Home Coronavirus Outbreak ୨୨ ଏପ୍ରିଲ, ୨୦୨୦ରେ ୧୧୨ଟି ରେକ ଜରିଆରେ ୩.୧୩ ଲକ୍ଷ ଟନ ଖାଦ୍ୟଶସ୍ୟ ଲଦି ରେକର୍ଡ...

୨୨ ଏପ୍ରିଲ, ୨୦୨୦ରେ ୧୧୨ଟି ରେକ ଜରିଆରେ ୩.୧୩ ଲକ୍ଷ ଟନ ଖାଦ୍ୟଶସ୍ୟ ଲଦି ରେକର୍ଡ କଲା ଭାରତୀୟ ରେଳପଥ

568

ନୂଆ ଦିଲ୍ଲୀ ୨୪-୪ (ଓଡ଼ିଆ ପୁଅ) କୋଭିଡ-୧୯ ଯୋଗୁ ଦେଶବ୍ୟାପୀ ଲାଗୁ ହୋଇଥିବା ଲକଡାଉନ ସମୟରେ ନିଜର ମାଲ ପରିବହନ ସେବା ମାଧ୍ୟମରେ ଖାଦ୍ୟଶସ୍ୟ ଭଳି ଅତ୍ୟାବଶ୍ୟକ ସାମଗ୍ରୀ ଉପଲବ୍ଧତା ସୁନିଶ୍ଚିତ କରିବା ଦିଗରେ ଭାରତୀୟ ରେଳପଥ ଲଗାତାର ପ୍ରୟାସ ଜାରି ରଖିଛି।

ପ୍ରତ୍ୟେକ ଭାରତବାସୀଙ୍କ ରୋଷେଇ ଘରେ ସ୍ବାଭାବିକ ଭାବେ ଖାଦ୍ୟପ୍ରସ୍ତୁତି ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ, ଭାରତୀୟ ରେଳପଥ କେବଳ ୨୨ ଏପ୍ରିଲ ୨୦୨୦ରେ ଗୋଟିଏ ଦିନରେ ୧୧୨ଟି ରେକ ଜରିଆରେ ପାଖାପାଖି ୩.୧୩ ଲକ୍ଷ ଟନ ଖାଦ୍ୟଶସ୍ୟ ଲଦି ରେକର୍ଡ କରିପାରିଛି। ପୂର୍ବରୁ ସର୍ବାଧିକ ଖାଦ୍ୟ ଶସ୍ୟ ଲଦିବାର ରେକର୍ଡ ଭାରତୀୟ ରେଳପଥ ୯ ଏପ୍ରିଲ ୨୦୨୦ରେ କରିଥିଲା। ଏହି ସମୟରେ ୯୨ଟି ରେକରେ ପ୍ରାୟ ୨.୫୭ ଲକ୍ଷ ଟନ ଖାଦ୍ୟଶସ୍ୟ ଲଦା ଯାଇଥିଲା। ଏଥିପୂର୍ବରୁ ୧୮ ଏପ୍ରିଲ ୨୦୨୦ରେ ୮୯ଟି ରେକରେ ୨.୪୯ ଲକ୍ଷ ଟନ ଖାଦ୍ୟଶସ୍ୟ ଲଦାଯିବାର ରେକର୍ଡ ହୋଇଥିଲା।

ଭାରତୀୟ ରେଳପଥ ୦୧.୦୧.୨୦୨୦ ଠାରୁ ୨୨.୦୪.୨୦୨୦ ମଧ୍ୟରେ ମୋଟ ୪.୫୮ ମିଲିୟନ ଟନ ଖାଦ୍ୟଶସ୍ୟ ଲଦି ଦେଶର ବିଭିନ୍ନ ସ୍ଥାନକୁ ପରିବହନ କରିଛି। ଗତ ବର୍ଷ ଏହି ଅବଧି ସମୟରେ ୧.୮୨ ମିଲିୟନ ଟନ ଖାଦ୍ୟଶସ୍ୟ ଲଦି ପରିବହନ କରାଯାଇଥିଲା।

ଦେଶବ୍ୟାପୀ ଲକଡାଉନ ଚାଲିଥିବା ସମୟରେ ଠିକ ସମୟରେ ଖାଦ୍ୟଶସ୍ୟ ଭଳି କୃଷି ଉତ୍ପାଦ ପରିବହନ ଏବଂ ଯୋଗାଣ ସୁନିଶ୍ଚିତ କରିବା ଲାଗି ରେଳପଥ ପକ୍ଷରୁ ଉଦ୍ୟମ କରାଯାଉଛି। ଲକଡାଉନ ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ ଲଦିବା, ପରିବହନ କରିବା ଓ ଯୋଗାଣ କରିବା କାର୍ଯ୍ୟ ଖୁବ ଜୋରସୋରରେ ଚାଲିଛି। କୃଷି ମନ୍ତ୍ରଣାଳୟ ସହିତ ନିବିଡ଼ ସହଯୋଗରେ ଏହି କାର୍ଯ୍ୟ କରାଯାଉଛି।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.