Home ଓଡ଼ିଶା କ୍ୟାବିନେଟ୍ ମଞ୍ଜୁରୀ: ଜାମ୍ମୁ କାଶ୍ମୀର, ୬ ମାସ ପାଇଁ ବଢ଼ିଲା ରାଷ୍ଟ୍ରପତି ଶାସନ

କ୍ୟାବିନେଟ୍ ମଞ୍ଜୁରୀ: ଜାମ୍ମୁ କାଶ୍ମୀର, ୬ ମାସ ପାଇଁ ବଢ଼ିଲା ରାଷ୍ଟ୍ରପତି ଶାସନ

546

ନୂଆଦିଲ୍ଲୀ ୧୨ ଜୁନ୍ (ଓଡ଼ିଆ ପୁଅ) ଜାମ୍ମୁ-କାଶ୍ମୀର ବର୍ତ୍ତମାନ ବିଧାନସଭା ନିର୍ବାଚନ ହେବାର କୌଣସି ସମ୍ଭାବନା ନଜରକୁ ଆସୁନାହିଁ। ବୁଧବାର ଦିନ କେନ୍ଦ୍ରୀୟ କ୍ୟାବିନେଟ୍ ଜାମ୍ମୁ କାଶ୍ମୀରରେ ରାଜ୍ୟପାଳ ଶାସନର ଅବଧି ପୁନଃ ୬ ମାସ ପାଇଁ ବଢ଼ାଇ ଦେଇଛନ୍ତି। ରାଜ୍ୟରେ ମୁଫ୍ତୀ ସରକାରର ପତନ ପରେ ରାଜ୍ୟପାଳ ଶାସନ ଲାଗୁ ହୋଇଯାଇଥିଲା। ଏହା ପରେ ତାହାକୁ ଆଗକୁ ବଢ଼ାଇ ରାଷ୍ଟ୍ରପତି ଲାଗୁ କରାଯାଇଥିଲା। ଯାହାର ଅବଧି ୩ ଜୁଲାଇରେ ସମାପ୍ତ ହେବାକୁଥିଲା। ଆଜି ହୋଇଥିବା କେନ୍ଦ୍ରୀୟ କ୍ୟାବିନେଟ୍ ବୈଠକରେ ରାଷ୍ଟ୍ରପତି ଶାସନକୁ ୬ ମାସ ପାଇଁ ପୁଣି ବଢ଼ାଇ ଦିଆଯାଇଛି।

ସୂତ୍ର ମୁତାବକ, ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ଗତ ଦିନରେ କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହିତ ବିଭିନ୍ନ ବିଷୟରେ ବିଚାର-ବିମର୍ଶ କରିଥିଲେ। ଏହା ପରେ ବୁଧବାର ହୋଇଥିବା କ୍ୟାବିନେଟ୍ ବୈଠକରେ ରାଷ୍ଟ୍ରପତି ଶାସନକୁ ଆସନ୍ତା ୬ ମାସ ବଢ଼ାଇବାକୁ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି। କୁହାଯାଇପାରେଯେ, ୧ ଜୁଲାଇରେ ପବିତ୍ର ଅମରନାଥ ଯାତ୍ରା ଆରମ୍ଭ ହେବ, ଯାବା ୧୫ ଅଗସ୍ତ ପର୍ଯ୍ୟନ୍ତ ଚାଲିବ। ତା’ ର ପରେ କେନ୍ଦ୍ରୀୟ ନିର୍ବାଚନ ଆୟୋଗ ବିଧାନସଭା ନିର୍ବାଚନ କରାଇବାପାଇଁ ସ୍ଥିତ୍ର ଅନୁଧ୍ୟାନ କରିବେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.