Home Top News ଦିଲ୍ଲୀରେ ପ୍ରବାସୀ ଓଡ଼ିଆ ବିକାଶ ସମିତିର ମହା ବିଷୁବ ସଂକ୍ରାନ୍ତି ମିଳନ

ଦିଲ୍ଲୀରେ ପ୍ରବାସୀ ଓଡ଼ିଆ ବିକାଶ ସମିତିର ମହା ବିଷୁବ ସଂକ୍ରାନ୍ତି ମିଳନ

190

ନୂଆ ଦିଲ୍ଲୀ ୨୫-୪ (ଓଡ଼ିଆ ପୁଅ) ଦିଲ୍ଲୀରେ ପ୍ରବାସୀ ଓଡ଼ିଆ ବିକାଶ ସମିତିର ମହା ବିଷୁବ ସଂକ୍ରାନ୍ତି ମିଳନ କାର୍ଯକ୍ରମ ନୂଆଦିଲ୍ଲୀ ସ୍ଥିତ ଭାରତୀୟ ଜନସଂଚାର ସଂସ୍ଥାନର ପ୍ରେକ୍ଷାଳୟ ରେ ଅତ୍ୟନ୍ତ ଉତ୍ସାହପୂର୍ଣ୍ଣ ଭାବରେ ପାଳନ ହୋଇ ଯାଇଛି।

ଏହି କାର୍ଯ୍ୟକ୍ରମରେ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଶ୍ରୀ ବିଶ୍ଵଭୂଷଣ ହରିଚନ୍ଦନ ଉଦ୍ଘାଟକ ଭାବରେ ଯୋଗ ଦେଇଥିଲେ। ସେ ଓଡ଼ିଶାର ପାଇକ ବିଦ୍ରୋହର ଅଦମ୍ୟ ସାହସୀ ପାଇକ ଏବଂ ତାଙ୍କର ପ୍ରମୁଖ ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାପାତ୍ରଙ୍କ ସମେତ ସମସ୍ତ ଯୋଦ୍ଧା ଏବଂ ତାଙ୍କର ସାହାସିକତା ର ଗାଥା ସହିତ ବହୁ ତଥ୍ୟ ଉପସ୍ଥାପନ କରିଥିଲେ।

ପାଇକ ବିଦ୍ରୋହ ଦେଶର ପ୍ରଥମ ସ୍ଵାଧୀନତା ସଂଗ୍ରାମ ଏବଂ ପ୍ରଧାନମନ୍ତ୍ରୀ ଏହାର ୨୦୦ ବର୍ଷର ସ୍କାରକ ୨୦୧୭ ରେ ପାଳନ କରିଥିବାରୁ ଧନ୍ୟବାଦ ଜଣାଇଥିଲେ, ଏହାଦ୍ଵାରା ୧୮୧୭ ମସିହା ର ଏହି ସଂଗ୍ରାମ ପ୍ରଥମ ସ୍ଵାଧୀନତା ସଂଗ୍ରାମର ମାନ୍ୟତା ଲାଭ କଲା। ନେତାଜୀ ସୁଭାଷ ବୋଷ ଙ୍କ ବୀରତ୍ୱ ସମ୍ପର୍କରେ ସେ ତାଙ୍କର ବକ୍ତବ୍ୟ ରଖିବା ସହ ପ୍ରବାସୀ ଓଡ଼ିଆ ବିକାଶ ସମିତିର ଏହି କାର୍ଯ୍ୟକୁ ବହୁଳ ପ୍ରଶଂସା କରିଥିଲେ।

ସମ୍ମାନିତ ଅତିଥି ଭାବରେ କେନ୍ଦ୍ର ଜଳଶକ୍ତି ତଥା ଆଦିବାସୀ ବ୍ୟାପାର ମନ୍ତ୍ରୀ ଶ୍ରୀ ବିଶ୍ୱେଶ୍ୱର ଟୁଡୁ ଯୋଗ ଦେଇଥିଲେ। ତାଙ୍କର ବକ୍ତବ୍ୟରେ ଓଡ଼ିଆବ୍ୟକ୍ତି ତାଙ୍କ ଜୀବନରେ ଓଡ଼ିଆ ଭାଷାର ବ୍ୟବହର, ଓଡ଼ିଆ ପୋଷାକ ପରିଧାନ, ଓଡ଼ିଆ ଖାଦ୍ୟ ତଥା ସଂସ୍କୃତି ପରମ୍ପରାକୁ ଯୋଡି ରଖିବାର ସମ୍ପର୍କରେ ନିଜର ମତପୋଷଣ କରିଥିଲେ।

ମୁଖ୍ୟ ବକ୍ତା, ସ୍ଵଦେଶୀ ଜାଗରଣ ମଞ୍ଚର ରାଷ୍ଟ୍ରୀୟ ସଂଗଠକ ଶ୍ରୀ କାଶ୍ମିରୀ ଲାଲ ଓଡ଼ିଶା ର ବିକାଶ ରାଷ୍ଟ୍ରର ବିକାଶ ବୋଲି ଅଭିବ୍ୟକ୍ତ କରିଥିଲେ। ଓଡ଼ିଶାରୁ ରାୟଗଡା ରୁ କିପରି OYO ର ସ୍ରୁଷ୍ଟି ଏବଂ ସଫଳ ଉଦ୍ୟମିତା ର ରୂପାୟନ କରିଛନ୍ତି ଓଡ଼ିଆ ଯୁବକ ସେ ସମ୍ପର୍କରେ ଆଲୋକପାତ କରିଥିଲେ।

