Home ଓଡ଼ିଶା ଦିଗବିଜୟଙ୍କ ବିରୋଧରେ ଭୋପାଳରୁ ଲଢ଼ିବା ପାଇଁ ଇଛୁକ ପ୍ରଜ୍ଞା ଠାକୂର

ଦିଗବିଜୟଙ୍କ ବିରୋଧରେ ଭୋପାଳରୁ ଲଢ଼ିବା ପାଇଁ ଇଛୁକ ପ୍ରଜ୍ଞା ଠାକୂର

694

ଭୋପାଳ:ମାଲେଗାଓଁ ବିସ୍ଫୋରଣ ମାମଲାରେ ଦୋଷମୁକ୍ତ ହୋଇ ସାରିଥିବା ସାଧ୍ଵୀ ପ୍ରଜ୍ଞା ସିଂ ଠାକୂର କହିଛନ୍ତି ଯଦି ସଙ୍ଗଠନ ଚାହିଁବ ତେବେ କଂଗ୍ରେସ ପାର୍ଥି ଦିଗବିଜୟ ସିଂଙ୍କ ବିରୋଧରେ ସେ ଭୋପାଳ ଲୋକସଭା ଆସନରୁ ଭାଜପା ଟିକେଟରୁ ଲଢ଼ିବା ପାଇଁ ପ୍ରସ୍ତୁତ ଅଛନ୍ତି।ଭୋପାଳ ଲୋକସଭା ଆସନଟି ଭାଜପାର ମଜଭୁତ ଗଡ଼ ଭାବରେ ଜଣାଶୁଣା।ଏହି ସିଟରେ ୧୯୮୯ ମସିହାରୁ ଭାଜପାର କବ୍ଜା ରହି ଆସିଛି।

ପ୍ରଜ୍ଞା କହିଛନ୍ତି,ଦିଗବିଜୟ ସିଂ ଜଣେ ହିନ୍ଦୁ ବିରୋଧୀ ନେତା।ସେ ହିନ୍ଦୁ ମାନଙ୍କୁ ଆତଙ୍କବାଦୀ କହିଥିଲେ।ତେବେ ଟିକେଟ ପାଇଁ ଭାଜପା ନେତାଙ୍କୁ ସଂପର୍କ କରିବା କିମ୍ବା ସ୍ୱାଧୀନ ଭାବରେ ଲଢ଼ିବାକୁ ସେ ମନା କରିଦେଇଛନ୍ତି।ସାଧ୍ଵୀ ପ୍ରଜ୍ଞା ସିଂ ଠାକୂର ବିଶ୍ବହିନ୍ଦୁ ପରିଷଦ ମହିଳା ଶାଖା ଦୁର୍ଗା ବାହିନୀର ଜଣେ ସକ୍ରିୟ ସଦସ୍ୟା।ଔଜସୀ ତଥା କଟର ଭାଷଣ ଦେବାରେ ସେ ସିଦ୍ଧହସ୍ତ।//ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.