Home ଓଡ଼ିଶା ବିଭିନ୍ନ ଦାବି ନେଇ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟିଲେ ପ୍ରତାପ ଷଡ଼ଙ୍ଗୀ

ବିଭିନ୍ନ ଦାବି ନେଇ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟିଲେ ପ୍ରତାପ ଷଡ଼ଙ୍ଗୀ

57

ନୂଆଦିଲ୍ଲୀ: ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ଵର ସାଂସଦ ପ୍ରତାପ ଷଡ଼ଙ୍ଗୀ। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ରେଳ ମନ୍ତ୍ରାଳୟରେ ଭେଟି ବାଲେଶ୍ଵର ନିର୍ବାଚନ ମଣ୍ଡଳୀରେ ରେଳ ଲାଇନ୍‍ର ଉଭୟ ପାର୍ଶ୍ଵସ୍ଥ ରାସ୍ତାର ଉନ୍ନତି ବିଧାନ ଓ ରକ୍ଷଣବେକ୍ଷଣ ପାଇଁ ବ୍ୟବସ୍ଥା କରିବା ସକାଶେ ଅନୁରୋଧ କରିଛନ୍ତି ପ୍ରତାପ ଷଡ଼ଙ୍ଗୀ। ଏହା ବ୍ୟତୀତ ବାଲେଶ୍ଵର ଓ ଜଳେଶ୍ଵର ସମେତ ସମସ୍ତ ରେଳ ଷ୍ଟେସନ୍‍ର ଉନ୍ନତିବିଧାନ ଓ ନବୀକରଣର ଶିଳାନ୍ୟାସ ପାଇଁ ଅଶ୍ୱିନୀ ବୈଷ୍ଣବ ଆସିବା ନିମନ୍ତେ ଅନୁରୋଧ କରିଛନ୍ତି ପ୍ରତାପ ଷଡ଼ଙ୍ଗୀ। ଏହା ସହ ନୀଳଗିରି (ଗୋପିନାଥପୁର ପର୍ଯ୍ୟନ୍ତ) ପାସେଞ୍ଜର ଗାଡ଼ି ଚଳାଇବାର ବ୍ୟବସ୍ଥା କରିବା, ନୀଳଗିରିରେ ଦୀର୍ଘ ବର୍ଷ ଧରି ବନ୍ଦ ହୋଇ ପଡ଼ି ରହିଥିବା ନୀଳଗିରି ସ୍ଲିପର୍‍କୁ ଚାଲୁ କରିବା ସହିତ ଚାକିରି ହରେଇଥିବା ସମସ୍ତ କର୍ମଚାରୀ ଓ ଶ୍ରମିକ ମାନଙ୍କୁ ପୁନଃନିଯୁକ୍ତି ଦେବା, ବାଲେଶ୍ଵର, ବେତନଟୀରୁ ସୋର ପର୍ଯ୍ୟନ୍ତ ରେଳ ଲାଇନ୍‍ର ଉଭୟ ପାର୍ଶ୍ଵରେ ଏକ ପାଇଲଟ୍ ପ୍ରକଳ୍ପ ଭାବେ ବାମନ ପ୍ରଜାତିର ନଡ଼ିଆ ଚାରା ରୋପଣ କରି ରକ୍ଷଣା ବେକ୍ଷଣ ପାଇଁ ପଞ୍ଚାୟତକୁ ହସ୍ତାନ୍ତର କରିବା ଆଦି ଦାବୀ ଜଣାଇଛନ୍ତି ପ୍ରତାପ ଷଡ଼ଙ୍ଗୀ। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଅନୁଧ୍ୟାନ କରି ବିହିତ ପଦକ୍ଷେପ ନେବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିବା ପ୍ରତାପ ଷଡ଼ଙ୍ଗୀ କହିଛନ୍ତି।
-@DevDr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.