ଓଡ଼ିଶା ରେ କିପରି ନୂତନ ସୌଖିନ ମାଛର ବ୍ୟାପାର କରି ଏକ ସଫଳ ଉଦ୍ୟମ କରି ପାରିଛନ୍ତି ତାହା ଏକ ସଫଳ ପ୍ରୟୋଗ ବୋଲି କହିଥିଲେ।

ଓଡ଼ିଆ ତାର ସେହି ପୂରାତନ ଶକ୍ତି ର ସଂଚାର କରିବାର ଆବଶ୍ୟକତା ଅଛି ଯଦ୍ଵାରା ସାରା ବିଶ୍ୱରେ ପୁଣି ଭାରତର ବ୍ୟାପାରିକ ଶକ୍ତି କୁ ପୁନଃ ପ୍ରତିଷ୍ଠା କରିପାରିବ। ଓଡ଼ିଶାର ବ୍ୟକ୍ତି ନୂତନ ଉଦ୍ୟମିତା ର ରୂପାୟନ କରି ଦେଶକୁ ସ୍ୱାବଲମ୍ବନ କରିବା ର ପଣ ନବାର ନିହାତି ଆବଶ୍ୟକ ଅଛି।

ପିଓଭିଏସ୍ ର ସଭାପତି ତାଙ୍କର ବକ୍ତବ୍ୟ ରେ ଓଡ଼ିଆ ମାନଙ୍କୁ ଓଡ଼ିଶାର ବିଚାର ସହିତ ଯୋଡି ହୋଇ ରହିବାପାଇଁ, ନିଜର ପରିଚୟ କୁ ବିଶ୍ଵ ଦରବାର ରେ ବଞ୍ଚେଇ ରଖିବା ନିମିତ ତଥା ପରପୀଢ଼ି ଓଡିଆ ଭାବେ ଗୌରବାନ୍ୱିତ ହେବା ଲାଗି ଏହି ଓଡିଆ ନବବର୍ଷ କାର୍ଯ୍ୟକ୍ରମ ସହାୟକ ହେବ ବୋଲି ମତ ରଖି ଥିଲେ। ପରାକ୍ରମୀ, ଶାନ୍ତିପ୍ରିୟ ଓଡ଼ିଆ ଯୁବକ ତାର ଐତିହ୍ୟକୁ ମନେ ପକାଇ ପୁଣି ଶିଳ୍ପଗଠନ ପୂର୍ବକ ସ୍ୱାବଲମ୍ବୀ ହେବାକୁ ବଦ୍ଧପରିକର ହେବାର ସମୟ ଆସିଛି। ପ୍ରବାସୀ ଓଡ଼ିଆ ବିକାଶ ସମିତି ଏଥିପାଇଁ କଣ ଆହ୍ୱାନ ଏବଂ ନିରାକରଣ ଅଛି ସେ ଉପରେ କାର୍ଯ୍ୟ କରୁଛି। ସଭାପତି ତାଙ୍କର ସ୍ଵାଗତ ଭାଷଣ ଦେଇଥିଲେ।

ଶ୍ରୀ ରାଜେଶ ଶର୍ମା ଆବାହକତ୍ବ କରିବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ ଏବଂ ପିଓଭିଏସ୍ ର ସମାଜ ରେ ରୋଲ୍ ସମ୍ପର୍କରେ ଅବଗତ କରାଇଥିଲେ।

ସାଧାରଣ ସମ୍ପାଦିକା ବିଜୟାନବମୀ ବାର୍ଷିକ ବିବରଣୀ ପାଠ କରିଥିଲେ।

ଏଥିରେ ପ୍ରବାସୀ ଓଡ଼ିଆ ସମ୍ମାନ ଡଃ ଶଙ୍କର ରାମଚନ୍ଦାନୀ ଯିଏକି ଟଙ୍କିକିଆ କ୍ଲିନିକ ଦ୍ଵାରା ହଜାର ହଜାର ରୋଗୀ ଚିକିତ୍ସା କରିଛନ୍ତି।

