Odiapua.com

ବିଜେପିରେ ଯୋଗ ଦେଲେ ସାଧ୍ଵୀ ପ୍ରଜ୍ଞା: ଦିଗବିଜୟଙ୍କୁ ଦେବେ ଟକ୍କର!

ଭୋପାଳ: ମାଲେଗାଓଁ ବିସ୍ଫୋରଣ ମାମଲାରେ ଦୋଷମୁକ୍ତ ହୋଇ ସାରିଥିବା ସାଧ୍ଵୀ ପ୍ରଜ୍ଞା ସିଂ ଠାକୂର ବିଜେପିରେ ଯୋଗ ଦେଇଛନ୍ତି।ମଧ୍ୟପ୍ରଦେଶ ରାଜ୍ୟ କାର୍ଯ୍ୟାଳୟକୁ ଆସି ସେ ଭାଜପାର ପ୍ରାଥମିକ ସଦସ୍ୟତା ଗ୍ରହଣ କରିଛନ୍ତି।ଦଳ ତାଙ୍କୁ କଂଗ୍ରେସ ନେତା ଦିଗବିଜୟ ସିଂହଙ୍କ ବିରୋଧରେ ଭୋପାଳରୁ ପାର୍ଥି କରିପାରେ ବୋଲି ଆଲୋଚନା ଜୋର ଧରିଛି।ସୂଚନାଯୋଗ୍ୟ ଯେ ଯଦି ସଙ୍ଗଠନ ଚାହିଁବ ତେବେ କଂଗ୍ରେସ ପାର୍ଥି ଦିଗବିଜୟ ସିଂଙ୍କ ବିରୋଧରେ ସେ ଭୋପାଳ ଲୋକସଭା ଆସନରୁ ଭାଜପା ଟିକେଟରୁ ଲଢ଼ିବା ପାଇଁ ପ୍ରସ୍ତୁତ ବୋଲି କିଛି ଦିନ ତଳେ ପ୍ରଜ୍ଞା କହିଥିଲେ।ଭୋପାଳ ଲୋକସଭା ଆସନଟି ଭାଜପାର ମଜଭୁତ ଗଡ଼ ଭାବରେ ଜଣାଶୁଣା।ଏହି ସିଟରେ ୧୯୮୯ ମସିହାରୁ ଭାଜପାର କବ୍ଜା ରହି ଆସିଛି।

ପ୍ରଜ୍ଞା କହିଛନ୍ତି,ଦିଗବିଜୟ ସିଂ ଜଣେ ହିନ୍ଦୁ ବିରୋଧୀ ନେତା।ସେ ହିନ୍ଦୁ ମାନଙ୍କୁ ଆତଙ୍କବାଦୀ କହିଥିଲେ।ସାଧ୍ଵୀ ପ୍ରଜ୍ଞା ସିଂ ଠାକୂର ବିଶ୍ବହିନ୍ଦୁ ପରିଷଦ ମହିଳା ଶାଖା ଦୁର୍ଗା ବାହିନୀର ଜଣେ ସକ୍ରିୟ ସଦସ୍ୟା।ଔଜସୀ ତଥା କଟ୍ଟର ଭାଷଣ ଦେବାରେ ସେ ଧୁରନ୍ଧର।//ଦେବଦତ୍ତ

ଦିଗବିଜୟଙ୍କ ବିରୋଧରେ ଭୋପାଳରୁ ଲଢ଼ିବା ପାଇଁ ଇଛୁକ ପ୍ରଜ୍ଞା ଠାକୂର

ବୈଜୟନ୍ତଙ୍କ ପାଖରେ ନିଜର ବିକଳ୍ପ ଦେଖି ପାରୁଛନ୍ତି କି’ ନବୀନ?