Home ଓଡ଼ିଶା ଚନ୍ଦ୍ରଯାନ-୨ ଅବତରଣ ଦୃଶ୍ୟ ଦେଖିବେ ପ୍ରଧାନମନ୍ତ୍ରୀ

ଚନ୍ଦ୍ରଯାନ-୨ ଅବତରଣ ଦୃଶ୍ୟ ଦେଖିବେ ପ୍ରଧାନମନ୍ତ୍ରୀ

788

ନୂଆ ଦିଲ୍ଲୀ ୬-୯ (ଓଡ଼ିଆ ପୁଅ) ୭ ସେପ୍ଟେମ୍ବର ୨୦୧୯ରେ ବେଙ୍ଗାଲୁରୁସ୍ଥିତ ଇସ୍ରୋ ମୁଖ୍ୟାଳୟଠାରେ ଚନ୍ଦ୍ରର ଦକ୍ଷିଣ ମେରୁରେ ଚନ୍ଦ୍ରଯାନ-୨ର ଅନ୍ତିମ ଅବତରଣ ଦୃଶ୍ୟକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଖିବେ।

ଏହି ଅବସରରେ ସେ ମହାକାଶ ବିଜ୍ଞାନ ସମ୍ପର୍କିତ ସାଧାରଣ ଜ୍ଞାନ ପ୍ରତିଯୋଗିତାରେ ବିଜୟୀ ଛାତ୍ରଛାତ୍ରୀଙ୍କ ସହ ମତ ବିନିମୟ କରିବେ।

ବିଜ୍ଞାନ ଓ ଏହାର ସଫଳତା ପ୍ରତି ଅତ୍ୟନ୍ତ ରୁଚି ରଖୁଥିବା ଜଣେ ପ୍ରଧାନମନ୍ତ୍ରୀ ଭାବେ ଶ୍ରୀ ନରେନ୍ଦ୍ର ମୋଦୀଙ୍କର ଏହି ଇସ୍ରୋ ଗସ୍ତ ଭାରତୀୟ ମହାକାଶ ବିଜ୍ଞାନୀମାନଙ୍କ ମନୋବଳ ବୃଦ୍ଧି କରିବ ଏବଂ ଯୁବ ବୈଜ୍ଞାନିକମାନଙ୍କୁ ନୂତନ ଉଦ୍ଭାବନ ଦିଗରେ ଚେଷ୍ଟା କରିବା ପାଇଁ ପ୍ରେରିତ କରିବ।

ଚନ୍ଦ୍ରଯାନ-୨ ମିସନ ପ୍ରତି ବ୍ୟକ୍ତିଗତ ରୁଚି ରଖୁଥିବା ଶ୍ରୀ ମୋଦୀ ଏହି ମିସନକୁ Indian at heart, Indian in spirit! ବୋଲି ଅଭିହିତ କରିଛନ୍ତି ଏବଂ ସମ୍ପୂର୍ଣ୍ଣ ଭାରତୀୟ ଜ୍ଞାନ କୌଶଳରେ ନିର୍ମିତ ଏହି ଅଭିଯାନ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗର୍ବର ବିଷୟ ବୋଲି କହିଛନ୍ତି।

“ଲାଣ୍ଡର ବିକ୍ରମ ସେପ୍ଟେମ୍ବର ୭, ୨୦୧୯ରେ ଦିନ ୧ ରୁ ୨ଟା ମଧ୍ୟରେ ଅବତରଣ ମୁଖୀ ହେବ ଏବଂ ପରେ ୧.୩୦ରୁ ୨.୩୦ ମଧ୍ୟରେ ଅବତରଣ କରିବ” ବୋଲି ଇସ୍ରୋ ସୂଚନା ପ୍ରଦାନ କରିଛି।

ଚନ୍ଦ୍ରଯାନ-୨ର ଅନ୍ତିମ ଅବତରଣର ସିଧା ପ୍ରସାରଣ ଦୃଶ୍ୟକୁ https://www.facebook.com/pibindia  Gaõ  https://twitter.com/PIB_India ରେ ଦେଖିହେବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.