦେଇ ଗୋଟିଏ କୋଠରୀରେ ତାଲା ପକାଇ ଦୁଇ ଦିନ ପର୍ଯ୍ୟନ୍ତ ମା’ଙ୍କ ମୃତ ଶରୀରକୁ ଲକ୍ଷ୍ନୌରେ ରଖିଥିଲା।

ଏପରିକି ମା’କୁ ହତ୍ୟା କରିବା ପରେ ସେହି ଘରେ ସାଙ୍ଗମାନଙ୍କ ସହିତ ପାର୍ଟି କରିଥିଲା ଏହି ୧୬ ବର୍ଷର ବାଳକ।

ଅତିରିକ୍ତ ଡେପୁଟି ପୋଲିସ କମିଶନର ଏସଏମ କାସୀମ ଅବିଦି କହିଛନ୍ତି ଯେ, ପଶ୍ଚିମବଙ୍ଗର ଆସାନସୋଲରେ ସେନାବାହିନୀରେ ପୋଷ୍ଟିଂ ହୋଇଥିବା ବାଳକର ପିତା ମଙ୍ଗଳବାର ରାତିରେ ପୋଲିସକୁ ଜଣାଇଥିଲେ ଯେ, ଜଣେ ଅଜ୍ଞାତ ଆକ୍ରମଣକାରୀ ତାଙ୍କ ପତ୍ନୀଙ୍କୁ ହତ୍ୟା କରି ଦୁଇଜଣଙ୍କୁ ବନ୍ଦୀ କରି ରଖିଛି।

ଏହା ପରେ ପୋଲିସ୍‌ ତଦନ୍ତ ଆରମ୍ଭ କରିଥିଲା। ଅଭିଦି କହିଛନ୍ତି ଯେ, ପିଲାମାନେ ପ୍ରଥମେ ଅନୁସନ୍ଧାନକାରୀଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଗରମ ପାଗ ଯୋଗୁଁ ଶରୀର କ୍ଷୟ ହେବା ଆରମ୍ଭ କଲାବେଳେ ବାଳକ ରୁମ୍ ଫ୍ରେନ୍ସର ସ୍ପ୍ରେ କରିଥିଲା।

ପୋଲିସ୍ ଆନୁଯାୟୀ, ମଙ୍ଗଳବାର ରାତିରେ ପିଲାଟି ତାଙ୍କ ବାପାଙ୍କୁ ଡାକି ତାଙ୍କ ମା’ଙ୍କ ହତ୍ୟା ବିଷୟରେ ସୂଚନା ଦେଇଥିଲା ଏବଂ ଅଜ୍ଞାତ ଆକ୍ରମଣକାରୀ ସେମାନଙ୍କୁ ବନ୍ଦୀ କରି ରଖିଥିବାର କହିଥିଲା। ପରେ ପୋଲିସ୍ ଅନୁସନ୍ଧାନରୁ ଜଣାପଡ଼ିଲାଯେ, ପିଲାଟି PUBG ଖେଳିବାରେ ଅଭ୍ୟସ୍ତ ଥିଲା ଏବଂ ତାଙ୍କ ମା’ ତାକୁ ଏହି ଖେଳ ଖେଳିବାକୁ ଦେଇନଥିଲେ। ତେଣୁ ଏହିପରି ହତ୍ୟାକାଣ୍ଡ ଘଟାଇ ପୋଲିସ୍‌କୁ ବିଭ୍ରାନ୍ତ କରିବାକୁ ଚେଷ୍ଟାକରିଥିଲା। ୧୬ ବର୍ଷର ବାଳକ ନିଜ ପିତାଙ୍କ ଲାଇସେନ୍ସ ବନ୍ଧୁକରେ ମା’ ଶୋଇବା ପରେ ଗୁଳି କରି ହତ୍ୟା କରିଥିଲା।

