Home Coronavirus Outbreak ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ପ୍ୟାକେଜର ଅଗ୍ରଗତି

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ପ୍ୟାକେଜର ଅଗ୍ରଗତି

268

– ୩୩ କୋଟିରୁ ଅଧିକ ଗରିବ ଲୋକଙ୍କୁ ୩୧, ୨୩୫ କୋଟି ଟଙ୍କାର ଆର୍ଥିକ ସହାୟତା
– ୨୦.୦୫ କୋଟି ମହିଳା ଜନଧନ ଖାତାଧାରୀଙ୍କ ମଧ୍ୟରେ ୧୦, ୦୨୫ କୋଟି ଟଙ୍କା ବଣ୍ଟାଯାଇଛି
– ୨.୮୨ କୋଟିରୁ ଅଧିକ ବୃଦ୍ଧ, ବିଧବା ଓ ଭିନ୍ନକ୍ଷମ ଭତ୍ତା ବାବଦରେ ପାଇଛନ୍ତି ୧୪୦୫ କୋଟି ଟଙ୍କା
– ପିଏମ-କିଷାନ ଯୋଜନାର ପ୍ରଥମ କିସ୍ତିରେ ୮ କୋଟି ଚାଷୀଙ୍କୁ ମିଳିଛି ୧୬, ୧୪୬ କୋଟି ଟଙ୍କାର ସହାୟତା
– ଇପିଏଫ ବାବଦରେ ୬୮, ୭୭୫ ସଂସ୍ଥାକୁ ପ୍ରଦାନ କରଯାଇଛି ୧୬୨ କୋଟି ଟଙ୍କା, ଉପକୃତ ହୋଇଛନ୍ତି ୧୦.୬ ଲକ୍ଷ କର୍ମଚାରୀ
– ୨.୧୭ କୋଟି କୋଠାବାଡ଼ି ଓ ନିର୍ମାଣ ଶ୍ରମିକ ପାଇଛନ୍ତି ୩୪୯୭ କୋଟି ଟଙ୍କାର ସହାୟତା
– ୩୭.୨୭ କୋଟି ହିତାଧିକାରୀଙ୍କୁ ଦିଆଯାଇଛି ମାଗଣାରେ ରାସନ ବାବଦ ଖାଦ୍ୟସଶ୍ୟ
– ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ୧, ୦୯, ୨୨୭ ମେଟ୍ରିକ ଟନ ଡାଲି ଯୋଗାଇ ଦିଆଯାଇଛି
– ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ୨.୬୬ କୋଟି ହିତାଧିକାରୀଙ୍କୁ ମାଗଣା ଗ୍ୟାସ ସିଲିଣ୍ଡର

ନୂଆ ଦିଲ୍ଲୀ ୨୪-୪ (ଓଡ଼ିଆ ପୁଅ) ଡିଜିଟାଲ ପେମେଣ୍ଟ ବ୍ୟବସ୍ଥାରେ ୩୩ କୋଟିରୁ ଅଧିକ ଗରିବ ଲୋକଙ୍କୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ଏ ପର୍ଯ୍ୟନ୍ତ (୨୦୨୦ ଏପ୍ରିଲ ୨୨) ୩୧, ୨୩୫ କୋଟି ଟଙ୍କା ସିଧାସଳଖ ଆର୍ଥିକ ସହାୟତା ଆକାରରେ ଯୋଗାଇ ଦିଆଯାଇଛି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମାର୍ଚ୍ଚ ୨୬ରେ ଏହି ତଥ୍ୟ ପ୍ରକାଶ କରିବା ଅବସରରେ କହିଛନ୍ତି ଯେ ଲକଡାଉନର ପ୍ରଭାବରୁ ଗରିବ ଲୋକଙ୍କୁ ସୁରକ୍ଷିତ ରଖିବା ଉଦ୍ଦେଶ୍ୟରେ ଏହି ସହାୟତା ଯୋଗାଇ ଦିଆଯାଇଛି।

