Home ଅପରାଧ ପିଲାଙ୍କର ଚାଲିଥିଲା ଅନଲାଇନ୍ କ୍ଲାସ୍; ହଠାତ୍ ଚାଲିଲା ବ୍ଲୁ ଫିଲ୍ମ: ଆଉ ତା’ ପରେ ..

ପିଲାଙ୍କର ଚାଲିଥିଲା ଅନଲାଇନ୍ କ୍ଲାସ୍; ହଠାତ୍ ଚାଲିଲା ବ୍ଲୁ ଫିଲ୍ମ: ଆଉ ତା’ ପରେ ..

663

ନୂଆଦିଲ୍ଲୀ: କରୋନା ମହାମାରୀ କାରଣରୁ ଦେଶବ୍ୟାପୀ ଲକଡାଉନ୍ ଘୋଷଣା ଭିତରେ ସ୍କୁଲ ଏବଂ କଲେଜ ଗୁଡ଼ିକରେ ପିଲାମାନଙ୍କର ଅନଲାଇନ୍ କ୍ଲାସ୍ ନିଆଯାଉଛି। ଏପରି ପରିସ୍ଥିତିରେ ପିଲା ମାନଙ୍କୁ ଘରୁ ଲାପଟପ୍ କିମ୍ବା ସ୍ମାର୍ଟଫୋନ୍ ମାଧ୍ୟମରେ ଅନଲାଇନ୍ ଅଧ୍ୟୟନ କରିବାକୁ ପଡ଼ୁଛି। ଅନଲାଇନ୍ ଶିକ୍ଷା ସମ୍ବନ୍ଧରେ ଦେଶର ବିଭିନ୍ନ କୋଣରୁ ବିଭିନ୍ନ ପ୍ରକାରର ଖବର ଆସୁଛି। ମଧ୍ୟପ୍ରଦେଶର ଶୋପୁରରୁ ଏଭଳି ଏକଚିନ୍ତାଜନକ ଖବର ଆସିଛି। ଏଠାରେ, ଏକ ବିଦ୍ୟାଳୟର ପିଲା ମାନଙ୍କର ଅନଲାଇନ୍ କ୍ଲାସ୍ ଚାଲିଥିବା ବେଳେ ପିଲାମାନଙ୍କ ମୋବାଇଲରେ ହଠାତ୍ ଏକ ଅଶ୍ଳୀଳ ଚଳଚ୍ଚିତ୍ର ଚାଲିଥିଲା।ଯାହା ପରେ ଘଟଣାକୁ ନେଇ ପିତାମାତାଙ୍କ ମଧ୍ୟରେ ପ୍ରବଳ ଉତ୍ତେଜନା ଦେଖାଦେଇଥିଲା।

ସୂଚନା ଅନୁଯାୟୀ, ମଧ୍ୟପ୍ରଦେଶର ଶୋପୁରରେ ଅଷ୍ଟମ ଶ୍ରେଣୀର ପିଲାମାନଙ୍କର ହ୍ଵାଟ୍ସଆପ୍ ଗ୍ରୁପ୍ ମାଧ୍ୟମରେ ଅନଲାଇନ୍ କ୍ଲାସ୍ ଚାଲିଥିଲା। ହଠାତ୍ ପିଲାମାନଙ୍କ ମୋବାଇଲ୍ ଫୋନରେ ଅଶ୍ଳୀଳ ଭିଡିଓ ଚାଲିବା ଆରମ୍ଭ ହୋଇଥିଲା। ଯାହା ପରେ ପିତାମାତାଙ୍କ ମଧ୍ୟରେ ଆଲୋଡ଼ନ ସୃଷ୍ଟି ହୋଇଥିଲା। ଯେତେବେଳେ ହଠାତ୍ ପର୍ଣ୍ଣ ଭିଡିଓ ସେମାନଙ୍କ ପିଲାମାନଙ୍କ ମୋବାଇଲରେ ଚାଲିବା ଆରମ୍ଭ କଲା ସେତେବେଳେ ସମସ୍ତ ପିଲାଙ୍କ ପିତାମାତା ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହି ଘଟଣା ପରେ ପରିବାର ସଦସ୍ୟ ସ୍କୁଲ କତ୍ତୃପକ୍ଷଙ୍କୁ ଜେଛାତାହା କରି ଶୁଣାଇଛନ୍ତି। ଖବର ଅନୁଯାୟୀ ଜଣେ ମହିଳା ଶିକ୍ଷୟତ୍ରୀ ପିଲାମାନଙ୍କର ଅନଲାଇନ୍ ଇଂରାଜୀ କ୍ଲାସ୍ ନେଉଥିଲେ। ଏହି ସମୟରେ ଯେତେବେଳେ ପିତାମାତାଙ୍କ ଆଖି ସେମାନଙ୍କ ପିଲାମାନଙ୍କ ମୋବାଇଲ୍ ଫୋନ୍ ଉପରେ ପଡ଼ିଲା, ସେମାନେ ଆଶ୍ଚର୍ଯ୍ୟ ହୋଇଗଲେ। ସୂଚନା ଅନୁଯାୟୀ ଏହି ଘଟଣା ପରେ ଆମେ ତୁରନ୍ତ ଅନଲାଇନ୍ କ୍ଲାସ ବନ୍ଦ କରି ବନ୍ଦ କରାଯାଇଛି।

ଶୋପୁର ମଧ୍ୟପ୍ରଦେଶର ଏକ ସୀମାନ୍ତ ଜିଲ୍ଲା ଯାହାକି ରାଜସ୍ଥାନର ସାୱାଇ ମାଧୋପୁର ଜିଲ୍ଲା ନିକଟରେ ଅବସ୍ଥିତ। ବିଦ୍ୟାଳୟର ପ୍ରଧାନଶିକ୍ଷକ ବିଶ୍ୱାସ କରନ୍ତି ଯେ ଏହି କାର୍ଯ୍ୟ କୌଣସି ଟିଚରଙ୍କ ଦ୍ୱାରା କରାଯାଇ ନାହିଁ। ତାଙ୍କ କହିବା ଅନୁଯାୟୀ କୌଣସି ହ୍ୟାକର ଏହି ଦୁଷ୍କର୍ମ କାର୍ଯ୍ୟ କରିଥାଇ ପାରନ୍ତି। ସବୁକିଛି ଠିକଠାକ୍ କରାଯାଉଛି। ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଉଛି ଯାହା ପରେ ପିଲା ମାନଙ୍କର ଅନଲାଇନ୍ କ୍ଲାସ୍ ପୁନର୍ବାର ଆରମ୍ଭ କରାଯିବ। / – @DevDr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.