ଫୋରେନସିକ୍ ବିଶେଷଜ୍ଞମାନେ ଅପରାଧ ସହ ଜଡିତ ପ୍ରମାଣ ସଂଗ୍ରହ କରିଛନ୍ତି ଏବଂ ରିଭଲଭରକୁ ବାଲିଷ୍ଟିକ୍ ପରୀକ୍ଷା ପାଇଁ ପଠାଯିବ। ସେ ଆହୁରି ମଧ୍ୟ କହିଛନ୍ତି ଯେ ବାଳକକୁ ଗିରଫ କରାଯାଇଛି ଏବଂ ଜୁଭେଲାଇନ ବୋର୍ଡ ସମ୍ମୁଖରେ ହାଜର କରାଯିବ। ମୃତଦେହର ପୋଷ୍ଟମୋର୍ଟମ ପାଇଁ ପଠାଯାଇଛି ବୋଲି ପୋଲିସ୍‌ ଅଧିକାରୀ କହିଛନ୍ତି।

କିନ୍ତୁ ଏଠାରେ ଜେରା ସମୟରେ ଯେଉଁ ଉତ୍ତର ମିଳିଥିଲା ତାହା ପ୍ରତ୍ୟେକ ଲୋକଙ୍କୁ ସ୍ତମ୍ଭିଭୂତ କରିଦେବ।

ଯଦି ତୁମକୁ ତୁମ ବାପା ଖୋଳିବାରୁ ରୋକିଥାନ୍ତେ ତେବେ କ’ଣ କରିଥାନ୍ତ? ଏହାର ଉତ୍ତରରେ ପିଲାଟି କହିଥିଲା ସେତେବେଳେ କ’ଣ ହୋଇଥାନ୍ତା ତାହା ସେ ସମୟରେ ଦେଖାଯାଇଥାନ୍ତା। ଏବେ କିପରି କହିବି?

ପୋଲିସର ପଚରାଉଚରା ବେଳେ ଅଭିଯୁକ୍ତ ବାଳକଙ୍କର କୌଣସି ଅନୁତାପ ନଥିଲା।

ପୋଲିସର ପ୍ରଶ୍ନ – ତୁମେ ଏହା କାହିଁକି କଲ?

ବାଳକ ଉତ୍ତର ଦେଲା ନାହିଁ।

ପୁନଃ ପ୍ରଶ୍ନ – ତୁମେ ଏହା କାହିଁକି କଲ?

ଉତ୍ତର: ମୁଁ ମୋ ମା’ ପାଇଁ ବହୁତ କାନ୍ଦୁଥିଲି। ଖେଳ ଖେଳିବାକୁ ଅନୁମତି ଦେଉନଥିଲେ।

ପୋଲିସ୍‌ – ତୁମେ କେମିତି କଲ?

ଉତ୍ତର: ରାତିରେ ଶୋଇବା ସମୟରେ। ଯେତେବେଳେ ମୋ ମା’ ଶୋଇଲେ, ମୁଁ ମୋ ବାପାଙ୍କ ପିସ୍ତଲ ନେଇ ଗୁଳିକଲି।

ପ୍ରଶ୍ନ – ଭୟ ଲାଗିଲା ନାହିଁ, ପୋଲିସ ଧରିବ କି?

କିଛି ଉତ୍ତର ନାହିଁ

ପ୍ରଶ୍ନ – ତୁମେ ତୁମ ଭଉଣୀକୁ କ’ଣ କହିଲ?

ଉତ୍ତର- ମା’ ବିଷୟରେ କାହାକୁ କହିଲେ ମୁଁ ତୋତେ ମଧ୍ୟ ଏହିପରି ହତ୍ୟା କରିବି, ତେଣୁ ଚୁପ୍ ରୁହ।

ପ୍ରଶ୍ନ: ନିଜ ଫୋନରେ କେଉଁ ଖେଳ ଖେଳ?

ଉତ୍ତର – ଅନଲାଇନ୍ ଗେମ୍‌। PUBG ଫାଇଟର୍ ଇନଷ୍ଟାଗ୍ରାମରେ ରହେ। ଭଲ ଲାଗେ ଖେଳିବାକୁ, ମମି ଖେଳିବାକୁ ଦେଉନଥିଲେ ରାଗଲାଗୁଥିଲା।

ପ୍ରଶ୍ନ – ଯଦି ବାପା ଏପରି କରିଥାନ୍ତେ, ତେବେ ତାଙ୍କୁ ମଧ୍ୟ ହତ୍ୟା କରିଥାନ୍ତ କି?