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାର ଅଂଶ ସ୍ୱରୂପ ସରକାର ମହିଳା, ଗରିବ, ବରିଷ୍ଠ ନାଗରିକ ଓ ଚାଷୀମାନଙ୍କୁ ମାଗଣାରେ ଖାଦ୍ୟଶସ୍ୟ ଓ ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି। ଏହି କାର୍ଯ୍ୟକ୍ରମରେ ତ୍ୱରିତ ଓ ଉପଯୁକ୍ତ କାର୍ଯ୍ୟକାରିତା ଉପରେ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ନଜର ରଖିଛନ୍ତି ଏବଂ ନିୟମିତ ଭାବେ ଏହାର ସମୀକ୍ଷା କରାଯାଉଛି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, ଅର୍ଥ ମନ୍ତ୍ରଣାଳୟ ଓ ସଂପୃକ୍ତ ଅନ୍ୟାନ୍ୟ ମନ୍ତ୍ରଣାଳୟ ମଧ୍ୟ ଏହାର କାର୍ଯ୍ୟକାରିତାକୁ ତଦାରଖ କରୁଛନ୍ତି। କ୍ୟାବିନେଟ ସେକ୍ରେଟାରିଏଟ ମଧ୍ୟ ଏହା ଉପରେ ନଜର ରଖିଛି। ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ହେଲା ଲକଡାଉନ କାଳରେ ଗରିବ ଓ ଅଭାବୀ ଲୋକ ଯେପରି ଅସୁବିଧା ନ ଭୋଗନ୍ତି।

ହିତାଧିକାରୀଙ୍କୁ ଆର୍ଥିକ ଓ ଅନ୍ୟାନ୍ୟ ସହାୟତା ପ୍ରଦାନ ସମୟରେ ତାହା ଯେପରି ବାଟମାରଣା ନହୁଏ ସେଥିପାଇଁ ସବୁ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛି। ଆର୍ଥିକ ସହାୟତା ସିଧାସଳଖ ସେମାନଙ୍କ ବ୍ୟାଙ୍କ ଖାତାକୁ ଯାଇଥିବାବେଳେ ଖାଦ୍ୟଶସ୍ୟ, ଗ୍ୟାସ ସିଲିଣ୍ଡର ସେମାନଙ୍କୁ ସରକାରୀ ଅନୁମୋଦିତ ବ୍ୟବସ୍ଥାରେ ଯୋଗାଇ ଦିଆଯାଇଛି।

ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ବ୍ୟବସ୍ଥାରେ ଏପ୍ରିଲ ୨୨ ସୁଦ୍ଧା ଯେଉଁସବୁ ସହାୟତା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ପ୍ୟାକେଜରେ ଯୋଗାଇ ଦିଆଯାଇଛି ତାହାର ଏକ ତାଲିକା ନିମ୍ନରେ ପ୍ରଦାନ କରାଯାଇଛି।