ଶ୍ରୀ ଜିତେନ୍ଦ୍ର ମିଶ୍ର ଙ୍କୁ ଚଳଚ୍ଚିତ୍ର ତଥା ଉଦ୍ୟମିତI ଲାଗି, ବକ୍ସି ଜଗବନ୍ଧୁ ଙ୍କ ଉପରେ ନିର୍ମିତ ଧାରାବାହିକ ବିଦ୍ରୋହୀ ଟିମ୍ କୁ କଳା ଏବଂ ଶ୍ରୀ ନୀଳମାଧବ ପୃଷ୍ଟି ଙ୍କୁ ସମାଜ ସେବା ଏବଂ ପ୍ରଯୁକ୍ତିବିଦ୍ୟା କୁ ଲୋକ କଲ୍ୟାଣରେ ବ୍ୟବହର କରିଥିବାରୁ ପ୍ରବାସୀ ଓଡ଼ିଆ ରତ୍ନ ପୁରସ୍କାରରେ ପୁରସ୍କୃତ କରାଯାଇଥିଲା। ଏହି ପୁରସ୍କାର ଚୟନ କମିଟି ର ଅଧ୍ୟକ୍ଷ ଥିଲେ ସୁପ୍ରିମ କୋର୍ଟ ର ଅବସରପ୍ରାପ୍ତ ବିଚାରପତି ଶ୍ରୀ ଅରିଜିତ୍ ପଶାୟତ। ଡଃ. ଶ୍ରୀକାନ୍ତ ପାଣିଗ୍ରାହୀ, ଡିଜି, IISD, ପ୍ରଫେସର ସୁକୁମାର ମିଶ୍ର, ସତ୍ୟଭୂଷଣ ଏହାର ପ୍ରମୁଖ ସଦସ୍ୟ ଥିଲେ।

ଧନ୍ୟବାଦ ପ୍ରସ୍ତାବ ଦେଇଥିଲେ କୋଷାଧ୍ୟକ୍ଷ ଶ୍ରୀ ସୁଶାନ୍ତ ମହାପାତ୍ର। ଏଥିରେ ବହୁ ଓଡ଼ିଆ ଯୋଗଦେଇଥିଲେ। ସେ ସମସ୍ତ ପ୍ରୟୋଜକଙ୍କୁ ତାଙ୍କର ସହଯୋଗ ପାଇଁ ସାଧୁବାଦ ଜ୍ଞାପନ କରିଥିଲେ।

ଡାଃ ଶୈଳେନ୍ଦ୍ର ସ୍ଵାଇଁ ଙ୍କ ଦ୍ଵାରା ସମ୍ପାଦିତ ପ୍ରବାସୀ ଓଡ଼ିଆ ୨୦୨୨ ସ୍ମରଣିକା ଉନ୍ମୋଚନ ହୋଇଥିଲା। ସାଥି ସମ୍ପାଦକ ମଣ୍ଡଳୀର ସଭ୍ୟ ଡଃ ପ୍ରକାଶ ସାହୁ, ଶ୍ରୀ ଶାଶ୍ବତ ପାଣିଗ୍ରାହୀ ଓ ଡଃ ନିର୍ମଳ ପଟ୍ଟନାୟକ ପ୍ରମୁଖ ସହାୟତା ପ୍ରଦାନ କରିଥିଲେ।

ପଣା, ବୌଦ୍ଧିକ, ପୁରସ୍କାର, ନାଚ, ଗୀତ ଏବଂ ଓଡ଼ିଆ ଖାଦ୍ୟର ସମାହାର ହୋଇଥିଲା।

ଗାୟକ ରୁଦ୍ର ମହାନ୍ତି ଏବଂ ବଦ୍ରି ମହାନ୍ତି ସହ ଅନେକ କଳାକାର ଯୋଗ ଦେଇଥିଲେ।

ଗୁରୁ ଶ୍ରୀମନ୍ତ ମିଶ୍ରଙ୍କ ତତ୍ତ୍ଵାବଧାନରେ ନୃତ୍ୟ ପରିବେଷଣ ହୋଇଥିଲା। ଏବଂ ସ୍ନେହାଲି ମଧ୍ୟ ନୃତ୍ୟ ପରିବେଷଣ କରିଥିଲେ।

ଏଥିରେ ପ୍ରଫେସର ସତ୍ୟଭୂଷଣ ଦାଶ, ଚିନ୍ମୟ ମହାନ୍ତି, ମଳୟ ପ୍ରଧାନ, ଡାଃ ଧୀରଜ ସିଂହ, ସୁଧିର ବାରିକ, ପ୍ରିୟଦର୍ଶୀ ବଳ, କମଳେନ୍ଦୁ ନାୟକ, ଡାଃ ଜିନା, ପ୍ରଦ୍ୟୁମ୍ନ ବିଶ୍ଵାଳ, ପୀୟୂଷ ମହାପାତ୍ର, ସନ୍ତୋଷ ରାଉତ, ପ୍ରକାଶ ରାୟ, ରୋହିତ୍ ସିଂହ, ରୀତା ପାତ୍ର, ସରିତା ମହାପାତ୍ର, ରାଜେଶ ଦାସ, ଅମିୟ ନାୟକ, ଡାଃ. ପ୍ରକାଶ ସାହୁ, ପ୍ରଦୀପ ପୁହାଣ, ଅଜିତ ମହାନ୍ତି, ଅମିୟ ନାୟକ, ଶ୍ୟାମସୁନ୍ଦର ମିଶ୍ର, ରାଖଲ ମହାନ୍ତି, ସୁଧାଂଶୁ ନାୟକ, ଅନିଲ ମହାପାତ୍ର, ନମିତା ନାୟକ, ଡାଃ ବିଶ୍ଵନାଥ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.