ଉତ୍ତର – ତାହା ସେତେବେଳେ ଦେଖାଯାଇଥାନ୍ତା, ମୁଁ ବର୍ତ୍ତମାନ କ’ଣ କହିବି।

ପ୍ରଶ୍ନ: ତୁମେ ଜେଲକୁ ଯିବ, ଏହା ପୂର୍ବରୁ ଭାବିନଥିଲ କି?

ଉତ୍ତର: ନା, ମୁଁ ଅଧିକ ଭାବେ ନାହିଁ।

ପ୍ରଶ୍ନ – ଆପଣ ଦୁଇ ସାଙ୍ଗଙ୍କ ସହିତ କାହିଁକି ଘରେ ପାର୍ଟି କଲ?

ଉତ୍ତର – ଡରି ଯାଇଥିଲି ଏବଂ ସାଙ୍ଗମାନଙ୍କ ସହ ଦୀର୍ଘ ଦିନ ଧରି ଫିଲ୍ମ ଦେଖିନଥିଲି, ସେମାନେ ମୋତେ କହିଥିଲେ ତେଣୁ କହିଲି ଘରକୁ ଚାଲ।

ପ୍ରଶ୍ନ: ତୁମ ଭଉଣୀକୁ ଖାଇବାକୁ କେଉଁଠୁ ଆଣ?

ଉତ୍ତର – ସ୍କୁଟି ନେଇ ଯାଉଥିଲି ସେ ଯାହା ଚାହୁଁଥିଲା ତାହା ଆଣୁଥିଲି।

ପ୍ରଶ୍ନ: ଘରେ ଖାଦ୍ୟ ପ୍ରସ୍ତୁତ କର କି?

ଉତ୍ତର: ହଁ, ନିଜ ଭଉଣୀକୁ ଯାହା ପସନ୍ଦ କର ତାହା ତିଆରି କରେ।

ପ୍ରଶ୍ନ- ବର୍ତ୍ତମାନ ମା’ ନାହାଁନ୍ତି, ତୁମେ ଦୁଃଖିତ ନୁହଁ କି?

ଉତ୍ତର – ନା, ଦୁଃଖିତ ନୁହେଁ।

ପ୍ରଶ୍ନ – ମମୀଙ୍କ ଫୋନରେ ଫୋନ ଆସୁଥିଲା, ତୁମେ କ’ଣ କହୁଥିଲ?

ଉତ୍ତର – ମା’ର ଫୋନ ଆସିଲେ କହୁଥିଲେ ମା’ ଜେଜେମା ପାଖକୁ ଯାଇଛି ଆସିଲେ କଥା କରେଇଦେବି।

ପ୍ରଶ୍ନ – ତୁମେ ତୁମ ବାପାଙ୍କ ଫୋନ କାହିଁକି ଉଠାଇଲ ନାହିଁ?

ଉତ୍ତର – ଯେତେବେଳେ ମୁଁ ଦେଖିଲି କଲ୍ ବାରମ୍ବାର ଆସୁଛି, ତା’ପରେ ଉଠାଇଲି, ଘଟଣା ବିଷୟରେ କହିଲି।

ପ୍ରଶ୍ନ- ମୋବାଇଲରେ ପର୍ଣ୍ଣ ଦେଖୁଥିଲ, ମା’ ମନା କରୁଥିଲେ କି?

ଉତ୍ତର: ମୋର ଦୁଇ ସାଙ୍ଗ ଦେଖୁଥିଲେ, ସେମାନଙ୍କୁ କେହି କିଛି କହୁନଥିଲେ।

ପ୍ରଶ୍ନ – ଏପରି କାହାଣୀ କାହିଁକି ଗଢ଼ିଲ?

ଉତ୍ତର – ଯେପରି କେହି ଜାଣିପାରିବେ ନାହିଁ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.