Scheme Number of Beneficiaries Amount transferred

Support to PMJDY women account holders 20.05Cr(98%) 10, 025 Cr

Support to NSAP (Aged widows, Divyang, Senior citizen) 2.82 Cr (100%) 1405 Cr

Front-loaded payments to farmers under PM-KISAN 8 Cr (out of 8 Cr) 16, 146 Cr

Support to Building & Other Construction workers 2.17 Cr 3497 Cr

24% contribution to EPFO 0.10 Cr 162 Cr

TOTAL 33.14 Cr 31, 235 Cr

ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ୨.୬୬ କୋଟି ଗ୍ୟାସ ସିଲିଣ୍ଡର ହିତାଧିକାରରୀଙ୍କୁ ମାଗଣାରେ ଯୋଗାଇ ଦିଆଯାଇଛି। ଏହି ସମୟ ମଧ୍ୟରେ ବିଭିନ୍ନ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳକୁ ୧, ୦୯, ୨୭୭ ମେଟ୍ରିକ ଟନ ଡାଲି କେନ୍ଦ୍ର ସରକାର ଯୋଗାଇ ଦେଇଛନ୍ତି। ଲୋକଙ୍କୁ ଲକଡାଉନ ପ୍ରଭାବରୁ ସୁରକ୍ଷିତ ରଖିବା ଉଦ୍ଦେଶ୍ୟରେ ୩୯.୨୭ କୋଟି ହିତାଧିକାରୀଙ୍କୁ ମାଗଣାରେ ରାସନ ବାବଦ ଖାଦ୍ୟଶସ୍ୟ ଦିଆଯାଇଛି।

ଏପ୍ରିଲ ୧, ୨୦୨୦ ଠାରୁ ମନରେଗା ଯୋଜନା ଅନ୍ତର୍ଗତ ପାରିଶ୍ରମିକରେ ବୃଦ୍ଧି କରାଯାଇଛି। ୧, ୨୭ କୋଟି କାର୍ଯ୍ୟ ଦିବସ ସୃଷ୍ଟି କରାଯାଇଛି। ଏଥିପାଇଁ ରାଜ୍ୟମାନଙ୍କୁ ୭୩୦୦ କୋଟି ଟଙ୍କା ପ୍ରଦାନ କରାଯାଇଛି।

ପିଏମ-କିଷାନ ଯୋଜନା ଅନ୍ତର୍ଗତ ୧୬, ୧୪୬ କୋଟି ଟଙ୍କାର ପ୍ରଥମ କିସ୍ତି ପ୍ରଦାନ କରାଯାଇଛି। ଏହି ଯୋଜନା ଅନ୍ତର୍ଗତ ସମସ୍ତ ୮ କୋଟି ଚିହ୍ନିତ ହିତାଧିକାରୀ ନିଜ ବ୍ୟାଙ୍କ ଖାତରେ ୨୦୦୦ ଟଙ୍କା ଲେଖାଏଁ ପାଇଛନ୍ତି।

୨୦.୦୫ କୋଟି ମହିଳା ଜନଧନ ଆକାଉଣ୍ଟଧାରୀଙ୍କୁ ୫୦୦ ଟଙ୍କା ଲେଖାଏଁ ସହାୟତା ରାଶି ମିଳିଛି। ୨୨ ଏପ୍ରିଲ ୨୦୨୦ ସୁଦ୍ଧା ଏ ବାବଦକୁ ମୋଟ ୧୦, ୦୨୫ କୋଟି ଟଙ୍କା ପ୍ରଦାନ କରାଯାଇଛି।

ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ ଅଧିନରେ ପ୍ରାୟ ୨.୮୨ କୋଟି ବୃଦ୍ଧ, ବିଧବା ଏବଂ ଦିବ୍ୟାଙ୍ଗଙ୍କୁ ୧୪୦୫ କୋଟି ଟଙ୍କାର ସହାୟତା ପ୍ରଦାନ କରାଯାଇଛି। ଏହି ଯୋଜନା ଅନ୍ତର୍ଗତ ପ୍ରତ୍ୟେକ ହିତାଧିକାରୀଙ୍କୁ ପ୍ରଥମ କିସ୍ତି ଭାବେ ୫୦୦ ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି। ଆର ମାସକୁ ଦ୍ୱିତୀୟ କିସ୍ତିରେ ଆଉ ୫୦୦ ଟଙ୍କା ପ୍ରଦାନ କରାଯିବ।

୨.୧୭ କୋଟି ନିର୍ମାଣ ଶ୍ରମିକଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅଧିନରେ ଦେଶବ୍ୟାପୀ ନିର୍ମାଣ ଶ୍ରମିକମାନଙ୍କୁ ମୋଟ ୩୪୯୭ କୋଟି ଟଙ୍କାର ସହାୟତା ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.