Home Top News ସ୍ୱାଗତ ପାଇଁ ଯାଇ ବଡ଼ ଅପଦସ୍ତ ହେଲେ ସଭାପତି: କାହାର ସିଏମ୍ ଆଶା, କାହାର ଏମ୍ଏଲ୍ଏ...

ସ୍ୱାଗତ ପାଇଁ ଯାଇ ବଡ଼ ଅପଦସ୍ତ ହେଲେ ସଭାପତି: କାହାର ସିଏମ୍ ଆଶା, କାହାର ଏମ୍ଏଲ୍ଏ ନିଶା ..

71

ଭୁବନେଶ୍ୱର: ସ୍ୱାଗତ ପାଇଁ ଯାଇ ବଡ଼ ଅପଦସ୍ତ ହେଲେ ବିଜେପି ରାଜ୍ୟ ସଭାପତି। କାହାର ସିଏମ୍ ଆଶା ତ’ କାହାର ଏମ୍ଏଲ୍ଏ ନିଶା ଚକ୍କରରେ ଭରି ସଭାରେ ଅପଦସ୍ତ ହେଲେ ଓଡ଼ିଶା ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ! ଖୋର୍ଦ୍ଧା ଜିଲ୍ଲା ଟାଙ୍ଗିଠାରେ ଆୟୋଜିତ ଏକ ସମାବେଶକୁ ଯାଇ ଅପଦସ୍ତ ହୋଇଛନ୍ତି ମନମୋହନ ସାମଲ। ସମସ୍ତେ କହିଲା ବେଳକୁ ଲୋକ ଥିଲେ, କିନ୍ତୁ ସଭାପତି ମନମୋହନ ସାମଲଙ୍କ ଭାଷଣ ଆରମ୍ଭ ହେବା ମାତ୍ରେ ସଭାରେ ବସି ଭାଷଣ ଶୁଣୁଥିବା କାର୍ଯ୍ୟକର୍ତ୍ତା ଉଠି ଚାଲିଯାଇଥିଲେ। ଅଧିକାଂଶ ଚେୟାର୍ ଖାଲି ପଡ଼ିଥିଲା। ବାସ୍ତବରେ ଏମାନେ ମନମୋହନ ସାମଲଙ୍କ ପାଇଁ ଉଠିଯାଇ ନଥିଲେ, ବରଂ ଏମାନେ ଅପରାଜିତା ଷଡ଼ଙ୍ଗୀଙ୍କ ପାଇଁ ଉଠି ଯାଇଥିଲେ। ନିର୍ଦ୍ଧାରତ ସମୟ ଠାରୁ କାର୍ଯ୍ୟକ୍ରମ ବହୁ ବିଳମ୍ବରେ ଆରମ୍ଭ ହୋଇଥିଲା। ଭାଷଣ ଶୁଣିବାକୁ ଆସିଥିବା କାର୍ଯ୍ୟକର୍ତ୍ତା ଦୀର୍ଘ ସମୟ ଧରି ଅପେକ୍ଷା କରି ଅଧର୍ଯ୍ୟ ହୋଇଯାଇଥିଲେ। ଛୋଟରୁ ବଡ଼ ଜଣେ ପରେ ଜଣେ ନେତାନେତ୍ରୀ ଭାଷଣ ଦେଇଚାଲିଲେ। ଏହାପରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ପାଳିଥିଲା। ତାଙ୍କ ପରେ ମୁଖ୍ୟ ଅତିଥି ରାଜ୍ୟ ସଭାପତି ମନମୋହନଙ୍କ ପାଳି। ତେଣେ କାର୍ଯ୍ୟକର୍ତ୍ତା ଅଧର୍ଯ୍ୟ ହେଲେଣି, ଭୋକ ବି ଜୋରରେ ଲାଗିଲାଣି। ଏସବୁ ବୁଝିଲେନି ସାଂସଦ ଅପରାଜିତା ଷଡ଼ଙ୍ଗୀ ବା ଜିଲ୍ଲା ସଭାପତି କିମ୍ବା ବିଧାନସଭା କ୍ଷେତ୍ର ନେତା। ଅନ୍ୟମାନେ କହିଲେ, ଅପରାଜିତା ମଧ୍ୟ ବହୁତ ଗୁଡ଼ାଏ କହିଲେ। ଏବଂ ଅପରାଜିତାଙ୍କ ଭାଷଣ ସରିବା ପରେ ପରେ ମନମୋହନ ସାମଲଙ୍କ ଭାଷଣ ଆରମ୍ଭ ନ’ହେଉଣୁ କାର୍ଯ୍ୟକର୍ତ୍ତା ଖାଇବାକୁ ଉଠି ଚାଲିଲେ। କାର୍ଯ୍ୟକ୍ରମ ସଂପୂର୍ଣ୍ଣ ଅବ୍ୟବସ୍ଥା ଥିଲା। ସଙ୍ଗଠନ ବ୍ୟବସ୍ଥା ଭିତରେ ନ’ଚାଲି ଗୋଷ୍ଠୀବାଦ ଭିତରେ କାହାର ସିଏମ୍ ଆଶା ତ’ କାହାର ଏମ୍ଏଲ୍ଏ ଆଶା କାହାର ପୁଣି ସଭାପତି ହୋଇ ରହିବା ନିଶାରେ ଦଳ ଚାଲିଥିବା କାରଣରୁ ସଭାରେ ଏପରି ଅବ୍ୟବସ୍ଥା ଥିଲା।ଦେଖିବାକୁ ଗଲେ ଟାଙ୍ଗିଠାରେ ଆୟୋଜିତ ଏହି ସମାବେଶ ଅପେକ୍ଷା ବରଂ ରାସ୍ତାରେ ବିଭିନ୍ନ ସ୍ଥାନରେ ସଭାପତିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଭଲ ଥିଲା। ରାମେଶ୍ୱର ଛକ ନିକଟରେ ସଭାପତିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇବା ଅବସରରେ ସ୍ଥାନୀୟ ଅଞ୍ଚଳରେ ଘଟୁଥିବା ଲଭ୍ ଜିହାଦ୍ ଘଟଣା ନେଇ ସଭାପତିଙ୍କୁ ଅବଗତ କରାଇଥିଲେ ଯୁବମୋର୍ଚ୍ଚା ଏବଂ ହିନ୍ଦୁ ସଙ୍ଗଠନ କାର୍ଯ୍ୟକର୍ତ୍ତା। ଏଠାରେ ଯାହାଥିଲା ସଙ୍ଗଠନ ଆଧାରିତ ଥିଲା। କିନ୍ତୁ ଟାଙ୍ଗିଠାରେ ରାଜ୍ୟ ସଭାପତିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ନାମରେ ଡକାଇ ଜନ ସଂପର୍କ ଅଭିଯାନରେ ତାଙ୍କୁ ଖରାତରାରେ, ଝାଳନାଳ କରି ବୁଲାଇ ପଦଯାତ୍ରା କରାଇଲେ। କିନ୍ତୁ, ମୁଖ୍ୟ ଅତିଥି ତଥା ମୁଖ୍ୟ ଆକର୍ଷଣ ସଭାପତିଙ୍କ ଭାଷଣ ବେଳକୁ ସଭା ଖାଲି! ବଡ଼ ଅପଦସ୍ତ ହେଲେ ସଭାପତି ଏବଂ ଏହାକୁ ନେଇ ବଡ଼ ଅସନ୍ତୁଷ୍ଟ ହୋଇଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସଭାପତି ମନମୋହନ ସାମଲ!

-/DevD®ath

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.